ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ
ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ୧୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ହେଲେ କଂଗ୍ରେସ ପକ୍ଷରୁ କୌଣସି ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇନାହିଁ। କଟକ, କନ୍ଧମାଳ ଓ ଯାଜପୁରରେ ଭାଜପା ଏପର୍ଯ୍ୟନ୍ତ ପ୍ରାର୍ଥୀ ଦେଇନାହିଁ। ସେହିପରି ବିଜେଡି ବ୍ରହ୍ମପୁର, ବଲାଙ୍ଗୀର, ଭଦ୍ରକ, ବାଲେଶ୍ବର, ବରଗଡ ଓ କେନ୍ଦୁଝରରେ ବିଜେଡି ପ୍ରାର୍ଥୀ ଘୋଷଣା କରିବାର […] The post ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ appeared first on Dharitri Odia News.
ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ୧୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ହେଲେ କଂଗ୍ରେସ ପକ୍ଷରୁ କୌଣସି ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇନାହିଁ। କଟକ, କନ୍ଧମାଳ ଓ ଯାଜପୁରରେ ଭାଜପା ଏପର୍ଯ୍ୟନ୍ତ ପ୍ରାର୍ଥୀ ଦେଇନାହିଁ। ସେହିପରି ବିଜେଡି ବ୍ରହ୍ମପୁର, ବଲାଙ୍ଗୀର, ଭଦ୍ରକ, ବାଲେଶ୍ବର, ବରଗଡ ଓ କେନ୍ଦୁଝରରେ ବିଜେଡି ପ୍ରାର୍ଥୀ ଘୋଷଣା କରିବାର ଅଛି। ତେଣୁ ଏସବୁ ଲୋକ ସଭା ଆସନରେ କିଏ ପ୍ରାର୍ଥୀ ହେବ ସେ ନେଇ ସମସ୍ତଙ୍କ ନଜର ରହିଛି। ତେବେ ବିଜେଡି ଅବଶିଷ୍ଟ ଆସନ ପାଇଁ ୩ଜଣ ମହିଳାଙ୍କୁ ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ବ୍ରହ୍ମପୁରରେ ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି ଟିକେଟ ଦେଇପାରେ ବୋଲି କୁହାଯାଉଥିବା ବେଳେ ଭଦ୍ରକରେ ମଞ୍ଜୁଲତା ମଣ୍ଡଳ ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି।
The post ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ appeared first on Dharitri Odia News.