ଉଠାଦୋକାନୀଙ୍କ ସମସ୍ୟା ସମାଧାନ ଲାଗି ଜିଲାପାଳଙ୍କୁ ନିବେଦନ

ଛତ୍ରପୁର,୩ା୧(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ରାଇପୁର ଓ ଗୋବିନ୍ଦପୁର ଗ୍ରାମର ପ୍ରାୟ ୯୫ ପ୍ରତିଶତ ଲୋକ ଗରିବ ତଥା ଦିନ ମଜୁରିଆ ଭାବେ ଅତି ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି। ମା’ ତାରାତାରିଣୀଙ୍କ ପାଦଦେଶରେ ଦୋକାନ କରି କେତେକ ଶିକ୍ଷିତ ବେକାର ଯୁବକ, ମହିଳା, ବିଧବା ମହିଳା ନିଜ ନିଜର ପରିବାରର ଗୁଜୁରାଣ ମେଣ୍ଟାଉଥିବା ବେଳେ ସେମାନଙ୍କ ଉପରେ ହେଉଥିବା ଦୌରାତ୍ମ୍ୟ ଓ ଅବିଚାରର ଆଶୁ ସମାଧାନ ଉପରେ ଗୁରୁତ୍ୱ ପ୍ରଦାନ ନିମନ୍ତେ […] The post ଉଠାଦୋକାନୀଙ୍କ ସମସ୍ୟା ସମାଧାନ ଲାଗି ଜିଲାପାଳଙ୍କୁ ନିବେଦନ appeared first on Dharitri Odia News.

ଉଠାଦୋକାନୀଙ୍କ ସମସ୍ୟା ସମାଧାନ ଲାଗି ଜିଲାପାଳଙ୍କୁ ନିବେଦନ

ଛତ୍ରପୁର,୩ା୧(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ରାଇପୁର ଓ ଗୋବିନ୍ଦପୁର ଗ୍ରାମର ପ୍ରାୟ ୯୫ ପ୍ରତିଶତ ଲୋକ ଗରିବ ତଥା ଦିନ ମଜୁରିଆ ଭାବେ ଅତି ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି। ମା’ ତାରାତାରିଣୀଙ୍କ ପାଦଦେଶରେ ଦୋକାନ କରି କେତେକ ଶିକ୍ଷିତ ବେକାର ଯୁବକ, ମହିଳା, ବିଧବା ମହିଳା ନିଜ ନିଜର ପରିବାରର ଗୁଜୁରାଣ ମେଣ୍ଟାଉଥିବା ବେଳେ ସେମାନଙ୍କ ଉପରେ ହେଉଥିବା ଦୌରାତ୍ମ୍ୟ ଓ ଅବିଚାରର ଆଶୁ ସମାଧାନ ଉପରେ ଗୁରୁତ୍ୱ ପ୍ରଦାନ ନିମନ୍ତେ ଏମାନେ ନିବେଦନ କରିଛନ୍ତି। ମା’ଙ୍କ ସେବକମାନଙ୍କର ଗୃହିଣୀମାନଙ୍କ ପାଇଁ ସ୍ଥାୟୀ ଭୋଗ ଦୋକାନ ପ୍ରଦାନ କରାଯିବା ଓ ଅନ୍ୟ ଜାତି ପ୍ରତି ଉପେକ୍ଷା କରାଯାଉଛି ବୋଲି ଅଭିଯୋଗ ହୋଇଛି ।

ସେହିପରି ମା’ଙ୍କ ପାଦଦେଶରେ ବସ୍‌ଷ୍ଟାଣ୍ଡ ନିକଟରେ ଦୋକାନ କରିଥିବା ଅନ୍ୟ ଜାତିର ଲୋକଙ୍କ ପ୍ରତି ସେବକ ସମାଜର ମହିଳା ଓ ଯୁବକମାନେ ଯେଉଁ ଅକଥନୀୟ ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ତାହା ପୋଲିସ ପ୍ରଶାସନ ଦେଖ ନୀରବ ରହିବା ଓ ସେମାନଙ୍କୁ ଗୁରୁତ୍ୱ ଦେଇ ଅନ୍ୟମାନଙ୍କୁ ଉଠାଇଦେବା ଘଟଣାକୁ ନିନ୍ଦା କରାଯାଇଛି। ବସ୍‌ଷ୍ଟାଣ୍ଡର ଚତୁଃପାର୍ଶରେ ଯେପରି ଉଠାଦୋକାନ ସମସ୍ତେ କରିପାରିବେ, ସେଠାରେ ଦୋକାନିମାନେ ଶୃଙ୍ଖଳିତ ଭାବେ ରହି ନିଜ ନିଜର ବ୍ୟବସାୟ କରିବାର ସୁଯୋଗ ପାଇପାରିବେ ସେନେଇ ନିବେଦନ କରାଯାଇଛି।

The post ଉଠାଦୋକାନୀଙ୍କ ସମସ୍ୟା ସମାଧାନ ଲାଗି ଜିଲାପାଳଙ୍କୁ ନିବେଦନ appeared first on Dharitri Odia News.