ସୁରେଶ ପୂଜାରୀଙ୍କ ବଡ଼ ସୂଚନା, ସରକାରୀ ଜମି ଜବରଦଖଲ କରି କୋଠା କରିଥିଲେ…
ଭୁବନେଶ୍ୱର,୧୭।୭: ଜବରଦଖଲ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ସରକାରୀ ଜମି ଜବରଦଖଲ କରି କୋଠା କରିଥିଲେ ବୁଲିବ ବୁଲିବ ବୁଲଡୋଜର। ବଡ଼ବଡ଼ିଆଙ୍କ ଜବରଦଖଲ କୋଠାରେ ବୁଲଡୋଜର ବୁଲିବ। ଆଗରୁ ଖାଲି ଗରିବଙ୍କ ଘର ଭଙ୍ଗା ହେଉଥିଲା, ଏବେ ବଡ଼ବଡ଼ିଆଙ୍କ ଘର ଭଙ୍ଗାହେବ। ୪ ଡିସିମିଲ ଜାଗାରେ କୁଡ଼ିଆ କରି ରହୁଥିବା ଗରିବ ଜବରଦଖଲକାରୀ ନୁହଁ। ଅଧିକ ଜାଗା ଜବରଦଖଲ କରି ଅଟ୍ଟାଳିକା ନିର୍ମାଣ କରିଥିଲେ ଘର ଭଙ୍ଗାଯିବ ବୋଲି […] The post ସୁରେଶ ପୂଜାରୀଙ୍କ ବଡ଼ ସୂଚନା, ସରକାରୀ ଜମି ଜବରଦଖଲ କରି କୋଠା କରିଥିଲେ… appeared first on Dharitri Odia News.
ଭୁବନେଶ୍ୱର,୧୭।୭: ଜବରଦଖଲ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ସରକାରୀ ଜମି ଜବରଦଖଲ କରି କୋଠା କରିଥିଲେ ବୁଲିବ ବୁଲିବ ବୁଲଡୋଜର। ବଡ଼ବଡ଼ିଆଙ୍କ ଜବରଦଖଲ କୋଠାରେ ବୁଲଡୋଜର ବୁଲିବ। ଆଗରୁ ଖାଲି ଗରିବଙ୍କ ଘର ଭଙ୍ଗା ହେଉଥିଲା, ଏବେ ବଡ଼ବଡ଼ିଆଙ୍କ ଘର ଭଙ୍ଗାହେବ। ୪ ଡିସିମିଲ ଜାଗାରେ କୁଡ଼ିଆ କରି ରହୁଥିବା ଗରିବ ଜବରଦଖଲକାରୀ ନୁହଁ। ଅଧିକ ଜାଗା ଜବରଦଖଲ କରି ଅଟ୍ଟାଳିକା ନିର୍ମାଣ କରିଥିଲେ ଘର ଭଙ୍ଗାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ସାରା ରାଜ୍ୟରେ ସରକାରୀ ବେଆଇନ ଜବରଦଖଲ ହଟାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବେଆଇନ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାରୀ ଜମିଗୁଡ଼ିକ ମୁଖ୍ୟତଃ ବିକାଶ ଓ ସର୍ବସାଧାରଣ କଲ୍ୟାଣ କାର୍ଯ୍ୟ ନିମନ୍ତେ ବ୍ୟବହାର ହୁଏ। ଜବରଦଖଲ ଯୋଗୁ ବିକାଶ ବାଧାପ୍ରାପ୍ତ ହେଉଛି। ତେଣୁ ଏସବୁ ବେଆଇନ ଦଖଲ ତୁରନ୍ତ ହଟାଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
The post ସୁରେଶ ପୂଜାରୀଙ୍କ ବଡ଼ ସୂଚନା, ସରକାରୀ ଜମି ଜବରଦଖଲ କରି କୋଠା କରିଥିଲେ… appeared first on Dharitri Odia News.