ଫୁଲ ତୋଳିବାକୁ ନେଇ ୨ଗାଁ ମଧ୍ୟରେ ସଂଘର୍ଷ
ଛତ୍ରପୁର,୧୭ା୫(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜ଼ିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଯଜ୍ଞଶାଳ ଗ୍ରାମ ନିକଟ ଏକ ବିବାଦୀୟ ଜମିରୁ ଶନିବାର କିଆଫୁଲ ତୋଳିବାକୁ ନେଇ ୨ଗାଁ ମଧ୍ୟରେ ସଂଘର୍ଷ ହୋଇଛି। ସିନ୍ଦୁରାପିଲ୍ଲୀ ଓ ଯଜ୍ଞଶାଳ ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଆକ୍ରମଣ ପ୍ରତିଆକ୍ରମଣରେ ଉଭୟ ପକ୍ଷର ୧୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ଉଭୟ ପକ୍ଷ ଥାନାରେ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ କରାଯାଇ ପ୍ରାଥମିକ ପର୍ଯ୍ୟାୟରେ ୧୭ ଜଣଙ୍କୁ ଗିରଫ କରାଯାଇଛି। ଗଣ୍ଡଗୋଳରେ ଆଉ କେହି […] The post ଫୁଲ ତୋଳିବାକୁ ନେଇ ୨ଗାଁ ମଧ୍ୟରେ ସଂଘର୍ଷ appeared first on Dharitri Odia News.
ଛତ୍ରପୁର,୧୭ା୫(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜ଼ିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଯଜ୍ଞଶାଳ ଗ୍ରାମ ନିକଟ ଏକ ବିବାଦୀୟ ଜମିରୁ ଶନିବାର କିଆଫୁଲ ତୋଳିବାକୁ ନେଇ ୨ଗାଁ ମଧ୍ୟରେ ସଂଘର୍ଷ ହୋଇଛି। ସିନ୍ଦୁରାପିଲ୍ଲୀ ଓ ଯଜ୍ଞଶାଳ ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଆକ୍ରମଣ ପ୍ରତିଆକ୍ରମଣରେ ଉଭୟ ପକ୍ଷର ୧୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ଉଭୟ ପକ୍ଷ ଥାନାରେ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ କରାଯାଇ ପ୍ରାଥମିକ ପର୍ଯ୍ୟାୟରେ ୧୭ ଜଣଙ୍କୁ ଗିରଫ କରାଯାଇଛି। ଗଣ୍ଡଗୋଳରେ ଆଉ କେହି ସମ୍ପୃକ୍ତ ଥିଲେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଛତ୍ରପୁର ଏସ୍ଡିପିଓ ଚନ୍ଦନ ଘଡେଇ କହିଛନ୍ତି ।
ଦୀର୍ଘଦିନ ହେଲା କିଆତୋଟାକୁ ନେଇ ସିନ୍ଦୁରାପିଲ୍ଲୀ ଓ ଯଜ୍ଞଶାଳ ଗ୍ରାମର ୨ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା। ଶନିବାର କିଆଫୁଲ ତୋଳାକୁ କେନ୍ଦ୍ର କରି ଯୁକ୍ତିତର୍କ ହୋଇଥିଲା। ପରେ ଏହା ଉଗ୍ରରୂପ ନେଇ ଠେଙ୍ଗା ଓ ଖଣ୍ଡା ବୁଲିଥିଲା। ଖବରପାଇ ଚମାଖଣ୍ଡି ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା।
ସିନ୍ଦୁରାପିଲ୍ଲୀର ପିଣ୍ଟୁ ନାୟକ ଥାନାରେ ଅଭିଯୋଗ କରିଛନ୍ତି ଯେ, ଯଜ୍ଞଶାଳରେ ଆମ ଜାଗାରେ ଥିବା କିଆଗଛରୁ ଫୁଲ ତୋଳିବା ବେଳେ ସେଠାର କେତେଜଣ ଆସି ଆକ୍ରମଣ କରିଥିଲେ। ସେହିପରି ଯଜ୍ଞଶାଳର କେତେଜଣ ମଧ୍ୟ ଥାନାରେ ଅନୁରୂପ ଅଭିଯୋଗ କରିଛନ୍ତି। ଉଭୟ ପକ୍ଷରୁ ଦିଆଯାଇଥିବା ଏତଲାକୁ ଭିତ୍ତି କରି ପୋଲିସ ୨ ମାମଲା (ନଂ.୨୦୯ ଓ ୨୧୧/୨୫) ରୁଜୁ କରିଥିବା ଚମାଖଣ୍ଡି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ କହିଛନ୍ତି। ଉଭୟ ପକ୍ଷ ଉକ୍ତ କିଆତୋଟା ସେମାନଙ୍କର ବୋଲି ଦାବି କରୁଛନ୍ତି। ପ୍ରକୃତରେ କାହାର ଉକ୍ତ ଜମି ସେ ସମ୍ପର୍କରେ ଜାଣିବା ପାଇଁ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଏସ୍ଡିପିଓ ଘଡେଇ କହିଛନ୍ତି ।
The post ଫୁଲ ତୋଳିବାକୁ ନେଇ ୨ଗାଁ ମଧ୍ୟରେ ସଂଘର୍ଷ appeared first on Dharitri Odia News.