ମହାକାଳପଡ଼ାରେ କୋଲକାତା ମାଛ ଯାଆଁଳ

ମହାକାଳପଡ଼ା,୧ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ କିଛିଦିନ ହେବ କୋଲକାତା ଅଞ୍ଚଳର ମାଛ ଯାଆଁଳ ବ୍ୟବସାୟୀମାନେ ପସରା ମେଲାଇଛନ୍ତି। ନିକଟ ପୋଖରୀକୁ ଭଡ଼ା ଆକାରରେ ନେଇ ଗାଞ୍ଜ ଜାଲ ଘେରି କରି ମାଛ ଯାଆଁଳ ସଂରକ୍ଷିତ ରଖି ସ୍ଥାନୀୟ ଗାଁ ଗାଁ ବୁଲି ବିକ୍ରି କରୁଛନ୍ତି। ଏହି ମାଛ ଯାଆଁଳଗୁଡ଼ିକ କିଲୋ ପ୍ରତି ୨ ହଜାରରୁ ୩ ହଜାର ଟଙ୍କାରେ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ବିଶେଷକରି କୋଲକାତା ଅଞ୍ଚଳର ନୂଆହାଟଠାରୁ ଯାଆଁଳ ବଡ଼ […] The post ମହାକାଳପଡ଼ାରେ କୋଲକାତା ମାଛ ଯାଆଁଳ appeared first on Dharitri Odia News.

ମହାକାଳପଡ଼ାରେ କୋଲକାତା ମାଛ ଯାଆଁଳ

ମହାକାଳପଡ଼ା,୧ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ କିଛିଦିନ ହେବ କୋଲକାତା ଅଞ୍ଚଳର ମାଛ ଯାଆଁଳ ବ୍ୟବସାୟୀମାନେ ପସରା ମେଲାଇଛନ୍ତି। ନିକଟ ପୋଖରୀକୁ ଭଡ଼ା ଆକାରରେ ନେଇ ଗାଞ୍ଜ ଜାଲ ଘେରି କରି ମାଛ ଯାଆଁଳ ସଂରକ୍ଷିତ ରଖି ସ୍ଥାନୀୟ ଗାଁ ଗାଁ ବୁଲି ବିକ୍ରି କରୁଛନ୍ତି। ଏହି ମାଛ ଯାଆଁଳଗୁଡ଼ିକ କିଲୋ ପ୍ରତି ୨ ହଜାରରୁ ୩ ହଜାର ଟଙ୍କାରେ ବିକ୍ରି କରୁଥିବା ଦେଖିବାକୁ ମିଳୁଛି।
ବିଶେଷକରି କୋଲକାତା ଅଞ୍ଚଳର ନୂଆହାଟଠାରୁ ଯାଆଁଳ ବଡ଼ ବଡ଼ ପ୍ଲାଷ୍ଟିକ ଜାରରେ ପିକ୍‌ଅପ୍‌ ଭ୍ୟାନ୍‌ରେ ଚାଲାଣ କରିଥାନ୍ତି। ଏହି ମାଛ ଯାଆଁଳଗୁଡ଼ିକ କୋଲକାତା ଅଞ୍ଚଳରେ ବଡ଼ ବଡ଼ ମାଛ ତଥା ରୋହି, ଭାକୁର, କେରାଣ୍ଡି ବା ସେରଣ୍ଡା, ରୂପଚାନ୍ଦି, ଗ୍ରାସ୍‌କର୍ପ, ସିଲ୍‌ଭର କର୍ପ, ହାଇବ୍ରିଡ୍‌ ମାଗୁର ଆଦିକୁ ଇଞ୍ଜେକ୍‌ସନ ମାଧ୍ୟମରେ ବ୍ୟବସାୟୀମାନେ ପ୍ରସ୍ତୁତ କରିଥା’ନ୍ତି। ଏହାକୁ ଓଡ଼ିଶା ବଜାରକୁ ଚାଲାଣ କରି ବେଶ ଲାଭବାନ ହେଉଛନ୍ତି। ତେବେ ଏହି କୃତ୍ରିମ ମାଛ ଯାଆଁଳଗୁଡ଼ିକ ପୋଖରୀରେ ଛାଡ଼ିଲେ ବର୍ଷରେ ୨୦୦ରୁ ୩୦୦ ଗ୍ରାମ ବଢ଼ୁଛନ୍ତି ବୋଲି ସ୍ଥାନୀୟ ମାଛ ଚାଷୀମାନେ ଅଭିଯୋଗ କରିଛନ୍ତି। କୋଲକାତା ଅଞ୍ଚଳର ମାଛ ଯାଆଁଳଗୁଡ଼ିକ ଲାଭପ୍ରଦ ହେଉନାହିଁ। ଫଳରେ ଚାଷୀମାନେ ବହୁ ମୂଲ୍ୟ ଦେଇ ମାଛ ଯାଆଁଳ କିଣି ଚାଷ କରିଥିଲେ ମଧ୍ୟ କ୍ଷତି ସହିବାକୁ ପଡୁଛି ବୋଲି ଚାଷୀ ଲକ୍ଷ୍ମୀକାନ୍ତ ସ୍ବାଇଁ କହିଛନ୍ତି। ଜିଲା ଓ ବ୍ଲକ ମତ୍ସ୍ୟ ବିଭାଗ ନୀରବଦ୍ରଷ୍ଟା ସାଜିଥିବା ବେଳେ କୋଲକାତା ମାଛ ଯାଆଁଳ ବ୍ୟବସାୟୀମାନେ ମାଲାମାଲ୍‌ ହେଉଛନ୍ତି। କୋଲକାତା ଅଞ୍ଚଳର ମାଛ ଯାଆଁଳ ବ୍ୟବସାୟୀମାନେ ବିଶେଷକରି ବ୍ଲକର ବଉଳକଣି ପଞ୍ଚାୟତରେ ସ୍ଥାନୀୟ ପୋଖରୀରେ ମାଛ ଯାଆଁଳ ସଂରକ୍ଷିତ ରଖି ଆଡ୍ଡା ଜମାଇଛନ୍ତି। ସ୍ଥାନୀୟ ରାମନଗର, ଖରିନାଶି, ବତିଘର, ପେଟ୍‌ଛେଲା, ବାରଡାଙ୍ଗ, ମଙ୍ଗଳପୁର, ମହାକାଳପଡା, ବରକନ୍ଧା, ଜମ୍ବୁ, ସୁନୀତି ଆଦି ସମେତ ବିଭିନ୍ନ ପଞ୍ଚାୟତରେ ଚାଷୀଙ୍କୁ ମାଛ ଯାଆଁଳ ବିକ୍ରି କରୁଥିବା ନଜରକୁ ଆସିଛି। ଜିଲା ମତ୍ସ୍ୟ ବିଭାଗ ଅଧିକାରୀମାନେ କୋଲକାତା ଅଞ୍ଚଳର କୃତ୍ରିମ ମାଛ ଯାଆଁଳକୁ ନିଷିଦ୍ଧ କରିବାକୁ ଦାବି ହେଉଛି। ସରକାରୀ ସ୍ତରରେ ବିଭାଗ ପକ୍ଷରୁ ମାଛ ଯାଆଁଳ ଯୋଗାଇ ଦେବାକୁ ଭବେନ ମଣ୍ଡଳ, ପରିତୋଷ ମାଇତି, କୃଷ୍ଣପଦ ଦାସ, ହରେକୃଷ୍ଣ ମଣ୍ଡଳ ପ୍ରମୁଖ ଦାବି କରିଛନ୍ତି। ବ୍ଲକ ଓ ଜିଲା ବିଭାଗୀୟ ଅଧିକାରୀମାନେ ଏହି କୃତ୍ରିମ ମାଛ ଯାଆଁଳ ବିକ୍ରି ଉପରେ ରୋକ ଲଗାଇବା ପାଇଁ ବୁଦ୍ଧିଜୀବୀ ସୁବାସ ଚନ୍ଦ୍ର ସ୍ବାଇଁ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଜିଲା ମତ୍ସ୍ୟ ଅଧିକାରୀ ଶଶାଙ୍କ ଶେଖର ସାହୁଙ୍କୁ ପଚାରିବାରେ କୋଲକାତା ଅଞ୍ଚଳ ମାଛ ଯାଆଁଳ ବିକ୍ରି ହେଉଥିବା ଖବର ନଜରକୁ ଆସିନାହିଁ। ନଜରକୁ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହେବ ବୋଲି ସେ କହିଛନ୍ତି।

The post ମହାକାଳପଡ଼ାରେ କୋଲକାତା ମାଛ ଯାଆଁଳ appeared first on Dharitri Odia News.