ଗୁଜୁରାଟ୍ରେ ହିରୋ, ମୁମ୍ବାଇରେ ଜିରୋ; କାହିଁକି ଫେଲ୍ ପାଣ୍ଡ୍ୟା ?
ନୂଆଦିଲ୍ଲୀ ୦୪।୦୪: ଅଲ୍ରାଉଣ୍ଡର ହାର୍ଦ୍ଦିକ୍ ପାଣ୍ଡ୍ୟା । ପୁରା ଆଇପିଏଲ୍ରେ କରିଛନ୍ତି ଓ୍ବାର୍ଲ୍ଡକ୍ଲାସ୍ ପ୍ରଦର୍ଶନ । ସେ ଅନେକ ମ୍ୟାଚ୍ର ଶେଷ ସମୟରେ ଟିମ୍ ପାଇଁ ପାଲିଟିଛନ୍ତି ବିଜୟର ରାସ୍ତା । ପାଣ୍ଡ୍ୟା ୨୦୧୫ରୁ ୨୦୨୧ ଯାଏଁ ୭ଟି ସିଜିନ୍ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଛନ୍ତି । ସେ ଆଇପିଏଲ୍ରେ ମୁମ୍ବାଇ ପାଇଁ ୯୫ଟି ମ୍ୟାଚ୍ ଖେଳି ୧୫୪୫ ରନ୍ କରିଛନ୍ତି ଏବଂ ୪୩ଟି ଓ୍ବିକେଟ୍ ନେଇଛନ୍ତି । ଏହାପରେ ପାଣ୍ଡ୍ୟା ୨୦୨୨ରେ ନୂଆ ଫ୍ରାଞ୍ଚାଇଜ୍ ଗୁଜୁରାଟ୍ ଟାଇଟନ୍ସର କ୍ୟାପଟେନ୍ ହୋଇଥିଲେ ଏବଂ ଆଇପିଏଲ୍ ଟାଇଟଲ୍ ହାତେଇଥିଲେ । ୨୦୨୪ରେ ନିଜ ପୁରୁଣା ଟିମ୍କୁ କ୍ୟାପଟେନ୍ ଭାବେ ଫେରିଛନ୍ତି ପାଣ୍ଡ୍ୟା । କିନ୍ତୁ ଅଧିନାୟକ ଭାବେ ଆଇପିଏଲ୍ରେ ଦେଖାଇ ପାରିନାହାନ୍ତି ମ୍ୟାଜିକ୍ । ସେ କ୍ୟାପଟେନ୍ ଭାବେ ହୁଅନ୍ତୁ କିମ୍ବା ଜଣେ ସାଧାରଣ ଖେଳାଳୀ ଭାବେ ତାଙ୍କ ପ୍ରଦର୍ଶନ ଖରାପ ରହିଛି ।ସେ ହିରୋରୁ ହୋଇଯାଇଛନ୍ତି ଜିରୋ । କିନ୍ତୁ ଏହାର କାରଣ କଣ ? କାହିଁକି ଖରାପ ପ୍ରଦର୍ଶନ କରୁଛନ୍ତି ଅଲରାଉଣ୍ଡର । ଏହାର ଅନେକ କାରଣ କହିଛନ୍ତି ବିଶେଷଜ୍ଞ...କୁହାଯାଉଛି କ୍ୟାପଟେନ୍ ଭାବେ ପାଣ୍ଡ୍ୟା ନେଉଛନ୍ତି ଭୁଲ୍ ନିଷ୍ପତ୍ତି । ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ରେ ଜସ୍ପ୍ରିତ ବୁମରାଙ୍କୁ ପ୍ରଥମେ ବୋଲିଂ ପାଇଁ ନଛାଡିବା ନିଷ୍ପତ୍ତିରେ ପାଣ୍ଡ୍ୟାଙ୍କୁ କରାଯାଇଥିଲା ଖୁବ୍ ସମାଲୋଚନା । କାରଣ ହାଇଦ୍ରାବାଦ ବ୍ୟାଟରଙ୍କ
ନୂଆଦିଲ୍ଲୀ ୦୪।୦୪: ଅଲ୍ରାଉଣ୍ଡର ହାର୍ଦ୍ଦିକ୍ ପାଣ୍ଡ୍ୟା । ପୁରା ଆଇପିଏଲ୍ରେ କରିଛନ୍ତି ଓ୍ବାର୍ଲ୍ଡକ୍ଲାସ୍ ପ୍ରଦର୍ଶନ । ସେ ଅନେକ ମ୍ୟାଚ୍ର ଶେଷ ସମୟରେ ଟିମ୍ ପାଇଁ ପାଲିଟିଛନ୍ତି ବିଜୟର ରାସ୍ତା । ପାଣ୍ଡ୍ୟା ୨୦୧୫ରୁ ୨୦୨୧ ଯାଏଁ ୭ଟି ସିଜିନ୍ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଛନ୍ତି । ସେ ଆଇପିଏଲ୍ରେ ମୁମ୍ବାଇ ପାଇଁ ୯୫ଟି ମ୍ୟାଚ୍ ଖେଳି ୧୫୪୫ ରନ୍ କରିଛନ୍ତି ଏବଂ ୪୩ଟି ଓ୍ବିକେଟ୍ ନେଇଛନ୍ତି ।

ଏହାପରେ ପାଣ୍ଡ୍ୟା ୨୦୨୨ରେ ନୂଆ ଫ୍ରାଞ୍ଚାଇଜ୍ ଗୁଜୁରାଟ୍ ଟାଇଟନ୍ସର କ୍ୟାପଟେନ୍ ହୋଇଥିଲେ ଏବଂ ଆଇପିଏଲ୍ ଟାଇଟଲ୍ ହାତେଇଥିଲେ । ୨୦୨୪ରେ ନିଜ ପୁରୁଣା ଟିମ୍କୁ କ୍ୟାପଟେନ୍ ଭାବେ ଫେରିଛନ୍ତି ପାଣ୍ଡ୍ୟା । କିନ୍ତୁ ଅଧିନାୟକ ଭାବେ ଆଇପିଏଲ୍ରେ ଦେଖାଇ ପାରିନାହାନ୍ତି ମ୍ୟାଜିକ୍ ।

ସେ କ୍ୟାପଟେନ୍ ଭାବେ ହୁଅନ୍ତୁ କିମ୍ବା ଜଣେ ସାଧାରଣ ଖେଳାଳୀ ଭାବେ ତାଙ୍କ ପ୍ରଦର୍ଶନ ଖରାପ ରହିଛି ।ସେ ହିରୋରୁ ହୋଇଯାଇଛନ୍ତି ଜିରୋ । କିନ୍ତୁ ଏହାର କାରଣ କଣ ? କାହିଁକି ଖରାପ ପ୍ରଦର୍ଶନ କରୁଛନ୍ତି ଅଲରାଉଣ୍ଡର । ଏହାର ଅନେକ କାରଣ କହିଛନ୍ତି ବିଶେଷଜ୍ଞ...

କୁହାଯାଉଛି କ୍ୟାପଟେନ୍ ଭାବେ ପାଣ୍ଡ୍ୟା ନେଉଛନ୍ତି ଭୁଲ୍ ନିଷ୍ପତ୍ତି । ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ରେ ଜସ୍ପ୍ରିତ ବୁମରାଙ୍କୁ ପ୍ରଥମେ ବୋଲିଂ ପାଇଁ ନଛାଡିବା ନିଷ୍ପତ୍ତିରେ ପାଣ୍ଡ୍ୟାଙ୍କୁ କରାଯାଇଥିଲା ଖୁବ୍ ସମାଲୋଚନା । କାରଣ ହାଇଦ୍ରାବାଦ ବ୍ୟାଟରଙ୍କ ଆଗରେ ତିଷ୍ଠି ନଥିଲେ ମୁମ୍ବାଇ ବୋଲର୍ । ନିକଟରେ ଇଂଲଣ୍ଡର କିମ୍ବଦନ୍ତୀ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ ମଧ୍ୟ ହାର୍ଦ୍ଦିକଙ୍କ ଅଧିନାୟକତ୍ୱକୁ ସମାଲୋଚନା କରିଥିଲେ।

ହାର୍ଦ୍ଦିକଙ୍କ କ୍ୟାପଟେନ୍ସିପ୍ରେ ମୁମ୍ବାଇ ଇଣ୍ଡିଆନ୍ସର ସବୁଠାରୁ ବଡ ଚିନ୍ତାର କାରଣ ହେଉଛି ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ଙ୍କ ବିଫଳତା । ସୂର୍ଯ୍ୟକୁମାରଙ୍କ ଅନୁପସ୍ଥିତି ମିଡିଲ୍ ଅର୍ଡରକୁ ବିଗାଡି ଦେଇଛି । ଏହାକୁ ନେଇ ମୁମ୍ବାଇ ଇଣ୍ଡିଆନ୍ସର ଟିମ୍ ଡାଭିଡ୍, ହାର୍ଦ୍ଦିକ ପାଣ୍ଡ୍ୟା, ନମନ୍ ଧୀର ଏବଂ ତିଲକ ବର୍ମାଙ୍କ ବ୍ୟାଟିଂକ୍ରମକୁ କ୍ରମାଗତ ଭାବରେ ବଦଳାଇ ଆସୁଛି । ଏହି କାରଣରୁ କୌଣସି ବ୍ୟାଟ୍ସମ୍ୟାନ୍ ଗୋଟିଏ କ୍ରମରେ ସ୍ଥିର ହେବାର ସୁଯୋଗ ପାଇ ନାହାଁନ୍ତି ।

ଗତ ସିଜନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଗୁଜୁରାଟ ଟାଇଟାନ୍ସର ଟପ୍ ଅର୍ଡରର କମାଣ ସମ୍ଭାଳିଥିଲେ ଶୁଭମାନ ଗିଲ । ମିଡିଲ୍ ଅର୍ଡରରେ ସାଇ ସୁଦର୍ଶନ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ବିଜୟ ଶଙ୍କର ମଧ୍ୟ ଭଲ ଇନିଂସ ଖେଳିଥିଲେ । ଯେଉଁ ବ୍ୟାଟିଂ କମ୍ପିନେସନ୍ ଗତ ସିଜନରେ ଗୁଜୁରାଟ ପାଖରେ ଥିଲା ଚଳିତ ସିଜିନ୍ରେ ଏହା ମୁମ୍ବାଇ ପାଖରେ ଦୁର୍ବଳ ମନେ ହେଉଛି ।

ତେବେ ଲଗାତର ୩ଟି ମ୍ୟାଚ୍ ହାରିସାରିଛି ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ୨୦୨୪ ପ୍ରଥମ ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ଠାରୁ ୬ରନ୍ରେ ହାରିଥିଲା । ସେହିପରି ଦ୍ୱିତୀୟ ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୩୧ ରନ୍ରେ ପରାଜୟର ସମ୍ମୁଖୀନ ହୋଇଥିଲା । ଏହାବ୍ୟତୀତ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍ରେ ୬ ଓ୍ବିକେଟ୍ରେ ପରାସ୍ତ ହୋଇ ୩ୟ ମ୍ୟାଚ୍ ବି ହାରିଛନ୍ତି ପାଣ୍ଡ୍ୟା ବାହିନୀ ।