‘ସଖା’ ବୃଦ୍ଧାଶ୍ରମରେ ରକ୍ତଦାନ ଶିବିର ଅନୁଷ୍ଠିତ

କଟକ ୨୮।୦୧ : ରକ୍ତଦାନ ଶିବିର ଅନୁଷ୍ଠିତ । ଗଣତନ୍ତ୍ର ଦିବସ ଅବସରରେ କଟକ ତେଲେଙ୍ଗାପେଣ୍ଟ ସ୍ଥିତ ‘ସଖା’ ବୃଦ୍ଧାଶ୍ରମରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଭୂମିତ୍ର ଅନୁଷ୍ଠାନର ସହଯୋଗରେ ରେଡ୍‌କ୍ରସ ରକ୍ତଦାନ ଅନୁଷ୍ଠାନ ଓ ଗଡ୍‌ଗିଫ୍‌ଟ ଚାରିଟେବୁଲ୍‌ ଟ୍ରଷ୍ଟ ପକ୍ଷରୁ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାୟ ୧୫ ଜଣ ବ୍ୟକ୍ତି ରକ୍ତଦାନ କରି ମହତ କାର୍ଯ୍ୟରେ ସାମିଲ ହୋଇଥିଲେ । ପାଞ୍ଚ ଜଣ ବରିଷ୍ଠ ଡାକ୍ତରଙ୍କ ତତ୍ୱାବଧାନରେ ରକ୍ତଦାନ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା । ତେବେ ପ୍ରାୟ ୩୧ ବର୍ଷ ଧରି ସଖା ଅନୁଷ୍ଠାନ ବାସଚ୍ୟୁତ ଅସହାୟ ବୃଦ୍ଧବୃଦ୍ଧାଙ୍କର ପରିପାଳ ଦାୟିତ୍ୱ ସମ୍ପାଦନ କରିଆସୁଛି । ଏଠାକାର କର୍ମକର୍ତ୍ତାଗଣ ନିଃସ୍ୱାର୍ଥପର ଭାବରେ ବର୍ଷ ବର୍ଷ ଧରି ନିରବିଚ୍ଛନ୍ନ ଭାବେ ସେବା ଯୋଗାଇ ଆସୁଛନ୍ତି । ଅନ୍ତେଃବାସୀଙ୍କର ସବୁ ପ୍ରତାର ଯତ୍ନ ନେବା ସହିତ ସ୍ୱାସ୍ଥ୍ୟର ଯତ୍ନ ନିଆଯାଇଥାଏ । ସେହିଭଳି ରକ୍ତାଦନ ଶିବିର ଆୟୋଜନ ସହିତ କାର୍ଯ୍ୟକ୍ରମରେ ଆବାହିକା ଶ୍ରୀମତି ମୋନାଲିସା ନାୟକ ବୃକ୍ଷରୋପ କରିଥିଲେ । ଏହା ସହ କାର୍ଯ୍ୟକ୍ରମର ସମ୍ପାଦନ ଓ ପରିଚାଳନା ବି କରିଥିଲେ । ଏଥିରେ ଯୁବସମାଜକୁ ରକ୍ତଦାନ କରିବାକୁ ଉତ୍ସାହିତ କରାଯାଇଥିଲା । 

‘ସଖା’ ବୃଦ୍ଧାଶ୍ରମରେ ରକ୍ତଦାନ ଶିବିର ଅନୁଷ୍ଠିତ

କଟକ ୨୮।୦୧ : ରକ୍ତଦାନ ଶିବିର ଅନୁଷ୍ଠିତ । ଗଣତନ୍ତ୍ର ଦିବସ ଅବସରରେ କଟକ ତେଲେଙ୍ଗାପେଣ୍ଟ ସ୍ଥିତ ‘ସଖା’ ବୃଦ୍ଧାଶ୍ରମରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଭୂମିତ୍ର ଅନୁଷ୍ଠାନର ସହଯୋଗରେ ରେଡ୍‌କ୍ରସ ରକ୍ତଦାନ ଅନୁଷ୍ଠାନ ଓ ଗଡ୍‌ଗିଫ୍‌ଟ ଚାରିଟେବୁଲ୍‌ ଟ୍ରଷ୍ଟ ପକ୍ଷରୁ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାୟ ୧୫ ଜଣ ବ୍ୟକ୍ତି ରକ୍ତଦାନ କରି ମହତ କାର୍ଯ୍ୟରେ ସାମିଲ ହୋଇଥିଲେ । ପାଞ୍ଚ ଜଣ ବରିଷ୍ଠ ଡାକ୍ତରଙ୍କ ତତ୍ୱାବଧାନରେ ରକ୍ତଦାନ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା । 

ତେବେ ପ୍ରାୟ ୩୧ ବର୍ଷ ଧରି ସଖା ଅନୁଷ୍ଠାନ ବାସଚ୍ୟୁତ ଅସହାୟ ବୃଦ୍ଧବୃଦ୍ଧାଙ୍କର ପରିପାଳ ଦାୟିତ୍ୱ ସମ୍ପାଦନ କରିଆସୁଛି । ଏଠାକାର କର୍ମକର୍ତ୍ତାଗଣ ନିଃସ୍ୱାର୍ଥପର ଭାବରେ ବର୍ଷ ବର୍ଷ ଧରି ନିରବିଚ୍ଛନ୍ନ ଭାବେ ସେବା ଯୋଗାଇ ଆସୁଛନ୍ତି । ଅନ୍ତେଃବାସୀଙ୍କର ସବୁ ପ୍ରତାର ଯତ୍ନ ନେବା ସହିତ ସ୍ୱାସ୍ଥ୍ୟର ଯତ୍ନ ନିଆଯାଇଥାଏ । ସେହିଭଳି ରକ୍ତାଦନ ଶିବିର ଆୟୋଜନ ସହିତ କାର୍ଯ୍ୟକ୍ରମରେ ଆବାହିକା ଶ୍ରୀମତି ମୋନାଲିସା ନାୟକ ବୃକ୍ଷରୋପ କରିଥିଲେ । ଏହା ସହ କାର୍ଯ୍ୟକ୍ରମର ସମ୍ପାଦନ ଓ ପରିଚାଳନା ବି କରିଥିଲେ । ଏଥିରେ ଯୁବସମାଜକୁ ରକ୍ତଦାନ କରିବାକୁ ଉତ୍ସାହିତ କରାଯାଇଥିଲା ।