ଡ୍ରୋନ ମାଡ଼ରୁ ଅଳ୍ପକେ ବର୍ତ୍ତିଲେ ତେଜସ୍ୱୀ ଯାଦବ, ଦେଖନ୍ତୁ Video
ପାଟନା ୨୯।୬: ବିହାର ରାଜଧାନୀ ପାଟନା ଗାନ୍ଧି ମୈଦାନରେ ରବିବାର ତେଜସ୍ୱୀ ଯାଦବଙ୍କ ରାଲି କାଳରେ ଘଟିଛି ଅଘଟଣ। ମଞ୍ଚରେ ତେଜସ୍ୱୀ ଭାଷଣ ଦେଉଥିବା ବେଳେ ଏକ ଡ୍ରୋନ ମଞ୍ଚ ନିକଟକୁ ପହଞ୍ଚି ଯାଇଥିଲା। ଡ୍ରୋନ ତେଜସ୍ୱୀଙ୍କ ଦେହରେ ମାଡ଼ ହେବା ପୂର୍ବରୁ ନଇଁ ପଡି ତେଜସ୍ୱୀ ଆତ୍ମରକ୍ଷା କରିଛନ୍ତି। ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ତାହା ଭାଇରାଲ ହୋଇଯାଇଛି। ଅନ୍ୟପକ୍ଷରେ ତେଜସ୍ୱୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ଲାଗିଛି। ଗାନ୍ଧି ମୈଦାନରେ ବିରୋଧୀ ଦଳ ନେତା ଭାବେ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରୁଥିବା ବେଳେ ଏହି ଘଟଣା ଘଟିଛି। ତେଜସ୍ୱୀ ମଞ୍ଚରେ ଭାଷଣା ଦେବା ଆରମ୍ଭ କରିବାମାତ୍ରେ ଏକ ଡ୍ରୋନ ଦ୍ରୁତ ବେଗରେ ମଞ୍ଚ ଆଡକୁ ମାଡ଼ି ଆସିବା ସହ ଫୁଲରେ ସଜା ହୋଇଥିବା ପୋଡିୟମ ସହ ଧକ୍କା ହୋଇଯାଇଥିଲା। ତେଜସ୍ୱୀ ତୁରନ୍ତ ପ୍ରତିକ୍ରିୟା ଦେବା ସହିତ ନଇଁ ପଡି ନିଜକୁ ରକ୍ଷା କରିଥିଲେ। ଏହି ଘଟଣା ଯୋଗୁ ତେଜସ୍ୱୀ କିଛି ସମୟ ଅଟକି ଯାଇଥିଲେ ଓ ପୁଣି ଭାଷଣ ଆରମ୍ଭ କରିଥିଲେ। ड्रोन एक बेहद सस्ती टेक्नोलॉजी है जिसका इस्तेमाल वीडियो शूटिंग के अलावा लॉजिस्टिक डिलीवरी में भी शुरू हो चुका है, लेकिन इसी ड्रोन को अपराधी जिस दिन विस्फोटक के साथ इस्तेमाल करने लगेंगे, टारगेट किलिंग के लिए यह सबसे सस्ता और घातक हथियार साबित होगा!पटना के हल्
ପାଟନା ୨୯।୬: ବିହାର ରାଜଧାନୀ ପାଟନା ଗାନ୍ଧି ମୈଦାନରେ ରବିବାର ତେଜସ୍ୱୀ ଯାଦବଙ୍କ ରାଲି କାଳରେ ଘଟିଛି ଅଘଟଣ। ମଞ୍ଚରେ ତେଜସ୍ୱୀ ଭାଷଣ ଦେଉଥିବା ବେଳେ ଏକ ଡ୍ରୋନ ମଞ୍ଚ ନିକଟକୁ ପହଞ୍ଚି ଯାଇଥିଲା। ଡ୍ରୋନ ତେଜସ୍ୱୀଙ୍କ ଦେହରେ ମାଡ଼ ହେବା ପୂର୍ବରୁ ନଇଁ ପଡି ତେଜସ୍ୱୀ ଆତ୍ମରକ୍ଷା କରିଛନ୍ତି। ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ତାହା ଭାଇରାଲ ହୋଇଯାଇଛି। ଅନ୍ୟପକ୍ଷରେ ତେଜସ୍ୱୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ଲାଗିଛି।
ଗାନ୍ଧି ମୈଦାନରେ ବିରୋଧୀ ଦଳ ନେତା ଭାବେ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରୁଥିବା ବେଳେ ଏହି ଘଟଣା ଘଟିଛି। ତେଜସ୍ୱୀ ମଞ୍ଚରେ ଭାଷଣା ଦେବା ଆରମ୍ଭ କରିବାମାତ୍ରେ ଏକ ଡ୍ରୋନ ଦ୍ରୁତ ବେଗରେ ମଞ୍ଚ ଆଡକୁ ମାଡ଼ି ଆସିବା ସହ ଫୁଲରେ ସଜା ହୋଇଥିବା ପୋଡିୟମ ସହ ଧକ୍କା ହୋଇଯାଇଥିଲା। ତେଜସ୍ୱୀ ତୁରନ୍ତ ପ୍ରତିକ୍ରିୟା ଦେବା ସହିତ ନଇଁ ପଡି ନିଜକୁ ରକ୍ଷା କରିଥିଲେ। ଏହି ଘଟଣା ଯୋଗୁ ତେଜସ୍ୱୀ କିଛି ସମୟ ଅଟକି ଯାଇଥିଲେ ଓ ପୁଣି ଭାଷଣ ଆରମ୍ଭ କରିଥିଲେ।
ड्रोन एक बेहद सस्ती टेक्नोलॉजी है जिसका इस्तेमाल वीडियो शूटिंग के अलावा लॉजिस्टिक डिलीवरी में भी शुरू हो चुका है, लेकिन इसी ड्रोन को अपराधी जिस दिन विस्फोटक के साथ इस्तेमाल करने लगेंगे, टारगेट किलिंग के लिए यह सबसे सस्ता और घातक हथियार साबित होगा!
पटना के हल्लाबोल रैली में वीडियो… pic.twitter.com/Tr5a7jJQzK— Madhurendra kumar मधुरेन्द्र कुमार (@Madhurendra13) June 29, 2025
ତେବେ ଏହି ଡ୍ରୋନ ଘଟଣା କିଛି ସମୟ ଲାଗି ମଞ୍ଚରେ ଉପସ୍ଥିତ ନେତା ଓ ସୁରକ୍ଷା କର୍ମୀଙ୍କୁ ଚିନ୍ତାରେ ପକାଇ ଦେଇଥିଲା। ପୋଲିସ ଅନୁସାରେ ଏହି ଡ୍ରୋନକୁ ରାଲିର ଭିଡିଓ ରେକର୍ଡିଂ ପାଇଁ ମୁତୟନ କରାଯାଇଥିଲା। ତେବେ ଟେକିନିକ୍ କାରଣରୁ ଡ୍ରୋନ ଟ୍ରାକ୍ ରୁ ଅନ୍ୟ ଆଡେ ଉଡିଯାଇଥିଲା। ସୁରକ୍ଷା ଟିମ୍ ତୁରନ୍ତ ଡ୍ରୋନକୁ ଜବତ କରିଛନ୍ତି। ମାମଲାର ଏବେ ତଦନ୍ତ କରାଯାଉଛି।
ଚଳିତ ବର୍ଷ ଶେଷରେ ବିହାରରେ ବିଧାନସଭା ନିର୍ବାଚନ। ଏଣୁ ରାଜନୈତିକ ନେତାଙ୍କ ରାଲିରେ ଏପରି ଘଟଣାସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲଗାଇବା ସ୍ୱଭାବିକ। ସୋସିଆଲ ମିଡିଆରେ ମଧ୍ୟ ଲୋକେ ଏ ନେଇ ଚିନ୍ତା ବ୍ୟକ୍ତ କରୁଛନ୍ତି। କିଛି ୟୁଜର ଏକ ବୈଷୟିକ ତ୍ରୁଟି ଥିଲା ନା ବଡ଼ ଅବହେଲା ସେ ନେଇ ପ୍ରଶ୍ନ ଉଠାଇଛନ୍ତି।