ଜେଲ ଗଲେ ସନ୍ଦୀପ୍ ଘୋଷ
କୋଲକାତା,୧୧ା୯: ଆର୍ଥତ୍କ ଅନିୟମିତତା ମାମଲାରେ ଆର୍.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍ ଘୋଷଙ୍କୁ ମଙ୍ଗଳବାର ସ୍ବତନ୍ତ୍ର ସିବିଆଇ କୋର୍ଟ ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ତାଙ୍କ ସହ ସୁରକ୍ଷା ଅଧିକାରୀ ଅଫ୍ସର ଅଲି, ତାଙ୍କର ୨ ସହଯୋଗୀ, ଠିକା ଭେଣ୍ଡର ବିପ୍ଳବ ସିହ୍ନା ଏବଂ ସୁମନ ହାଜରାଙ୍କୁ ମଧ୍ୟ ଜେଲ ପଠାଇ ଦିଆଯାଇଛି। ମେଡିକାଲ କଲେଜ ଆର୍ଥତ୍କ ଅନିୟମିତତା ମାମଲାରେ ସିବିଆଇ ଘୋଷଙ୍କୁ ସେପ୍ଟେମ୍ବର ୨ରେ […] The post ଜେଲ ଗଲେ ସନ୍ଦୀପ୍ ଘୋଷ appeared first on Dharitri Odia News.
କୋଲକାତା,୧୧ା୯: ଆର୍ଥତ୍କ ଅନିୟମିତତା ମାମଲାରେ ଆର୍.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍ ଘୋଷଙ୍କୁ ମଙ୍ଗଳବାର ସ୍ବତନ୍ତ୍ର ସିବିଆଇ କୋର୍ଟ ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ତାଙ୍କ ସହ ସୁରକ୍ଷା ଅଧିକାରୀ ଅଫ୍ସର ଅଲି, ତାଙ୍କର ୨ ସହଯୋଗୀ, ଠିକା ଭେଣ୍ଡର ବିପ୍ଳବ ସିହ୍ନା ଏବଂ ସୁମନ ହାଜରାଙ୍କୁ ମଧ୍ୟ ଜେଲ ପଠାଇ ଦିଆଯାଇଛି। ମେଡିକାଲ କଲେଜ ଆର୍ଥତ୍କ ଅନିୟମିତତା ମାମଲାରେ ସିବିଆଇ ଘୋଷଙ୍କୁ ସେପ୍ଟେମ୍ବର ୨ରେ ଗିରଫ କରିବା ପରେ ୮ ଦିନିଆ ରିମାଣ୍ଡରେ ନେଇଥିଲା। ମହିଳା ଡାକ୍ତର ବଳାତ୍କାର ଓ ହତ୍ୟା ମାମଲାର ତଦନ୍ତ ବେଳେ ସନ୍ଦୀପ୍ ଅପରାଧ ସ୍ଥଳ ରେଷ୍ଟରୁମ୍ ଏବଂ ଟଏଲେଟ୍ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଥିଲା। ପ୍ରମାଣ ନଷ୍ଟ କରିବାକୁ ପିଡବ୍ଲ୍ୟୁଡି ହସ୍ପିଟାଲର ଉକ୍ତ ଅଂଶକୁ ଭାଙ୍ଗଥିବା ଅଭିଯୋଗ ହୋଇଥିଲା। ପରେ ପୂର୍ବତନ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଡ. ଅଖତର ଅଲି ସନ୍ଦୀପ୍ଙ୍କ ସମୟରେ ହସ୍ପିଟାଲରେ ଆର୍ଥତ୍କ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଥିଲେ।
The post ଜେଲ ଗଲେ ସନ୍ଦୀପ୍ ଘୋଷ appeared first on Dharitri Odia News.