ପ୍ରଥମ କରି ରାଜ୍ୟରେ ହାତୀ ଶରୀରରେ ଲାଗିଲା ରେଡିଓ କଲାର

ହାତୀ-ମଣିଷ ସଂଘର୍ଷ ରୋକିବାକୁ ହାତୀ ଶରୀରରେ ଲାଗିଲା ରେଡିଓ କଲାର

ପ୍ରଥମ କରି ରାଜ୍ୟରେ ହାତୀ ଶରୀରରେ ଲାଗିଲା ରେଡିଓ କଲାର

ହାତୀ-ମଣିଷ ସଂଘର୍ଷ ରୋକିବାକୁ ହାତୀ ଶରୀରରେ ଲାଗିଲା ରେଡିଓ କଲାର। ହାତୀ ଗତିବିଧି ଉପରେ ନଜର ରଖିବାକୁ ରାଜ୍ୟରେ ପ୍ରଥମ ଥର ପାଇଁ ଏକ ଦନ୍ତାହାତୀ ଶରୀରରେ ଖଞ୍ଜାଗଲା ରେଡିଓ କଲାର।

ଅନୁଗୁଳ ଫରେଷ୍ଟ ଡିଭିଜନ ଛେଣ୍ଡିପଦା ରେଞ୍ଜର ଏକ ଆହତ ଦନ୍ତାହାତୀ ଉପରେ ସଫଳତାର ସହ ଏହି ରେଡିଓ କଲାର ଲଗାଯାଇଛି। ଏହା ଜରିଆରେ ସାଟେଲାଇଟ ମାଧ୍ୟମରେ ହାତୀର ଗତିବିଧି ଉପରେ ନଜର ରଖାଯାଇ ପାରୁଛି। ଆଗାମୀ ଦିନରେ ରେଡିଓ କଲାର ଲଗାଯାଇ ରାଜ୍ୟର ଅନ୍ୟ ସମସ୍ୟା ସୃଷ୍ଟିକାରୀ ହାତୀ ପଲ ଉପରେ ନଜର ରଖାଯିବା ସହ ହାତୀ- ମଣିଷ ସଂଘର୍ଷ ରୋକିବାକୁ ପ୍ରୟାସ କରାଯିବ ବୋଲି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ।