ଜଙ୍ଗଲ ଭିତରେ ଥିବା କାରରୁ ମିଳିଲା ୫୨ କେଜି ସୁନା, ନଗଦ ୧୦ କୋଟି ଟଙ୍କା...
ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଆୟକର ବିଭାଗକୁ ବଡ଼ ସଫଳତା ମିଳିଛି । ଆଇଟି ରେଡ୍ ବେଳେ ୫୨ କେଜି ସୁନା ଏବଂ ନଗଦ ୧୦ କୋଟି ଟଙ୍କା ଜବତ ହୋଇଛି । ଜଙ୍ଗଲ ଭିତରେ ପାର୍କ ଥିବା ଏକ କାରରୁ ଏହି ସୁନା ଏବଂ ନଗଦ ରାଶି ଜବତ କରାଯାଇଛି । ବିପୁଳ ପରିମାଣର ସୁନା ଏବଂ ଟଙ୍କା ଦେଖି ଆୟକର ବିଭାଗର ଅଧିକାରୀ ଚକିତ ହୋଇଥିଲେ । ବର୍ତ୍ତମାନ ପୂରା ମାମଲାର ତଦନ୍ତ ଜାରି ରହିଛି ।ସୂଚନା ଅନୁସାରେ, ଭୋପାଳ ନିକଟସ୍ଥ ମେଣ୍ଡୋରି ଜଙ୍ଗଲ ଭିତରେ ଥିବା ଗୋଟିଏ କାର ଉପରେ ଏହି ଚଢଉ ହୋଇଥିଲା । ଗୁରୁବାର ବିଳମ୍ୱିତ ରାତିରେ ଏହି ଚଢଉ ହୋଇଥିବା ଜଣାପଡ଼ିଛି । ଏହି ସମୟରେ ଆଖି ଖୋସି ହୋଇଗଲା ପରି ସୁନା ଏବଂ ନଗଦ ଟଙ୍କା ମିଳିଥିଲା । ଆୟକର ବିଭାଗର ଏହି ଚଢଉରେ ୧୦୦ରୁ ଅଧିକ ପୋଲିସକର୍ମୀ ସାମିଲ ଥିଲେ । ଆଜିର ଚଢଉ ଦୁଇ ଦିନ ଧରି ଚାଲିଥିବା ଲୋକାୟୁକ୍ତ ଏବଂ ଆୟକର ବିଭାଗର ମିଳିତ କାର୍ଯ୍ୟାନୁଷ୍ଠାନରେ ଅଂଶ ବୋଲି ଜଣାପଡ଼ିଛି । ଏହା ପୂର୍ବରୁ ଆୟକର ବିଭାଗ ଭୋପାଲ ଏବଂ ଇନ୍ଦୋରରେ ଏକ ପ୍ରମୁଖ କନଷ୍ଟ୍ରକ୍ସନ କମ୍ପାନିର ୫୧ଟି ଠିକଣାରେ ରେଡ୍ ହୋଇଥିଲା ।ଦୁର୍ନୀତି ଏବଂ ବେଆଇନ ଗତିବିଧି ଉପରେ ଲଗାମ ଲଗାଇବା ପାଇଁ ଲୋକାୟୁକ୍ତ ଏବଂ ଆୟକର ବିଭାଗର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଏହି କ୍ରମରେ ଆୟକର ବିଭାଗ ରାଜ୍ୟର ଅନେକ ସ୍ଥାନରେ ଚଢଉ କରିଛି । ସୂତ୍ର ଅନୁସାରେ ଏହି ମାମଲାରେ କନ୍ଷ୍ଟ୍ରକ୍ସନ କମ୍ପାନି ବିରୋଧରେ ଟ୍ୟାକ୍ସ ଚୋରି ଏବଂ ଅନ୍ୟ
ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଆୟକର ବିଭାଗକୁ ବଡ଼ ସଫଳତା ମିଳିଛି । ଆଇଟି ରେଡ୍ ବେଳେ ୫୨ କେଜି ସୁନା ଏବଂ ନଗଦ ୧୦ କୋଟି ଟଙ୍କା ଜବତ ହୋଇଛି । ଜଙ୍ଗଲ ଭିତରେ ପାର୍କ ଥିବା ଏକ କାରରୁ ଏହି ସୁନା ଏବଂ ନଗଦ ରାଶି ଜବତ କରାଯାଇଛି । ବିପୁଳ ପରିମାଣର ସୁନା ଏବଂ ଟଙ୍କା ଦେଖି ଆୟକର ବିଭାଗର ଅଧିକାରୀ ଚକିତ ହୋଇଥିଲେ । ବର୍ତ୍ତମାନ ପୂରା ମାମଲାର ତଦନ୍ତ ଜାରି ରହିଛି ।
ସୂଚନା ଅନୁସାରେ, ଭୋପାଳ ନିକଟସ୍ଥ ମେଣ୍ଡୋରି ଜଙ୍ଗଲ ଭିତରେ ଥିବା ଗୋଟିଏ କାର ଉପରେ ଏହି ଚଢଉ ହୋଇଥିଲା । ଗୁରୁବାର ବିଳମ୍ୱିତ ରାତିରେ ଏହି ଚଢଉ ହୋଇଥିବା ଜଣାପଡ଼ିଛି । ଏହି ସମୟରେ ଆଖି ଖୋସି ହୋଇଗଲା ପରି ସୁନା ଏବଂ ନଗଦ ଟଙ୍କା ମିଳିଥିଲା । ଆୟକର ବିଭାଗର ଏହି ଚଢଉରେ ୧୦୦ରୁ ଅଧିକ ପୋଲିସକର୍ମୀ ସାମିଲ ଥିଲେ । ଆଜିର ଚଢଉ ଦୁଇ ଦିନ ଧରି ଚାଲିଥିବା ଲୋକାୟୁକ୍ତ ଏବଂ ଆୟକର ବିଭାଗର ମିଳିତ କାର୍ଯ୍ୟାନୁଷ୍ଠାନରେ ଅଂଶ ବୋଲି ଜଣାପଡ଼ିଛି । ଏହା ପୂର୍ବରୁ ଆୟକର ବିଭାଗ ଭୋପାଲ ଏବଂ ଇନ୍ଦୋରରେ ଏକ ପ୍ରମୁଖ କନଷ୍ଟ୍ରକ୍ସନ କମ୍ପାନିର ୫୧ଟି ଠିକଣାରେ ରେଡ୍ ହୋଇଥିଲା ।

ଦୁର୍ନୀତି ଏବଂ ବେଆଇନ ଗତିବିଧି ଉପରେ ଲଗାମ ଲଗାଇବା ପାଇଁ ଲୋକାୟୁକ୍ତ ଏବଂ ଆୟକର ବିଭାଗର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଏହି କ୍ରମରେ ଆୟକର ବିଭାଗ ରାଜ୍ୟର ଅନେକ ସ୍ଥାନରେ ଚଢଉ କରିଛି । ସୂତ୍ର ଅନୁସାରେ ଏହି ମାମଲାରେ କନ୍ଷ୍ଟ୍ରକ୍ସନ କମ୍ପାନି ବିରୋଧରେ ଟ୍ୟାକ୍ସ ଚୋରି ଏବଂ ଅନ୍ୟ ବେଆଇନ ଗତିବିଧିରେ ସାମିଲ ଥିବା ଅଭିଯୋଗ ରହିଛି ।