ନାବାଳିକାଙ୍କୁ ନିଶା ଦେଇ କଲେ ବଳାତ୍କାର, ତା’ପରେ…

ଜାଲ୍‌ନା,୧୪ା୧୦: ମହାରାଷ୍ଟ୍ରର ଜାଲ୍‌ନା ସହରରେ ଜଣେ ୯ ବର୍ଷର ବାଳିକାଙ୍କୁ ନିଶା ଦେଇ ବଳାତ୍କାର କରିବା ପରେ ଅଭିଯୁକ୍ତ ତାଙ୍କୁ ରାସ୍ତାରେ ଫିଙ୍ଗିଦେଇଛନ୍ତି। ସହରର ଚନ୍ଦନିଝିର ଅଞ୍ଚଳରେ ରବିବାର ରାତି ୧୧ଟାରେ ଏହି ଘଟଣା ଘଟିଛି। ନାବାଳିକଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ପରେ ଛତ୍ରପତି ସମ୍ଭାଜୀନଗର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅପରାଧରେ ଜଣେ ବ୍ୟକ୍ତି ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଥିବାବେଳ ପୋଲିସ ୫ ଜଣଙ୍କୁ ଅଟକ […] The post ନାବାଳିକାଙ୍କୁ ନିଶା ଦେଇ କଲେ ବଳାତ୍କାର, ତା’ପରେ… appeared first on Dharitri Odia News.

ନାବାଳିକାଙ୍କୁ ନିଶା ଦେଇ କଲେ ବଳାତ୍କାର, ତା’ପରେ…

ଜାଲ୍‌ନା,୧୪ା୧୦: ମହାରାଷ୍ଟ୍ରର ଜାଲ୍‌ନା ସହରରେ ଜଣେ ୯ ବର୍ଷର ବାଳିକାଙ୍କୁ ନିଶା ଦେଇ ବଳାତ୍କାର କରିବା ପରେ ଅଭିଯୁକ୍ତ ତାଙ୍କୁ ରାସ୍ତାରେ ଫିଙ୍ଗିଦେଇଛନ୍ତି। ସହରର ଚନ୍ଦନିଝିର ଅଞ୍ଚଳରେ ରବିବାର ରାତି ୧୧ଟାରେ ଏହି ଘଟଣା ଘଟିଛି। ନାବାଳିକଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ପରେ ଛତ୍ରପତି ସମ୍ଭାଜୀନଗର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅପରାଧରେ ଜଣେ ବ୍ୟକ୍ତି ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଥିବାବେଳ ପୋଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅପରାଧୀଙ୍କୁ ତୁରନ୍ତ ଗିରଫ କରିବା ଏବଂ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ସ୍ଥାନୀୟ ଲୋକେ ଛତ୍ରପତି ସମ୍ଭାଜୀନଗର ରୋଡ୍‌ରେ ରାସ୍ତାରୋକ କରିଛନ୍ତି। ପୋଲିସ କହିବା ଅନୁଯାୟୀ ନାବାଳିକାଙ୍କ ମାଆ ରାଶନ ସଂଗ୍ରହ ପାଇଁ ବାହାରକୁ ଯାଇଥିବାବେଳେ ସେ ଘରେ ଏକାକୀ ଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ତାଙ୍କୁ ଉଠାଇ ଆଣିଥିଲେ। ସେ ନାବାଳିକାଙ୍କୁ ନିଶାଦେଇ ବଳାତ୍କାର କରିବା ପରେ ରାସ୍ତାରେ ଫିଙ୍ଗିଦେଇଥିଲେ ବୋଲି ପୋଲିସ କହିଛି।

The post ନାବାଳିକାଙ୍କୁ ନିଶା ଦେଇ କଲେ ବଳାତ୍କାର, ତା’ପରେ… appeared first on Dharitri Odia News.