ମାଟ୍ରିକ ପରୀକ୍ଷାରେ କମ୍‌ ନମ୍ବର ରହିବାରୁ ଛାତ୍ରଙ୍କ ଆତ୍ମହତ୍ୟା

କାଳିଆପାଣି,୨୮ା୫(ଅସିତ୍‌ ମହାନ୍ତ):ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳର ଜଣେ ଛାତ୍ର ମାଟ୍ରିକ ପରୀକ୍ଷାରେ କମ୍‌ ନମ୍ବର ରଖିଥିବାରୁ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ସୁକିନ୍ଦା ଜଗନ୍ନାଥ ନୋଡାଲ ହାଇସ୍କୁଲର ଛାତ୍ର ପ୍ରଜ୍ଞା କୁମାର ପଣ୍ଡା। ସେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ। ରବିବାର ପରୀକ୍ଷାଫଳ ପ୍ରକାଶିତ ହୋଇଥିଲା। ସେ ୫୦ ପ୍ରତିଶତ ନମ୍ବର ରଖିଥିଲେ। ହେଲେ ସେ ଆଶାନୁରୂପ ନମ୍ବର ରଖି ନ ଥିବା ଜାଣିବା ପରେ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ଘରେ କେହି ନ […] The post ମାଟ୍ରିକ ପରୀକ୍ଷାରେ କମ୍‌ ନମ୍ବର ରହିବାରୁ ଛାତ୍ରଙ୍କ ଆତ୍ମହତ୍ୟା appeared first on Dharitri Odia News.

ମାଟ୍ରିକ ପରୀକ୍ଷାରେ କମ୍‌ ନମ୍ବର ରହିବାରୁ ଛାତ୍ରଙ୍କ ଆତ୍ମହତ୍ୟା

କାଳିଆପାଣି,୨୮ା୫(ଅସିତ୍‌ ମହାନ୍ତ):ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳର ଜଣେ ଛାତ୍ର ମାଟ୍ରିକ ପରୀକ୍ଷାରେ କମ୍‌ ନମ୍ବର ରଖିଥିବାରୁ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ସୁକିନ୍ଦା ଜଗନ୍ନାଥ ନୋଡାଲ ହାଇସ୍କୁଲର ଛାତ୍ର ପ୍ରଜ୍ଞା କୁମାର ପଣ୍ଡା। ସେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ। ରବିବାର ପରୀକ୍ଷାଫଳ ପ୍ରକାଶିତ ହୋଇଥିଲା। ସେ ୫୦ ପ୍ରତିଶତ ନମ୍ବର ରଖିଥିଲେ। ହେଲେ ସେ ଆଶାନୁରୂପ ନମ୍ବର ରଖି ନ ଥିବା ଜାଣିବା ପରେ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ଘରେ କେହି ନ ଥିବା ସୁଯୋଗ ନେଇ ବେକରେ ଶାଢ଼ି ବାନ୍ଧି ଝୁଲିପଡିଥିଲେ। ଖବର ପାଇ ସୁକିନ୍ଦା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା(ନଂ.୧୬/୨୪)ରୁଜୁ ହୋଇଛି। ସୂଚନାଯୋଗ୍ୟ, ପ୍ରଜ୍ଞାଙ୍କ ଘର ପାଣିକୋଇଲି ଥାନା ଅଧୀନ ବଡ଼ବିରୁଆଁ ଗାଁରେ। ହେଲେ ତାଙ୍କ ପରିବାର ସୁକିନ୍ଦାରେ ଭଡ଼ାରେ ରହୁଥିଲେ।

The post ମାଟ୍ରିକ ପରୀକ୍ଷାରେ କମ୍‌ ନମ୍ବର ରହିବାରୁ ଛାତ୍ରଙ୍କ ଆତ୍ମହତ୍ୟା appeared first on Dharitri Odia News.