ସ୍ବାମୀଙ୍କୁ ଗଛରେ ବାନ୍ଧି ସ୍ତ୍ରୀଙ୍କୁ ଗଣବଳାତ୍କାର
ଭୋପାଳ,୨୬ା୧୦: ମଧ୍ୟପ୍ରଦେଶରେ ଦୁଇଟି ଜଘନ୍ୟ ବଳାତ୍କାର ସାମ୍ନାକୁ ଆସିଛି। ଗୋଟିଏ ଦେଶର ‘ସବୁଠୁ ସ୍ବଚ୍ଛ ସହର’ ଇନ୍ଦୋରରେ ଏବଂ ଅନ୍ୟଟି ରଓ୍ବୋରେ ଘଟିଛି। ରଓ୍ବୋ ମାମଲାରେ ଏକ ପିକ୍ନିକ୍ ସ୍ପଟ୍ ନିକଟରେ ଏକ ଦମ୍ପତିକୁ ଆକ୍ରମଣ କରାଯାଇଥିଲା। ସ୍ବାମୀଙ୍କୁ ଏକ ଗଛରେ ବାନ୍ଧି ତାଙ୍କ ସ୍ତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିଲା। ବଳାତ୍କାରୀମାନେ ଏହି ବର୍ବରତା ଦୃଶ୍ୟର ଭିଡିଓ ଶୁଟିଂ ମଧ୍ୟ କରିଥିଲେ। ଏତିକିରେ ଥମି ନ ଥିଲା ବର୍ବରତା। ପୋଲିସକୁ ଜଣାଇଥିଲେ ଅନ୍ଲାଇନରେ ଭିଡିଓ ରିଲିଜ୍ କରିଦେବୁ ବୋଲି […] The post ସ୍ବାମୀଙ୍କୁ ଗଛରେ ବାନ୍ଧି ସ୍ତ୍ରୀଙ୍କୁ ଗଣବଳାତ୍କାର appeared first on Dharitri Odia News.
ଭୋପାଳ,୨୬ା୧୦: ମଧ୍ୟପ୍ରଦେଶରେ ଦୁଇଟି ଜଘନ୍ୟ ବଳାତ୍କାର ସାମ୍ନାକୁ ଆସିଛି। ଗୋଟିଏ ଦେଶର ‘ସବୁଠୁ ସ୍ବଚ୍ଛ ସହର’ ଇନ୍ଦୋରରେ ଏବଂ ଅନ୍ୟଟି ରଓ୍ବୋରେ ଘଟିଛି। ରଓ୍ବୋ ମାମଲାରେ ଏକ ପିକ୍ନିକ୍ ସ୍ପଟ୍ ନିକଟରେ ଏକ ଦମ୍ପତିକୁ ଆକ୍ରମଣ କରାଯାଇଥିଲା। ସ୍ବାମୀଙ୍କୁ ଏକ ଗଛରେ ବାନ୍ଧି ତାଙ୍କ ସ୍ତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିଲା। ବଳାତ୍କାରୀମାନେ ଏହି ବର୍ବରତା ଦୃଶ୍ୟର ଭିଡିଓ ଶୁଟିଂ ମଧ୍ୟ କରିଥିଲେ। ଏତିକିରେ ଥମି ନ ଥିଲା ବର୍ବରତା। ପୋଲିସକୁ ଜଣାଇଥିଲେ ଅନ୍ଲାଇନରେ ଭିଡିଓ ରିଲିଜ୍ କରିଦେବୁ ବୋଲି ସେମାନେ ଧମକ ମଧ୍ୟ ଦେଇଥିଲେ। ଗତ ୨୧ରେ ଏହି ଗଣବଳାତ୍କାର ଘଟିଥିବାବେଳେ ଦିନକ ପରେ ପୋଲିସ ମାମଲା ରୁଜୁ କରିଥିଲା। ଏନେଇ କେତେଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଇତିମଧ୍ୟରେ ଇନ୍ଦୋରରେ ଜଣେ ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଜଣେ ଦିନ ମଜୁରିଆ ଏକ ବର୍ଜ୍ୟବସ୍ତୁ ପରିଚାଳନା ସଂସ୍ଥାରେ ବଳାତ୍କାର କରିଥିବା ଅଭିଯୋଗ ଆସିଛି। ପୀଡ଼ିତା ଜଣକଙ୍କ ଦେହରେ ବସ୍ତ୍ର ନାହିଁ। ରକ୍ତସ୍ରାବ ହେଉଛି। ସହରର ସଦର ବଜାର ଅଞ୍ଚଳରେ ମଙ୍ଗଳବାର ଭୋର ୩ଟା ୪୫ ମିନିଟ୍ର ଏହି ଦୃଶ୍ୟ ସିସିଟିଭି ଫୁଟେଜ୍ରେ ଦେଖିବାକୁ ମିଳିଛି। ପୋଲିସ ଏହାକୁ ଅନୁଧ୍ୟାନ କରିବା ପରେ ଶ୍ରମିକ ସୋନୁଙ୍କୁ ଗିରଫ କରିଛି। ସୋନୁ ବଳାତ୍କାର କରିଥିବା ସ୍ବୀକାର କରିଛନ୍ତି। ଲଗାତର ଦୁଇଟି ବଳାତ୍କାର ଘଟଣାକୁ ନେଇ ବିରୋଧୀ କଂଗ୍ରେସ ଶାସକ ଭାଜପାକୁ ସମାଲୋଚନା କରିଛି। ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ଜିତୁ ପଟଓ୍ବାରି ଏକ୍ସ’ରେ ଉଲ୍ଲେଖ କରିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଯାଦବ ‘ଲାଡ୍ଲି ବେହନା’ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବାବେଳେ ରାସ୍ତାରେ ଝିଅ ଉଲଗ୍ନ ବୁଲୁଛନ୍ତି।
The post ସ୍ବାମୀଙ୍କୁ ଗଛରେ ବାନ୍ଧି ସ୍ତ୍ରୀଙ୍କୁ ଗଣବଳାତ୍କାର appeared first on Dharitri Odia News.