ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ର ଖାସ୍ Valantine Day ଅଫର, ମାତ୍ର ୧୪୯୦ ଟଙ୍କାରେ ବୁକ୍ କରିପାରିବେ ଫ୍ଲାଇଟ୍

ନୂଆଦିଲ୍ଲୀ ୧୩।୨:  ଚଳିତ ଭାଲେଣ୍ଟାଇନ ଡେ’ରେ  ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ତାଙ୍କ ଗ୍ରାହକଙ୍କୁ ଖାସ ଉପହାର ଦେଉଛନ୍ତି। ଏୟାରଲାଇନ ‘ଭାଲେଣ୍ଟାଇନ ଡେ ସେଲ’ ଘୋଷଣା କରିଛି, ଯେଉଁଥିରେ ଯାତ୍ରୀଙ୍କ ପାଇଁ ପ୍ରାରମ୍ଭ ଭଡ଼ା ମାତ୍ର ୧୪୯୦ ଟଙ୍କାରୁ ଆରମ୍ଭ ହେଉଛି। ଏହି ସେଲର ଲାଭ ନେବା ପାଇଁ ଆପଣଙ୍କୁ ୧୬ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ଟିକେଟ୍ ବୁକିଂ କରିବାକୁ ପଡିବ। ଏହି ବୁକିଂ କେବଳ ଡୋମେଷ୍ଟିକ୍ ଫ୍ଲାଇଟ୍ ବୁକିଂ ଲାଗି ଉପଲବ୍ଧ। ଏହା ସହିତ ଏହି ଅଫର ୨୫ ଫେବୃଆରୀରୁ ୨୦ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଯାତ୍ରା ନିମନ୍ତେ ବୈଧ।ଯାତ୍ରୀ ଏୟାରଲାଇନର ଅଧିକାରୀକ ୱେବସାଇଟ୍ ମାଧ୍ୟମରେ ନିଜର ଟିକେଟ୍ ବୁକ୍ କରିପାରିବେ। ଏୟାରଲାଇନ ଏକ୍ସକ୍ଲୁସିଭ ଏକ୍ସପ୍ରେସ୍ ଲାଇଟ୍ ର ପ୍ରାରମ୍ଭିକ ଭଡ଼ା ୧୩୪୦ ଟଙ୍କାରୁ ଆରମ୍ଭ କରୁଛି ଓ ତାଙ୍କ ୱେବସାଇଟ୍ ରେ ଲଗଇନ୍‌ ମେମ୍ବରଙ୍କ ଲାଗି ‘ଜିରୋ କନଭିଏନ୍ସ ଫି’ ଅଫର ମଧ୍ୟ ଦେଉଛି। ଡିସ୍କାଉଣ୍ଟେଡ ଭଡ଼ା ଛଡା ଏୟାରାଇନ୍ସ ତାଙ୍କ ଲୟାଲ୍ଟି ମେମ୍ବରଙ୍କୁ ଖାସ୍ ଅଫର ମଧ୍ୟ ଦେଉଛନ୍ତି। ଯେଉଁଥିରେ ଏକ୍ସପ୍ରେସ୍ ବିଜ୍ (ଏୟାରଲାଇନର ବିଜନେସ୍ କ୍ଲାସ୍) ସିଟ୍ ରେ ଅପଗ୍ରେଡ ନିମନ୍ତେ ବିଶେଷ ରିହାତି ମଧ୍ୟ ରହିଛି। ଏହି ବିଜନେସ୍ କ୍ଲାସ୍ ସିଟ୍ ୩୩ ନୂଆ ବୋଇଂ ୭୩୭-୮ଏୟାରକ୍ରାଫ୍ଟରେ ଉପଲବ୍ଧ। ଲୟାଲ୍ଟି ମେମ୍ବର ଆହୁରି ଅତିରିକ୍ତ ସୁବିଧାର ଆନନ୍ଦ ମଧ୍ୟ ନେଇ ପାରନ୍ତି। ଯେପରିକି ୧୦ କେଜି ଅତିରିକ୍ତ ଚେକ୍ ଇନ୍ ବ୍

ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ର ଖାସ୍ Valantine Day ଅଫର, ମାତ୍ର ୧୪୯୦ ଟଙ୍କାରେ ବୁକ୍ କରିପାରିବେ ଫ୍ଲାଇଟ୍

ନୂଆଦିଲ୍ଲୀ ୧୩।୨:  ଚଳିତ ଭାଲେଣ୍ଟାଇନ ଡେ’ରେ  ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ତାଙ୍କ ଗ୍ରାହକଙ୍କୁ ଖାସ ଉପହାର ଦେଉଛନ୍ତି। ଏୟାରଲାଇନ ‘ଭାଲେଣ୍ଟାଇନ ଡେ ସେଲ’ ଘୋଷଣା କରିଛି, ଯେଉଁଥିରେ ଯାତ୍ରୀଙ୍କ ପାଇଁ ପ୍ରାରମ୍ଭ ଭଡ଼ା ମାତ୍ର ୧୪୯୦ ଟଙ୍କାରୁ ଆରମ୍ଭ ହେଉଛି। ଏହି ସେଲର ଲାଭ ନେବା ପାଇଁ ଆପଣଙ୍କୁ ୧୬ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ଟିକେଟ୍ ବୁକିଂ କରିବାକୁ ପଡିବ। ଏହି ବୁକିଂ କେବଳ ଡୋମେଷ୍ଟିକ୍ ଫ୍ଲାଇଟ୍ ବୁକିଂ ଲାଗି ଉପଲବ୍ଧ। ଏହା ସହିତ ଏହି ଅଫର ୨୫ ଫେବୃଆରୀରୁ ୨୦ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଯାତ୍ରା ନିମନ୍ତେ ବୈଧ।

ଯାତ୍ରୀ ଏୟାରଲାଇନର ଅଧିକାରୀକ ୱେବସାଇଟ୍ ମାଧ୍ୟମରେ ନିଜର ଟିକେଟ୍ ବୁକ୍ କରିପାରିବେ। ଏୟାରଲାଇନ ଏକ୍ସକ୍ଲୁସିଭ ଏକ୍ସପ୍ରେସ୍ ଲାଇଟ୍ ର ପ୍ରାରମ୍ଭିକ ଭଡ଼ା ୧୩୪୦ ଟଙ୍କାରୁ ଆରମ୍ଭ କରୁଛି ଓ ତାଙ୍କ ୱେବସାଇଟ୍ ରେ ଲଗଇନ୍‌ ମେମ୍ବରଙ୍କ ଲାଗି ‘ଜିରୋ କନଭିଏନ୍ସ ଫି’ ଅଫର ମଧ୍ୟ ଦେଉଛି। ଡିସ୍କାଉଣ୍ଟେଡ ଭଡ଼ା ଛଡା ଏୟାରାଇନ୍ସ ତାଙ୍କ ଲୟାଲ୍ଟି ମେମ୍ବରଙ୍କୁ ଖାସ୍ ଅଫର ମଧ୍ୟ ଦେଉଛନ୍ତି। ଯେଉଁଥିରେ ଏକ୍ସପ୍ରେସ୍ ବିଜ୍ (ଏୟାରଲାଇନର ବିଜନେସ୍ କ୍ଲାସ୍) ସିଟ୍ ରେ ଅପଗ୍ରେଡ ନିମନ୍ତେ ବିଶେଷ ରିହାତି ମଧ୍ୟ ରହିଛି। 

ଏହି ବିଜନେସ୍ କ୍ଲାସ୍ ସିଟ୍ ୩୩ ନୂଆ ବୋଇଂ ୭୩୭-୮ଏୟାରକ୍ରାଫ୍ଟରେ ଉପଲବ୍ଧ। ଲୟାଲ୍ଟି ମେମ୍ବର ଆହୁରି ଅତିରିକ୍ତ ସୁବିଧାର ଆନନ୍ଦ ମଧ୍ୟ ନେଇ ପାରନ୍ତି। ଯେପରିକି ୧୦ କେଜି ଅତିରିକ୍ତ ଚେକ୍ ଇନ୍ ବ୍ୟାଗେଜ୍ ଉପରେ ୨୫ ପ୍ରତିଶତ ଛାଡ, ୩ କେଜି ଅତିରିକ୍ତ କ୍ୟାରିଅନ ବ୍ୟାଗେଜ ଉପରେ ୩୫ ପ୍ରତିଶତ ଛାଡ ସମେତ ‘ଗୋରମେୟର’ ହଟମିଲ୍, ସିଟ୍ ସିଲେକ୍ସନ ଓ ଏକ୍ରପ୍ରେସ୍ ଏହେଡ ପ୍ରାଇମେରୀ ସର୍ଭିସେସ ଉପରେ ୨୫ ପ୍ରତିଶତ ଛାଡ ମିଳିବ। 

ଯାତ୍ରା ରୋମାନ୍ସ ପାଇଁ ହେଉ କି ବିଜନେସ୍ ପାଇଁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ସବୁ ଯାତ୍ରୀଙ୍କ ଲାଗି ଖାସ ଅଫର ନେଇ ଆସିଛନ୍ତି। ଏହା ସୁନିଶ୍ଚିତ କରାଯାଇଛି ଯେ ଭାରତ, ମଧ୍ୟପ୍ରାଚ୍ୟ ଓ ଦକ୍ଷିଣ-ପୂର୍ବ ଏସିୟା ଯାତ୍ରୀ ଏହି ଭାଲେଣ୍ଟାଇନ ଋତୁରେ ଯେପରି ସୁଲଭ ଓ ଆରାମଦାୟକ ଯାତ୍ରା କରିପାରନ୍ତି।