୧୭ ବର୍ଷ ପରେ ପ୍ରତିଶୋଧ, ନିଜ କେସ୍ ନିଜେ ଲଢିଲେ,ଦୋଷୀଙ୍କୁ ପଠାଇଲେ ଜେଲ୍
ଆଗ୍ରା ୨୬/୯: କୋର୍ଟରେ ଦମଦାର ଏଣ୍ଟ୍ରି । ହାର୍ ମାନିଗଲେ ସବୁ ଓକିଲ । ଜର୍ଜ ସାହେବ ବି ହୋଇଗଲେ ଫ୍ୟାନ । କହିଲେ ବାଃ ବେଟା ବହୁତ ସୁନ୍ଦର । ଆଗ୍ରାର ହର୍ଷ ଗର୍ଗଙ୍କ ଏମିତି ଏକ କାହାଣୀ ଆପଣ ଜାଣିବେ ଯେଉଁଠି କିଡନାପ ହୋଇଥିବା ୭ ବର୍ଷ ନାବାଳକ ଓକିଲ ହୋଇ କେମିତି ନିଜେ ନିଜର କେସ୍ ଲଢିଛନ୍ତି ।ଆଉ କୋର୍ଟରେ ବଳିଷ୍ଠ ପ୍ରମାଣ ଦେଖାଇ ଜିତିବା ସହ ଦୋଷୀଙ୍କୁ ଦେଖାଇ ଦେଇଛନ୍ତି ଜେଲ୍ ରାସ୍ତା ଘଟଣା ୧୭ ବର୍ଷ ତଳର । ୨୦୦୭, ୧୦ ଜାନୁଆରୀ । ଜଣେ ୭ ବର୍ଷର ନାବାଳକକୁ କିଡନାପ ଘଟଣା ଆଗ୍ରାରେ ସୃଷ୍ଟି କରିଥିଲା ହଇଚଇ । କିଡନାପ ହୋଇଥିବା ଶିଶୁ ଥିଲେ ବ୍ୟବସାୟୀ ଅବିନାଶ ଗର୍ଗଙ୍କ ୭ ବର୍ଷର ଭଣଜା ହର୍ଷ ଗର୍ଗ । ଘଟଣାରେ କିଡନାପରମାନେ ହର୍ଷଙ୍କ ବାପା ତଥା ଆଡଭୋକେଟ ରବି କୁମାର ଗର୍ଗଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ । ଏମିତିକି ଫାୟାରିଂ କରିବାକୁ ପଛାଇ ନଥିଲେ । ପିଲାକୁ ଫେରାଇବା ପାଇଁ ୫୫ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ କିଡନାପର । ଏମିତି ବିତିଯାଇଥିଲା ୨୫ ଦିନ । ୨୬ ଦିନ ପରେ ମଧ୍ୟପ୍ରଦେଶର ଶିବପୁରୀରୁ ହର୍ଷଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା ପୋଲିସ । ମାମଲାରେ ପୋଲିସ ଗୁଡ୍ଡନ କାଚି,ରାଜେଶ ଶର୍ମା,ରାଜକୁମାର, ଫତେହ ସିଂ,ଅମର ସିଂ,ବଲଭୀର,ରାମପ୍ରକାଶ ଓ ଭିକମକୁ ଗିରଫ କରିଥିଲା ପୋଲିସ । ସମସ୍ତଙ୍କୁ ଆଜୀବନ ଜେଲ୍ ସହ ୧ ଲକ୍ଷ ଟଙ୍କାର ଫାଇନ ଶୁଣାଇଥିଲେ କୋର୍ଟ । ।ତେବେ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲା
ଆଗ୍ରା ୨୬/୯: କୋର୍ଟରେ ଦମଦାର ଏଣ୍ଟ୍ରି । ହାର୍ ମାନିଗଲେ ସବୁ ଓକିଲ । ଜର୍ଜ ସାହେବ ବି ହୋଇଗଲେ ଫ୍ୟାନ । କହିଲେ ବାଃ ବେଟା ବହୁତ ସୁନ୍ଦର । ଆଗ୍ରାର ହର୍ଷ ଗର୍ଗଙ୍କ ଏମିତି ଏକ କାହାଣୀ ଆପଣ ଜାଣିବେ ଯେଉଁଠି କିଡନାପ ହୋଇଥିବା ୭ ବର୍ଷ ନାବାଳକ ଓକିଲ ହୋଇ କେମିତି ନିଜେ ନିଜର କେସ୍ ଲଢିଛନ୍ତି ।ଆଉ କୋର୍ଟରେ ବଳିଷ୍ଠ ପ୍ରମାଣ ଦେଖାଇ ଜିତିବା ସହ ଦୋଷୀଙ୍କୁ ଦେଖାଇ ଦେଇଛନ୍ତି ଜେଲ୍ ରାସ୍ତା
ଘଟଣା ୧୭ ବର୍ଷ ତଳର । ୨୦୦୭, ୧୦ ଜାନୁଆରୀ । ଜଣେ ୭ ବର୍ଷର ନାବାଳକକୁ କିଡନାପ ଘଟଣା ଆଗ୍ରାରେ ସୃଷ୍ଟି କରିଥିଲା ହଇଚଇ । କିଡନାପ ହୋଇଥିବା ଶିଶୁ ଥିଲେ ବ୍ୟବସାୟୀ ଅବିନାଶ ଗର୍ଗଙ୍କ ୭ ବର୍ଷର ଭଣଜା ହର୍ଷ ଗର୍ଗ । ଘଟଣାରେ କିଡନାପରମାନେ ହର୍ଷଙ୍କ ବାପା ତଥା ଆଡଭୋକେଟ ରବି କୁମାର ଗର୍ଗଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ । ଏମିତିକି ଫାୟାରିଂ କରିବାକୁ ପଛାଇ ନଥିଲେ । ପିଲାକୁ ଫେରାଇବା ପାଇଁ ୫୫ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ କିଡନାପର । ଏମିତି ବିତିଯାଇଥିଲା ୨୫ ଦିନ । ୨୬ ଦିନ ପରେ ମଧ୍ୟପ୍ରଦେଶର ଶିବପୁରୀରୁ ହର୍ଷଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା ପୋଲିସ ।
ମାମଲାରେ ପୋଲିସ ଗୁଡ୍ଡନ କାଚି,ରାଜେଶ ଶର୍ମା,ରାଜକୁମାର, ଫତେହ ସିଂ,ଅମର ସିଂ,ବଲଭୀର,ରାମପ୍ରକାଶ ଓ ଭିକମକୁ ଗିରଫ କରିଥିଲା ପୋଲିସ । ସମସ୍ତଙ୍କୁ ଆଜୀବନ ଜେଲ୍ ସହ ୧ ଲକ୍ଷ ଟଙ୍କାର ଫାଇନ ଶୁଣାଇଥିଲେ କୋର୍ଟ । ।ତେବେ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଯାଇଥିଲେ ଅନ୍ୟ ୪ ଅଭିଯୁକ୍ତ । ହେଲେ ଏହି ଘଟଣାକୁ ଭୁଲିନଥିଲେ ହର୍ଷ । ମନେ ମନେ ବଡ ହୋଇ ଓକିଲ ହେବାକୁ ପଣ କରିଥିଲେ ।
‘ଲ’ରେ ଡିଗ୍ରୀ ହାସଲ ପରେ ଆଗ୍ରାର ସ୍ପେଶାଲ ଜଜ କୋର୍ଟରେ ନିଜ ମାମଲା ନିଜେ ଲଢିଥିଲେ । ୧୫ ଜଣ ସାକ୍ଷୀଙ୍କୁ କୋର୍ଟରେ ହାଜର କରାଇଥିଲେ ହର୍ଷ । ଯେଉଁଥିରେ ସେ ନିଜେ ସାମିଲ ଥିଲେ । ତେବେ ହର୍ଷଙ୍କ ବୟାନ ସବୁଠୁ ଗୁରୁତ୍ବପୂର୍ଣ୍ଣ ଥିଲା । ସେ କୋର୍ଟରେ ବଳିଷ୍ଠ ପ୍ରମାଣ ସହ ଏମିତି ଯୁକ୍ତି ବାଢିଲେ ସମସ୍ତେ ତାଜୁବ । ପ୍ରତିପକ୍ଷ ଓକିଲ ବି ଫେଲ୍ ମାରିଲେ । ଶେଶରେ ଜଜ୍ ବି ତାରିଫ କଲେ । କଠୋର ପରିଶ୍ରମରଫଳ ହର୍ଷଙ୍କୁ ମିଳିଲା । ବାକି ୪ ଜଣ ଦୋଷୀଙ୍କୁ ଆଜୀବନ ଜେଲ୍ ସହ ୧ ଲକ୍ଷ ଲେଖାଏ ଜରିମାନା ରାଶି ଦେବାକୁ ନିର୍ଦ୍ଦେଶ ଦେଲେ କୋର୍ଟ ।
୧୭ ବର୍ଷ ତଳେ କିଡନାପରଙ୍କ କବଳରୁ ମୁକୁଳିଥିବା ହର୍ଷ ଏବେ ଜଣେ ଜଣାଶୁଣା ଓ ନାମୀଦାମୀ ଓକିଲ । ହର୍ଷ କହିଛନ୍ତି ସେ କେବେ ସାହସ ହରାଇ ନାହାନ୍ତି । ଅଭିଯୁକ୍ତଙ୍କୁ ଦଣ୍ଡ ଦେବା ହିଁ ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା । ଏହି ଘଟଣା ତାଙ୍କୁ ଅଧିକ ଶକ୍ତି ଦେଇଥିଲା ଆଉ ମିଶନରେ ସଫଳ କରାଇପାରିଥିଲା ।
ବଡ ହୋଇ ପିଲାଦିନେ ଘଟିଥିବା ଘଟଣାର ପ୍ରତିଶୋଧ ନେବା କାହାଣୀ ଆମେ ଫିଲ୍ମରେ ଅନେକ ଦେଖିଛୁ । ସତରେ ଏମିତି ବହୁତ କମ୍ ଘଟିଥାଏ । ହର୍ଷ କିନ୍ତୁ ସତରେ କରି ଦେଖାଇ ଦେଇଛନ୍ତି । ତାଙ୍କ ସହ ହୋଇଥିବା ଅପରାଧ ପଛର ପୁରା କାହାଣୀ କୌଣସି ଫିଲ୍ମ କାହାଣୀଠାରୁ କମ୍ ନୁହେଁ ।