ମୁଁ କାହାର ପାଦ ଛୁଏଁ ନାହିଁ, ସେଥିପାଇଁ ମୋତେ….କାହିଁକି ଏମିତି କହିଲେ ଗୌତମ ଗମ୍ଭୀର
ନୂଆଦିଲ୍ଲୀ,୨୧।୫: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ତାଙ୍କର ତାଙ୍କ ବିବୃତ୍ତି ପାଇଁ ପ୍ରାୟତ ଚର୍ଚ୍ଚାରେ ଥାନ୍ତି। ନିକଟରେ ଟିମ ଇଣ୍ଡିଆର ଅଫ ସ୍ପିନର ରବି ଅଶ୍ୱିନଙ୍କ ୟୁଟ୍ୟୁବ ଚ୍ୟାନେଲରେ ଗୌତମ ଗମ୍ଭୀର ନିଜର ମତ ରଖିଥିଲେ। ଏହି ସମୟରେ ସେ ନିଜ କ୍ୟାରିୟରର ସଂଘର୍ଷ ବିଷୟରେ ଖୋଲାଖୋଲି ଭାବରେ କଥା ହୋଇଥିଲେ। ଗମ୍ଭୀର କହିଛନ୍ତି, ଜୁନିୟର ସ୍ତରୀୟ ଟୁର୍ନାମେଣ୍ଟରେ ମୋତେ ଭେଦଭାବର ସାମ୍ନା କରିବାକୁ ପଡ଼ିଥିଲା। ମୁଁ ୧୨ କିମ୍ବା ୧୩ ବର୍ଷ ବୟସରେ ପ୍ରଥମ […] The post ମୁଁ କାହାର ପାଦ ଛୁଏଁ ନାହିଁ, ସେଥିପାଇଁ ମୋତେ….କାହିଁକି ଏମିତି କହିଲେ ଗୌତମ ଗମ୍ଭୀର appeared first on Dharitri Odia News.
ନୂଆଦିଲ୍ଲୀ,୨୧।୫: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ତାଙ୍କର ତାଙ୍କ ବିବୃତ୍ତି ପାଇଁ ପ୍ରାୟତ ଚର୍ଚ୍ଚାରେ ଥାନ୍ତି। ନିକଟରେ ଟିମ ଇଣ୍ଡିଆର ଅଫ ସ୍ପିନର ରବି ଅଶ୍ୱିନଙ୍କ ୟୁଟ୍ୟୁବ ଚ୍ୟାନେଲରେ ଗୌତମ ଗମ୍ଭୀର ନିଜର ମତ ରଖିଥିଲେ। ଏହି ସମୟରେ ସେ ନିଜ କ୍ୟାରିୟରର ସଂଘର୍ଷ ବିଷୟରେ ଖୋଲାଖୋଲି ଭାବରେ କଥା ହୋଇଥିଲେ। ଗମ୍ଭୀର କହିଛନ୍ତି, ଜୁନିୟର ସ୍ତରୀୟ ଟୁର୍ନାମେଣ୍ଟରେ ମୋତେ ଭେଦଭାବର ସାମ୍ନା କରିବାକୁ ପଡ଼ିଥିଲା। ମୁଁ ୧୨ କିମ୍ବା ୧୩ ବର୍ଷ ବୟସରେ ପ୍ରଥମ ଥର ପାଇଁ ୧୪ ବର୍ଷରୁ କମ ଟୁର୍ନାମେଣ୍ଟ ପାଇଁ ଚେଷ୍ଟା କଲି, ସେତେବେଳେ ମୋତେ ମନୋନୀତ କରାଗଲା ନାହିଁ। କାରଣ ମୁଁ ଚୟନକର୍ତ୍ତାଙ୍କ ପାଦ ଛୁଇଁ କରି ନ ଥିଲି, ସେବେଠାରୁ ମୁଁ ନିଜକୁ ପ୍ରତିଶୃତି ଦେଇଥିଲି ଯେ ମୁଁ କାହାର ପାଦ ଛୁଇଁବି ନାହିଁ ଏବଂ ମୁଁ କାହାକୁ ମୋର ପାଦ ଛୁଇଁବାକୁ ଦେବି ନାହିଁ।
ପୂର୍ବତନ ଭାରତୀୟ କ୍ରିକେଟର କହିଛନ୍ତି, ମୋର ମନେ ଅଛି, ଯେତେବେଳେ ବି ମୁଁ ମୋ କ୍ୟାରିୟରରେ ବିଫଳ ହୋଇଥିଲି, ଅଣ୍ଡର -୧୬, ଅଣ୍ଡର -୧୯, ରଣଜୀ ଟ୍ରଫି କିମ୍ବା ମୋର ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ହେଉ … ଲୋକମାନେ କହୁଥିଲେ ମୁଁ ଧନୀ ପରିବାରର, କ୍ରିକେଟ ଖେଳିବାର ଆବଶ୍ୟକତା ନାହିଁ ।
ଗୌତମ ଗମ୍ଭୀର ଆଇପିଏଲରେ କୋଲକାତା ନାଇଟ ରାଇଡର୍ସର ମେଣ୍ଟର ଭୂମିକାରେ ଅଛନ୍ତି। ଏହି ସିଜିନ୍ରେ ଗମ୍ଭୀରଙ୍କ ପରାମର୍ଶରେ କୋଲକାତା ନାଇଟ ରାଇଡର୍ସ ଏକ ଚମତ୍କାର ପ୍ରଦର୍ଶନ କରିଛି। କୋଲକାତା ନାଇଟ ରାଇଡର୍ସ ୧୪ଟି ମ୍ୟାଚରେ ୨୦ ପଏଣ୍ଟ ସହ ଶୀର୍ଷରେ ଅଛି। ଏଥି ସହିତ ପ୍ରଥମ ଯୋଗ୍ୟତା ପର୍ଯ୍ୟାୟରେ କୋଲକାତା ନାଇଟ ରାଇଡର୍ସ ସନରାଇଜର୍ସ ହାଇଦ୍ରାବାଦର ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ। ଏହାପୂର୍ବରୁ କୋଲକାତା ନାଇଟ ରାଇଡର୍ସ ଦୁଇଥର ଆଇପିଏଲ ଟାଇଟଲ ଜିତିଛନ୍ତି। ଗୌତମ ଗମ୍ଭୀର ଉଭୟ ଥର କୋଲକାତା ନାଇଟ ରାଇଡର୍ସର ଅଧିନାୟକ ଥିଲେ।
The post ମୁଁ କାହାର ପାଦ ଛୁଏଁ ନାହିଁ, ସେଥିପାଇଁ ମୋତେ….କାହିଁକି ଏମିତି କହିଲେ ଗୌତମ ଗମ୍ଭୀର appeared first on Dharitri Odia News.