ଧରାପଡ଼ିଲା ୯ କୋଟିରୁ ଊଦ୍ଧର୍‌ବ ଗଞ୍ଜେଇର ସତ :ଜର୍ମାନୀରୁ ମାଲେସିଆ ଦେଇ ଆସିଥିଲା ଭାରତ

ଭୁବନେଶ୍ୱର,୧୩।୧: ଭୁବନେଶ୍ବର ବିମାନ ବନ୍ଦରରୁ ୯ କୋଟିରୁ ଊଦ୍ଧର୍‌ବ ଗଞ୍ଜେଇ ଜବତ ମାମଲାରେ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଚୋରା ଚାଲାଣ ପଛରେ ବଡ଼ ଅନ୍ତର୍ଜାତୀୟ ଗ୍ୟାଙ୍ଗ ଥିବା ସୂଚନା ମିଳିଛି। ତେବେ ଏହା ଜର୍ମାନୀରୁ ପ୍ରୋସେସିଂ ହୋଇ ମାଲେସିଆ ଦେଇ ଭାରତ ଆସିଥିବା ଜଣାପଡ଼ିଛି। ପଶ୍ଚିମବଙ୍ଗର ଗିରଫ ୨ ମହିଳାଙ୍କୁ ନାର୍କୋଟିକ୍ସ ଜେରା କରିବ। ଏହି ୨ ମହିଳା ହେଲେ ନାସିରା ଖାତୁନ ଓ ଅବିଦା ଖାତୁନ। ଉଭୟ ଜେରାର ସମ୍ମୁଖୀନ ହେବେ। ଭୁବନେଶ୍ୱର […] The post ଧରାପଡ଼ିଲା ୯ କୋଟିରୁ ଊଦ୍ଧର୍‌ବ ଗଞ୍ଜେଇର ସତ :ଜର୍ମାନୀରୁ ମାଲେସିଆ ଦେଇ ଆସିଥିଲା ଭାରତ appeared first on Dharitri Odia News.

ଧରାପଡ଼ିଲା ୯ କୋଟିରୁ ଊଦ୍ଧର୍‌ବ ଗଞ୍ଜେଇର ସତ :ଜର୍ମାନୀରୁ ମାଲେସିଆ ଦେଇ ଆସିଥିଲା ଭାରତ

ଭୁବନେଶ୍ୱର,୧୩।୧: ଭୁବନେଶ୍ବର ବିମାନ ବନ୍ଦରରୁ ୯ କୋଟିରୁ ଊଦ୍ଧର୍‌ବ ଗଞ୍ଜେଇ ଜବତ ମାମଲାରେ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଚୋରା ଚାଲାଣ ପଛରେ ବଡ଼ ଅନ୍ତର୍ଜାତୀୟ ଗ୍ୟାଙ୍ଗ ଥିବା ସୂଚନା ମିଳିଛି। ତେବେ ଏହା ଜର୍ମାନୀରୁ ପ୍ରୋସେସିଂ ହୋଇ ମାଲେସିଆ ଦେଇ ଭାରତ ଆସିଥିବା ଜଣାପଡ଼ିଛି। ପଶ୍ଚିମବଙ୍ଗର ଗିରଫ ୨ ମହିଳାଙ୍କୁ ନାର୍କୋଟିକ୍ସ ଜେରା କରିବ। ଏହି ୨ ମହିଳା ହେଲେ ନାସିରା ଖାତୁନ ଓ ଅବିଦା ଖାତୁନ। ଉଭୟ ଜେରାର ସମ୍ମୁଖୀନ ହେବେ।

ଭୁବନେଶ୍ୱର ବିମାନବନ୍ଦରରେ ବିପୁଳ ପରିମାଣର ମହିଳା ଗଞ୍ଜେଇ ଚାଲାଣ କରୁଥିଲେ । ମାତ୍ର କଷ୍ଟମ ବିଭାଗ ଅଧିକାରୀ ଏହାକୁ ଧରିଥିଲେ । ଆଉ ମହିଳାଙ୍କ ନିକଟରୁ ଛୋଟ ଛୋଟ ପ୍ୟାକେଟରେ ପୁଳା ପୁଳା ଗଞ୍ଜେଇ ଜବତ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ୯ କୋଟିରୁ ଅଧିକ ଟଙ୍କା ହେବ ବୋଲି ଜଣାପଡ଼ିଥିଲା।
ତେବେ ମହିଳାଙ୍କ ବ୍ୟାଗ୍ ସର୍ଚ୍ଚ ବେଳେ ଏସବୁ ମିଳିଥିଲା।

ପଚରାଉଚରା ପରେ ସଂପୃକ୍ତ ମହିଳାଙ୍କୁ ଗିରଫ କରାଯାଇଥିଲା। ତେବେ ଏତେ ପରିମାଣର ଗଞ୍ଜେଇ କେଉଁଠୁ ଆସୁଥିଲା ଓ କେଉଁଠିକୁ ଯାଉଥିଲା ଓ ଏଥିରେ ଆଉ କିଏ କିଏ ସମ୍ପୃକ୍ତ ତାହାର ତଦନ୍ତ .େହେଉଛି।

The post ଧରାପଡ଼ିଲା ୯ କୋଟିରୁ ଊଦ୍ଧର୍‌ବ ଗଞ୍ଜେଇର ସତ :ଜର୍ମାନୀରୁ ମାଲେସିଆ ଦେଇ ଆସିଥିଲା ଭାରତ appeared first on Dharitri Odia News.