କେଉଁଠୁ ଆସିଲା ଲକ୍ଷାଧିକ ଟଙ୍କାର ଚୋରା କାଠ ? ୨ ଜଣଙ୍କୁ ଅଟକ ରଖି ପଚରାଉଚରା
ଟିଟିଲାଗଡ ୧୭/୬: ଲକ୍ଷାଧିକ ଟଙ୍କାର ବେଆଇନ କାଠ ଜବତ, ୨ ଅଟକ । ଟିଟିଲାଗଡ ଓ ସଇଁତଳା ବନବିଭାଗ ମିଳିତ ଚଢାଉ କରି ଟିଟିଲାଗଡ ସହରର ସର୍ଗିଗୁଡା ଓ ରେଲୱେ କଲୋନୀର ଏକ ପରିତ୍ୟକ୍ତ ଘରୁ ବେଆଇନ ଭାବରେ ଗଚ୍ଛିତ ଥିବା ମୂଲ୍ୟବାନ ଶାଗୁଆନ କାଠ, ୧୫୦ ଖଣ୍ଡ ଶାଳ କାଠ ସମେତ ଅନେକ ଦାମୀ କାଠ ଜବତ କରିଛି । ଜବତ କାଠର ମୂଲ୍ୟ ପ୍ରାୟ ଲକ୍ଷାଧିକ ଟଙ୍କା ହେବ । ଘଟଣାରେ ଶେଷଦେବ ସାହୁ ଓ ଜଗନ୍ନାଥ ଚନ୍ଦନକୁ ଅଟକ ରଖାଯାଇଛି । ଏତେ ପରିମାଣର ଦାମୀ କାଠ କୁଆଡୁ ଆସିଲା ସେ ସଂପର୍କରେ ଖୋଳତାଡ କରୁଛି ବନ ବିଭାଗ । ଆଗକୁ ଏପରି ଅନେକ ସ୍ଥାନରେ ଚଢାଉ ହେବ ବୋଲି କହିଛନ୍ତି ବନାଞ୍ଚଳ ଅଧିକାରୀ ।