ଏଥର ରକ୍ଷାବନ୍ଧନରେ ୧୨ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ କାରବାରର ଅନୁମାନ

ନୂଆଦିଲ୍ଲୀ : ରକ୍ଷାବନ୍ଧନ ଉତ୍ସବରେ ଚଳିତବର୍ଷ ଦେଶରେ ବେଶ କାରବାର ହୋଇଛି। ଏଥର ବଜାରରେ ଚୀନ୍‌ ତିଆରି ରାକ୍ଷୀର ଭିଡ ନଥିବା ବେଳେ ଦେଶରେ ପ୍ରସ୍ତୁତ ରାକ୍ଷୀ ବିନା ପ୍ରତିଯୋଗୀତାରେ ବିକ୍ରି ହୋଇଛି। ବ୍ୟବସାୟୀ ସଙ୍ଗଠନ ‘ସିଏଟି’ ଅନୁସାରେ ଚଳିତବର୍ଷ ରାକ୍ଷାବନ୍ଧନ ପୂର୍ବରୁ ରାକ୍ଷୀର ଯେଉଁ ଚାହିଦା ଥିଲା ଏଥିରୁ ଉତ୍ସବ ଅବସରରେ ୧୨ ହଜାର କୋଟି ଟଙ୍କାରୁ ଅଧିକର ବେପାର ହୋଇଛି। କାରଣ ଗତବର୍ଷ ସାରା ଦେଶରେ ୧୦ଲକ୍ଷ କୋଟି ଟଙ୍କାର ରାକ୍ଷୀ କାରବାର ହୋଇଥିଲା। ବ୍ୟବସାୟୀଙ୍କ ଅନୁସାରେ ଏଥର ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ବଜାରରେ ରାକ୍ଷୀ ପାଇଁ ବେଶ ଗହଳି ଲାଗୁଥିଲା ଓ ଉତ୍ସବକୁ ନେଇ ଲୋକଙ୍କ ମଧ୍ୟରେ ଖାସ ଉତ୍ସାହ ମଧ୍ୟ ଦେଖାଯାଇଥିଲା। ଗତ କିଛି ବର୍ଷ ଭଳି ଚଳିତବର୍ଷ ମଧ୍ୟ ସ୍ୱଦେଶୀ ରାକ୍ଷୀ କାରବାର ହୋଇଛି। ଚୀନ୍ ତିଆରି ରାଖି ବଜାରରୁ ସମ୍ପୂର୍ଣ୍ଣ ଉଭାନ ହୋଇଯାଇଛି। ସବୁ ବେଳ ଭଳି ଏଥର ମଧ୍ୟ ପାରମ୍ପରିକ ରାକ୍ଷୀର ଖୁବ୍ କାରବାର ହୋଇଛି। ଏଥିରେ ମୁଖ୍ୟତଃ ନାଗପୁରରେ ତିଆରି ଖଦି ରାକ୍ଷୀ, ଜୟପୁରର ସାଙ୍ଗାନେରୀ କଳା ରାକ୍ଷୀ, ପୁଣେର ମଞ୍ଜି ରାକ୍ଷୀ ,ସତନାର ଉଲ ରାକ୍ଷୀ, ଆସାମର ଚାପତି ରାକ୍ଷୀ, କୋଲକାତାର ଝୋଟ ରାକ୍ଷୀ, ମୁମ୍ବାଇର ରେଶମ ରାକ୍ଷୀ ବେଶ କାରବାର ହୋଇଛି। ସିଏଟିଙ୍କ ଅନୁସାରେ ୧୯ ଅଗଷ୍ଟ ରକ୍ଷା ବନ୍ଧନରୁ ଆରମ୍ଭ ହୋଇଥିବା ପାର୍ବଣ ଋତୁ ୧୫ ନଭେମ୍ବର ତୁଳସୀ ବିବାହରେ ସମାପ୍ତ ହେବ। ଏହି ସମୟ ମଧ୍ୟରେ ଦେଶର ବଜାର

ଏଥର ରକ୍ଷାବନ୍ଧନରେ ୧୨ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ କାରବାରର ଅନୁମାନ

ନୂଆଦିଲ୍ଲୀ : ରକ୍ଷାବନ୍ଧନ ଉତ୍ସବରେ ଚଳିତବର୍ଷ ଦେଶରେ ବେଶ କାରବାର ହୋଇଛି। ଏଥର ବଜାରରେ ଚୀନ୍‌ ତିଆରି ରାକ୍ଷୀର ଭିଡ ନଥିବା ବେଳେ ଦେଶରେ ପ୍ରସ୍ତୁତ ରାକ୍ଷୀ ବିନା ପ୍ରତିଯୋଗୀତାରେ ବିକ୍ରି ହୋଇଛି। ବ୍ୟବସାୟୀ ସଙ୍ଗଠନ ‘ସିଏଟି’ ଅନୁସାରେ ଚଳିତବର୍ଷ ରାକ୍ଷାବନ୍ଧନ ପୂର୍ବରୁ ରାକ୍ଷୀର ଯେଉଁ ଚାହିଦା ଥିଲା ଏଥିରୁ ଉତ୍ସବ ଅବସରରେ ୧୨ ହଜାର କୋଟି ଟଙ୍କାରୁ ଅଧିକର ବେପାର ହୋଇଛି। କାରଣ ଗତବର୍ଷ ସାରା ଦେଶରେ ୧୦ଲକ୍ଷ କୋଟି ଟଙ୍କାର ରାକ୍ଷୀ କାରବାର ହୋଇଥିଲା। 

ବ୍ୟବସାୟୀଙ୍କ ଅନୁସାରେ ଏଥର ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ବଜାରରେ ରାକ୍ଷୀ ପାଇଁ ବେଶ ଗହଳି ଲାଗୁଥିଲା ଓ ଉତ୍ସବକୁ ନେଇ ଲୋକଙ୍କ ମଧ୍ୟରେ ଖାସ ଉତ୍ସାହ ମଧ୍ୟ ଦେଖାଯାଇଥିଲା। ଗତ କିଛି ବର୍ଷ ଭଳି ଚଳିତବର୍ଷ ମଧ୍ୟ ସ୍ୱଦେଶୀ ରାକ୍ଷୀ କାରବାର ହୋଇଛି। ଚୀନ୍ ତିଆରି ରାଖି ବଜାରରୁ ସମ୍ପୂର୍ଣ୍ଣ ଉଭାନ ହୋଇଯାଇଛି। ସବୁ ବେଳ ଭଳି ଏଥର ମଧ୍ୟ ପାରମ୍ପରିକ ରାକ୍ଷୀର ଖୁବ୍ କାରବାର ହୋଇଛି। ଏଥିରେ ମୁଖ୍ୟତଃ ନାଗପୁରରେ ତିଆରି ଖଦି ରାକ୍ଷୀ, ଜୟପୁରର ସାଙ୍ଗାନେରୀ କଳା ରାକ୍ଷୀ, ପୁଣେର ମଞ୍ଜି ରାକ୍ଷୀ ,ସତନାର ଉଲ ରାକ୍ଷୀ, ଆସାମର ଚାପତି ରାକ୍ଷୀ, କୋଲକାତାର ଝୋଟ ରାକ୍ଷୀ, ମୁମ୍ବାଇର ରେଶମ ରାକ୍ଷୀ ବେଶ କାରବାର ହୋଇଛି। 

ସିଏଟିଙ୍କ ଅନୁସାରେ ୧୯ ଅଗଷ୍ଟ ରକ୍ଷା ବନ୍ଧନରୁ ଆରମ୍ଭ ହୋଇଥିବା ପାର୍ବଣ ଋତୁ ୧୫ ନଭେମ୍ବର ତୁଳସୀ ବିବାହରେ ସମାପ୍ତ ହେବ। ଏହି ସମୟ ମଧ୍ୟରେ ଦେଶର ବଜାର ମାନଙ୍କରେ ୪ଲକ୍ଷ କୋଟି ଟଙ୍କାରୁ ଅଧିକ ପାର୍ବଣ କାରବାର ହେବ। ଏହି ସବୁ ପାର୍ବଣରେ ମୁଖ୍ୟତଃ ଭାରତୀୟ ସାମଗ୍ରୀ କିଣାବିକା ହେବ। ଏହି ସମୟରେ ନବରାତ୍ରିରୁ ଆରମ୍ଭ କରି ଦୀପାବଳି ମଧ୍ୟରେ ଅଧିକ କାରବାର ହେବ।