ବ୍ଲକ ପରିସରରେ ଶିକ୍ଷାବିତ, ସମିତି ସଭ୍ୟ ହତାହାତି
ଡେରାବିଷ, ୨୨।୧୧ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡା ଜିଲା ଡେରାବିଷ ବ୍ଲକ ପରିସରରେ ଶୁକ୍ରବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବ୍ଲକ ପରିସରରେ ସମିତି ସଭ୍ୟ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ସରୋଜକାନ୍ତ ସାହୁ ଓ ସାମାଜିକ କର୍ମୀ ତଥା ଶିକ୍ଷାବିତ୍ ଅଜୟ କୁମାର ରାଉତ ହାତାହାତି ହୋଇଛନ୍ତି। ବ୍ଲକ ପରିସରରେ ପୂର୍ବାହ୍ନରେ ଏକ ସମୀକ୍ଷା ବୈଠକ ହୋଇଥିଲା। ଏହା ଶେଷ ହେବା ପରେ ଶିକ୍ଷାବିତ୍ ରାଉତ ସମିତି ସଭ୍ୟଙ୍କ ସହିତ କୌଣସି କାରଣରୁ ଉଚବାଚ […] The post ବ୍ଲକ ପରିସରରେ ଶିକ୍ଷାବିତ, ସମିତି ସଭ୍ୟ ହତାହାତି appeared first on Dharitri Odia News.
ଡେରାବିଷ, ୨୨।୧୧ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡା ଜିଲା ଡେରାବିଷ ବ୍ଲକ ପରିସରରେ ଶୁକ୍ରବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବ୍ଲକ ପରିସରରେ ସମିତି ସଭ୍ୟ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ସରୋଜକାନ୍ତ ସାହୁ ଓ ସାମାଜିକ କର୍ମୀ ତଥା ଶିକ୍ଷାବିତ୍ ଅଜୟ କୁମାର ରାଉତ ହାତାହାତି ହୋଇଛନ୍ତି। ବ୍ଲକ ପରିସରରେ ପୂର୍ବାହ୍ନରେ ଏକ ସମୀକ୍ଷା ବୈଠକ ହୋଇଥିଲା। ଏହା ଶେଷ ହେବା ପରେ ଶିକ୍ଷାବିତ୍ ରାଉତ ସମିତି ସଭ୍ୟଙ୍କ ସହିତ କୌଣସି କାରଣରୁ ଉଚବାଚ ହୋଇଥିଲା। ଦୁହେଁ ହାତାହାତି ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହା ଟଙ୍କା ଧାର ଉଧାରକୁ ନେଇ ଥିବା ଆଲୋଚନା ହେଉଛି। ତେବେ ଉଭୟଙ୍କ ପକ୍ଷରୁ ଅଦ୍ୟାବଧି କୌଣସି ଅଭିଯୋଗ ପତ୍ର ଦାଖଲ ହୋଇ ନାହିଁ।
The post ବ୍ଲକ ପରିସରରେ ଶିକ୍ଷାବିତ, ସମିତି ସଭ୍ୟ ହତାହାତି appeared first on Dharitri Odia News.