ଶେଷ ଓଭରରେ ୩୬ ରନ୍: ଆଫଗାନିସ୍ଥାନ ବୋଲରଙ୍କୁ ଧୋଇଲେ ରୋହିତ-ରିଙ୍କୁ ସିଂ

ବେଙ୍ଗାଲୁର,୧୭।୧: ଆଫଗାନିସ୍ତାନ ଶେଷ ଟି୨୦ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଥିଲା ଭାରତ। ମାତ୍ର ୨୨ ରନରେ ଚାରିଟି ୱିକେଟ୍ ହରାଇ ବିପଦରେ ପଡିଥିବା ଟିମ୍ ଇଣ୍ଡିଆ ପାଇଁ ତ୍ରାଣକର୍ତ୍ତା ସାଜିଛନ୍ତି ଅଧିନାୟକ ରୋହିତ ଶର୍ମା ଏବଂ ରିଙ୍କୁ ସିଂ। ୯୫ ବଲରେ ୧୯୦ ରନର ଭାଗିଦାରୀ କରି ଆଫଗାନିସ୍ଥାନ ଆଗରେ ବଡ଼ ଟାର୍ଗେଟ ରଖିଥିଲେ। ଦୁହେଁ ଭାରତୀୟ ଟିମକୁ ଆଗେଇ ନେଉଥିଲା ବେଳେ ଶେଷ ଓଭରରେ ୩୬ ରନ୍ ଯୋଡ଼ିଥିଲେ। ଆଫଗାନିସ୍ତାନ […] The post ଶେଷ ଓଭରରେ ୩୬ ରନ୍: ଆଫଗାନିସ୍ଥାନ ବୋଲରଙ୍କୁ ଧୋଇଲେ ରୋହିତ-ରିଙ୍କୁ ସିଂ appeared first on Dharitri Odia News.

ଶେଷ ଓଭରରେ ୩୬ ରନ୍: ଆଫଗାନିସ୍ଥାନ ବୋଲରଙ୍କୁ ଧୋଇଲେ ରୋହିତ-ରିଙ୍କୁ ସିଂ

ବେଙ୍ଗାଲୁର,୧୭।୧: ଆଫଗାନିସ୍ତାନ ଶେଷ ଟି୨୦ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଥିଲା ଭାରତ। ମାତ୍ର ୨୨ ରନରେ ଚାରିଟି ୱିକେଟ୍ ହରାଇ ବିପଦରେ ପଡିଥିବା ଟିମ୍ ଇଣ୍ଡିଆ ପାଇଁ ତ୍ରାଣକର୍ତ୍ତା ସାଜିଛନ୍ତି ଅଧିନାୟକ ରୋହିତ ଶର୍ମା ଏବଂ ରିଙ୍କୁ ସିଂ। ୯୫ ବଲରେ ୧୯୦ ରନର ଭାଗିଦାରୀ କରି ଆଫଗାନିସ୍ଥାନ ଆଗରେ ବଡ଼ ଟାର୍ଗେଟ ରଖିଥିଲେ। ଦୁହେଁ ଭାରତୀୟ ଟିମକୁ ଆଗେଇ ନେଉଥିଲା ବେଳେ ଶେଷ ଓଭରରେ ୩୬ ରନ୍ ଯୋଡ଼ିଥିଲେ।

ଆଫଗାନିସ୍ତାନ ପାଇଁ ‘କରିମ ଜନତ’ ଶେଷ ଓଭର ବୋଲିଂ କରୁଥିଲା ବେଳେ ପ୍ରଥମ ବଲରେ ରୋହିତ ଚୌକା ମାରିଥିଲେ, ଦ୍ୱିତୀୟ ବଲ୍ ନୋ ହୋଇଥିଲା ବେଳେ ଏହାକୁ ରୋହିତ ଛକ୍କା ମାରିଥିଲେ, ଫ୍ରି ହିଟ୍ ବଲକୁ ମଧ୍ୟ ରୋହିତ ଛକାରେ ପରିଣତ କରିଥିଲେ। ତୃତୀୟ ବଲରେ ରୋହିତ ସିଙ୍ଗିଲ ଦେଇଥିଲେ। ଏହାପରେ ଶେଷ ତିନି ବଲରେ ରିଙ୍କୁ ସିଂ ତିନୋଟି ବିଶାଳ ଛକା ମାରିଥିଲେ।

ମ୍ୟାଚରେ ଖରାପ ଆରମ୍ଭ ପରେ ରୋହିତ ଶର୍ମା ଏବଂ ରିଙ୍କୁ ସିଂ ଚମତ୍କାର ବ୍ୟାଟିଂ ବଳରେ ଦୃଢ଼ ପ୍ରତ୍ୟାବର୍ତ୍ତନ କରି ଆଫଗାନିସ୍ତାନ ଆଗରେ ୨୧୩ ରନର ବିଜୟ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ। ରୋହିତ ୬୯ ବଲରେ ୧୧ ଚୌକ ଓ ୮ ଛକା ସହ ୧୨୧ ରନ ସ୍କୋର କରି ଅପରାଜିତ ରହିଥିଲେ। ସେହିଭଳି ରିଙ୍କୁ ସିଂ ମାତ୍ର ୩୯ ବଲରେ ୬୯ ରନ୍ ସଂଗ୍ରହ କରିଥିଲେ। ରିଙ୍କୁ ୨ଟି ଚୌକ ଓ ଛକା ମାରିଥିଲେ।

 

 

 

The post ଶେଷ ଓଭରରେ ୩୬ ରନ୍: ଆଫଗାନିସ୍ଥାନ ବୋଲରଙ୍କୁ ଧୋଇଲେ ରୋହିତ-ରିଙ୍କୁ ସିଂ appeared first on Dharitri Odia News.