ଟ୍ରକକୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍, ୮ ଆହତ
କରଞ୍ଜିଆ : ଟ୍ରକକୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍ । ୮ ଆହତ, ୨ ଗୁରୁତର। କେନ୍ଦୁଝର ତୁରୁମୁଙ୍ଗା ଥାନା ଚିଲଦା ନିକଟରେ ଛିଡ଼ା ହୋଇଥିବା ଟ୍ରକକୁ ଭାରସାମ୍ୟ ହରାଇ ପଛପଟୁ ପିଟିଲା ତୀର୍ଥଯାତ୍ରୀ ବସ୍। ଦୁର୍ଘଟଣାରେ ୮ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ ମହିଳା ଓ ୬ଜଣ ପୁରୁଷ ଅଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯାଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା […] The post ଟ୍ରକକୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍, ୮ ଆହତ appeared first on KNews Odisha.

କରଞ୍ଜିଆ : ଟ୍ରକକୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍ । ୮ ଆହତ, ୨ ଗୁରୁତର। କେନ୍ଦୁଝର ତୁରୁମୁଙ୍ଗା ଥାନା ଚିଲଦା ନିକଟରେ ଛିଡ଼ା ହୋଇଥିବା ଟ୍ରକକୁ ଭାରସାମ୍ୟ ହରାଇ ପଛପଟୁ ପିଟିଲା ତୀର୍ଥଯାତ୍ରୀ ବସ୍। ଦୁର୍ଘଟଣାରେ ୮ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ ମହିଳା ଓ ୬ଜଣ ପୁରୁଷ ଅଛନ୍ତି।
ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯାଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଗତ ୨୫ ତାରିଖରୁ ପଶ୍ଚିମବଙ୍ଗର ସାଂଭି ନାମକ ବସ୍ ୬୦ରୁ ଉର୍ଦ୍ଧ୍ବ ତୀର୍ଥଯାତ୍ରୀଙ୍କୁ ଧରି ଦକ୍ଷିଣ ଭାରତ ଅଭିମୁଖେ ଯାତ୍ରା କରିଥିଲା। ୫ଟି ରାଜ୍ୟ ବୁଲିବା ପରେ ଆଜି ପଶ୍ଚିମବଙ୍ଗ ଫେରୁଥିବା ବେଳେ ତୁରମୁଙ୍ଗାଠାରେ ଘଟିଛି ଦୁର୍ଘଟଣା।
The post ଟ୍ରକକୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍, ୮ ଆହତ appeared first on KNews Odisha.