ବସତି କଲୋନୀ ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳ
ଯାଜପୁର/କାଳିଆପାଣି(ହର୍ଷବର୍ଦ୍ଧନ ବେହେରା/ଅସିତ ମହାନ୍ତ),୧୩ା୫: ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳରେ ବସବାସ କରୁଥିବା ମାଙ୍କଡ଼ିଆ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ବସତି କଲୋନୀର ଅଧାପନ୍ତରିଆ ଗୃହ ଏବେ ଅସାମାଜିକଙ୍କ ଆଡ୍ଡାସ୍ଥଳ ପାଲଟିଛି। ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ(ଡିଏମ୍ଏଫ୍) ପାଣ୍ଠିରେ ନିର୍ମିତ ଏହି ପ୍ରକଳ୍ପରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଲୋକାୟୁକ୍ତରେ ଅଭିଯୋଗ ହୋଇଥିଲା। ଏହାପରେ ଭିଜିଲାନ୍ସ ପକ୍ଷରୁ ଦାଖଲ ତଦନ୍ତ ରିପୋର୍ଟ ଆଧାରରେ ଲୋକାୟୁକ୍ତଙ୍କ ଚୂଡ଼ାନ୍ତ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାରେ ବିଭାଗ ବିଫଳ ହୋଇଛି। ଫଳରେ ଘରଗୁଡ଼ିକରୁ କବାଟ, ଝରକା, […] The post ବସତି କଲୋନୀ ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳ appeared first on Dharitri Odia News.
ଯାଜପୁର/କାଳିଆପାଣି(ହର୍ଷବର୍ଦ୍ଧନ ବେହେରା/ଅସିତ ମହାନ୍ତ),୧୩ା୫: ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳରେ ବସବାସ କରୁଥିବା ମାଙ୍କଡ଼ିଆ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ବସତି କଲୋନୀର ଅଧାପନ୍ତରିଆ ଗୃହ ଏବେ ଅସାମାଜିକଙ୍କ ଆଡ୍ଡାସ୍ଥଳ ପାଲଟିଛି। ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ(ଡିଏମ୍ଏଫ୍) ପାଣ୍ଠିରେ ନିର୍ମିତ ଏହି ପ୍ରକଳ୍ପରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଲୋକାୟୁକ୍ତରେ ଅଭିଯୋଗ ହୋଇଥିଲା। ଏହାପରେ ଭିଜିଲାନ୍ସ ପକ୍ଷରୁ ଦାଖଲ ତଦନ୍ତ ରିପୋର୍ଟ ଆଧାରରେ ଲୋକାୟୁକ୍ତଙ୍କ ଚୂଡ଼ାନ୍ତ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାରେ ବିଭାଗ ବିଫଳ ହୋଇଛି। ଫଳରେ ଘରଗୁଡ଼ିକରୁ କବାଟ, ଝରକା, ଇଟା ଚୋରି ହେବା ସହ ନିରୀହ, ଗରିବ ମାଙ୍କଡିଆ ଆଦିବାସୀଙ୍କ ପକ୍କାଘର ସପନ ଏଠାରେ ମଉଳି ଯାଇଛି ବୋଲି ମତପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ସାମାଜିକ କର୍ମୀ ମଣ୍ଟୁ ଦାସଙ୍କ ଅଭିଯୋଗକ୍ରମେ ଲୋକାୟୁକ୍ତରେ ୩୪୬/୨୦୨୩ ନମ୍ବରରେ ଏକ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ଅନୁସାରେ ,ଡିଏମ୍ଏଫ୍ ପାଣ୍ଠିରୁ ୩ କୋଟି ୨୫ ଲକ୍ଷ ୧୮ ହଜାର ୩୯୩ ଟଙ୍କା ମଞ୍ଜୁର ହୋଇ ପ୍ରତ୍ୟେକ ମାଙ୍କଡ଼ିଆ ଆଦିବାସୀ ପରିବାରକୁୁ ଘର ସମେତ ପାନୀୟ ଜଳ, ପାଇଖାନା, ଗାଧୋଇବା ଘର, ବିଦ୍ୟୁତ୍ ସଂଯୋଗ ଆଦି ଯୋଗାଇଦେବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ନିର୍ଦ୍ଧାରିତ ୨୧ା୨ା୨୦୨୦ ସୁଦ୍ଧା ବସତି କଲୋନୀର ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଶେଷ ହେବା ପରିବର୍ତ୍ତେ ନିର୍ମାଣାଧୀନ ଅଧିକାଂଶ ଘର ଅତି ନିମ୍ନମାନର ହେବା ସହ କେତେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିଲା। ଏହାପରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ଅନୁସାରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ କରାଯାଇ ରିପୋର୍ଟ ଦାଖଲ ହୋଇଛି। ଉକ୍ତ ତଦନ୍ତ ରିପୋର୍ଟରେ କାର୍ଯ୍ୟର ଅଗ୍ରଗତି ଅନୁସାରେ ଅର୍ଥ ପ୍ରଦାନ କରାଯାଇଥିଲା ଏବଂ ଏଥିରେ କୌଣସି ଆର୍ଥିକ ଅନିୟମିତତା ହୋଇନାହିଁ ବୋଲି ଦର୍ଶାଯାଇଥିଲା। ତେବେ ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ଦକ୍ଷତାର ଅଭାବ ଯୋଗୁ ନିର୍ମାଣ କାର୍ଯ୍ୟ ଠିକ୍ ଭାବେ ହୋଇପାରି ନ ଥିଲା। ତେଣୁ ଏହାର ପୁନଃଟେଣ୍ଡର କରି ଅଗ୍ରାଧିକାର ଭିତ୍ତିରେ ନିର୍ମାଣ କାର୍ଯ୍ୟ ଶେଷ କରାଯାଇପାରେ ବୋଲି ଭିଜିଲାନ୍ସ ପକ୍ଷରୁ ଲୋକାୟୁକ୍ତଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଲୋକାୟୁକ୍ତ ଉକ୍ତ ପ୍ରସ୍ତାବକୁ ଗ୍ରହଣ କରିବା ସହ ଜିଲାପାଳ ଏବଂ ଗ୍ରାମ୍ୟ ନିର୍ମାଣ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ତୁରନ୍ତ ପୁନଃଟେଣ୍ଡର କରି ଆବଶ୍ୟକ ପଦକ୍ଷେପ ନେବାକୁ ୯ା୨ା୨୦୨୪ରେ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏଯାଏ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ଅନୁସାରେ ଉକ୍ତ ବସତି କଲୋନୀ ସମ୍ପୂର୍ଣ୍ଣ ହୋଇପାରିନାହିଁ। ବସତି କଲୋନୀର ୮୭ଟି ଗୃହ ମଧ୍ୟରୁ ୬୫ଟିର ନିର୍ମାଣ କାର୍ଯ୍ୟ ହୋଇଥିବାବେଳେ ବାକି ଭୂଇଁରୁ ଉଠିନି। ଏଥିଯୋଗୁ ଲୋକାୟୁକ୍ତରେ ଦାଖଲ ହୋଇଥିବା ଭିଜିଲାନ୍ସ ତଦନ୍ତ ରିପୋର୍ଟର ସତ୍ୟାସତ୍ୟ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସଂକ୍ରାନ୍ତରେ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଜ୍ଞାନରଞ୍ଜନ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ପରେ ପରେ ନିର୍ବାଚନୀ କୋଡ୍ ଅଫ କଣ୍ଡକ୍ଟ ଲାଗିଲା। ତେଣୁ ପୁନଃ ଟେଣ୍ଡର ହୋଇପାରିନାହିଁ।
The post ବସତି କଲୋନୀ ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳ appeared first on Dharitri Odia News.