‘ମୋଦିଙ୍କ ଗ୍ୟାରେଣ୍ଟି ଚାଇନିଜ’, ପ୍ରଧାନମନ୍ତ୍ରୀଙ୍କ ଉପରେ ଅଭିଯୋଗ ଆଣିଲେ ଖାର୍ଗେ
ନୂଆଦିଲ୍ଲୀ ୨୦।୩: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀ ଲଦାଖର ଲୋକଙ୍କ ପ୍ରତି ବିଶ୍ୱାସଘାତକତା କରିଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ସମ୍ବିଧାନର ଷଷ୍ଠ ସୂଚୀ ଅନୁଯାୟୀ ଲଦାଖର ଲୋକମାନେ ସୁରକ୍ଷା ଦାବି କରିଛନ୍ତି। କିନ୍ତୁ ଅନ୍ୟାନ୍ୟ ଗ୍ୟାରେଣ୍ଟି ପରି ସାମ୍ବିଧାନିକ ଅଧିକାର ସୁନିଶ୍ଚିତ କରିବାର ‘ମୋଦିଙ୍କ ଗ୍ୟାରେଣ୍ଟି’ ନକଲି ଏବଂ ଚାଇନିଜ ଅଟେ। କେନ୍ଦ୍ର ଶାସିତ ଅଞ୍ଚଳରେ ଲଦାଖକୁ ରାଜ୍ୟ ମାନ୍ୟତା ଏବଂ ଷଷ୍ଠ ସୂଚୀ ଅନୁଯାୟୀ […] The post ‘ମୋଦିଙ୍କ ଗ୍ୟାରେଣ୍ଟି ଚାଇନିଜ’, ପ୍ରଧାନମନ୍ତ୍ରୀଙ୍କ ଉପରେ ଅଭିଯୋଗ ଆଣିଲେ ଖାର୍ଗେ appeared first on Dharitri Odia News.
ନୂଆଦିଲ୍ଲୀ ୨୦।୩: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀ ଲଦାଖର ଲୋକଙ୍କ ପ୍ରତି ବିଶ୍ୱାସଘାତକତା କରିଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ସମ୍ବିଧାନର ଷଷ୍ଠ ସୂଚୀ ଅନୁଯାୟୀ ଲଦାଖର ଲୋକମାନେ ସୁରକ୍ଷା ଦାବି କରିଛନ୍ତି। କିନ୍ତୁ ଅନ୍ୟାନ୍ୟ ଗ୍ୟାରେଣ୍ଟି ପରି ସାମ୍ବିଧାନିକ ଅଧିକାର ସୁନିଶ୍ଚିତ କରିବାର ‘ମୋଦିଙ୍କ ଗ୍ୟାରେଣ୍ଟି’ ନକଲି ଏବଂ ଚାଇନିଜ ଅଟେ।
କେନ୍ଦ୍ର ଶାସିତ ଅଞ୍ଚଳରେ ଲଦାଖକୁ ରାଜ୍ୟ ମାନ୍ୟତା ଏବଂ ଷଷ୍ଠ ସୂଚୀ ଅନୁଯାୟୀ ସାମ୍ବିଧାନିକ ସୁରକ୍ଷା ଦାବିରେ ବିରୋଧ ପ୍ରଦର୍ଶନ କରାଯାଉଛି। ସମ୍ବିଧାନର ଷଷ୍ଠ ସୂଚୀ ଯେଉଁଥିରେ ସୁରକ୍ଷା ଦାବି କରାଯାଉଛି, ତାହା ହେଉଛି ଆଦିବାସୀ ସଂସ୍କୃତିର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ । ୨୦୧୯ରେ ଜମ୍ମୁ -କଶ୍ମୀରରୁ ଧାରା ୩୭୦ ହଟାଯିବା ପରେ ଏହାକୁ ଦୁଇଟି ୟୁନିଅନ ଅଞ୍ଚଳରେ ବିଭକ୍ତ କରାଯାଇଥିଲା, ସେଥିମଧ୍ୟରୁ ଗୋଟିଏ ଜମ୍ମୁ-କଶ୍ମୀର ଏବଂ ଅନ୍ୟଟି ଲଦାଖ। ତେବେ ବର୍ତ୍ତମାନ ରାଜ୍ୟ ହେବା ପାଇଁ ଲୋକମାନେ ଦାବି କରିଛନ୍ତି।
The post ‘ମୋଦିଙ୍କ ଗ୍ୟାରେଣ୍ଟି ଚାଇନିଜ’, ପ୍ରଧାନମନ୍ତ୍ରୀଙ୍କ ଉପରେ ଅଭିଯୋଗ ଆଣିଲେ ଖାର୍ଗେ appeared first on Dharitri Odia News.