କେଜ୍‌ରିଓ୍ବାଲ୍‌ଙ୍କୁ ପୁଣି ଝଟ୍‌କା: ଜୁଲାଇ ୧୨ ପର୍ଯ୍ୟନ୍ତ ବଢିଲା ନ୍ୟାୟିକ ହେପାଜତ

ନୂଆଦିଲ୍ଲୀ,୩।୭:ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ନ୍ୟାୟିକ ହେପାଜତ ଜୁଲାଇ ୧୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବୁଧବାର ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ନ୍ୟାୟିକ ହେପାଜତର ଅବଧିକୁ ବଢାଇ ଦେଇଛନ୍ତି। ଅରବିନ୍ଦ କେଜ୍‌ରିୱାଲଙ୍କୁ ସିବିଆଇ ଭଳି ଇଡି ଗିରଫ କରିଛି। ସିବିଆଇ ସହ ଜଡିତ ଏହି ମାମଲାରେ ଜାମିନ ପ୍ରଦାନ କରିବାକୁ କେଜ୍‌ରିୱାଲ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି। ଏହା ଉପରେ ଶୀଘ୍ର ଶୁଣାଣି କରିବାକୁ ସେ ଦାବି କରିଛନ୍ତି। ଏହି ମାମଲାର ଶୁଣାଣି ଶୁକ୍ରବାର ଅନୁଷ୍ଠିତ ହେବ। […] The post କେଜ୍‌ରିଓ୍ବାଲ୍‌ଙ୍କୁ ପୁଣି ଝଟ୍‌କା: ଜୁଲାଇ ୧୨ ପର୍ଯ୍ୟନ୍ତ ବଢିଲା ନ୍ୟାୟିକ ହେପାଜତ appeared first on Dharitri Odia News.

କେଜ୍‌ରିଓ୍ବାଲ୍‌ଙ୍କୁ ପୁଣି ଝଟ୍‌କା: ଜୁଲାଇ ୧୨ ପର୍ଯ୍ୟନ୍ତ ବଢିଲା ନ୍ୟାୟିକ ହେପାଜତ

ନୂଆଦିଲ୍ଲୀ,୩।୭:ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ନ୍ୟାୟିକ ହେପାଜତ ଜୁଲାଇ ୧୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବୁଧବାର ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ନ୍ୟାୟିକ ହେପାଜତର ଅବଧିକୁ ବଢାଇ ଦେଇଛନ୍ତି।
ଅରବିନ୍ଦ କେଜ୍‌ରିୱାଲଙ୍କୁ ସିବିଆଇ ଭଳି ଇଡି ଗିରଫ କରିଛି। ସିବିଆଇ ସହ ଜଡିତ ଏହି ମାମଲାରେ ଜାମିନ ପ୍ରଦାନ କରିବାକୁ କେଜ୍‌ରିୱାଲ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି। ଏହା ଉପରେ ଶୀଘ୍ର ଶୁଣାଣି କରିବାକୁ ସେ ଦାବି କରିଛନ୍ତି। ଏହି ମାମଲାର ଶୁଣାଣି ଶୁକ୍ରବାର ଅନୁଷ୍ଠିତ ହେବ।
ଗୁରୁବାର ଏହି ମାମଲାର ଶୁଣାଣି ପାଇଁ ଓକିଲ ଆବେଦନ କରିଥିବାବେଳେ ଜଷ୍ଟିସ ମନମୋହନ କହିଛନ୍ତି, ପ୍ରଥମେ ବିଚାରପତିମାନଙ୍କୁ କାଗଜପତ୍ର ଦେଖିବା ପାଇଁ ଦିଅନ୍ତୁ। ତା’ପରେ ଆମେ ପରଦିନ ମାମଲାର ଶୁଣାଣି କରିବୁ।
ଏହି ମାମଲା ହାଇକୋର୍ଟରେ ବିଚାରାଧୀନ ଅଛି। କୋର୍ଟ ଏକ ନୋଟିସ ଜାରି କରି ଏହି ମାମଲାରେ ସିବିଆଇରୁ ଉତ୍ତର ମାଗିଛନ୍ତି। ଏହି ମାମଲାର ଶୁଣାଣି ଜୁଲାଇ ୧୭ରେ ହେବ। ମାର୍ଚ୍ଚ ୨୧ରେ ଅରବିନ୍ଦ କେଜ୍‌ରିୱାଲଙ୍କୁ ଇଡି ଗିରଫ କରିଥିଲା। ଜୁନ ୨୦ରେ ସେ ନିମ୍ନ ଅଦାଲତରୁ ଜାମିନ ପାଇଥିଲେ କିନ୍ତୁ ହାଇକୋର୍ଟ ନିମ୍ନ ଅଦାଲତର ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲେ।

The post କେଜ୍‌ରିଓ୍ବାଲ୍‌ଙ୍କୁ ପୁଣି ଝଟ୍‌କା: ଜୁଲାଇ ୧୨ ପର୍ଯ୍ୟନ୍ତ ବଢିଲା ନ୍ୟାୟିକ ହେପାଜତ appeared first on Dharitri Odia News.