ଭଙ୍ଗା ଯିବନି ବଲେ ବଲେ ଢାବା, ବିଡିଓ କହିଲେ…

ଯାଜପୁର,୧୬।୭: ଭଙ୍ଗା ଯିବନି ବିବାଦୀୟ ବଲେ ବଲେ ଢାବା। ଏନେଇ ସୂଚନା ଦେଇଛନ୍ତି ଧର୍ମଶାଳା ବିଡିଓ। ସରକାରୀ ଅର୍ଥରେ ନିର୍ମାଣ ହୋଇଥିବାରୁ ଢାବା ଭଙ୍ଗାଯିବନି ବୋଲି ସେ କହିଛନ୍ତି। ସୂଚନାଥାଉ କି, ଧର୍ମଶାଳା ବ୍ଲକ ଅନ୍ତର୍ଗତ ନେଉଳପୁରସ୍ଥିତ ବଲେ ବଲେ ଢାବା ପ୍ରଶାସନ ପକ୍ଷରୁ ସିଲ ହୋଇଥିଲା। ଏହାସହ ହୋଟେଲରେ ଥିବା ସମସ୍ତଙ୍କ ଆସବାବପତ୍ର ଖୋଲି ନିଆଯାଇଛି। ପୂର୍ବରୁ ପ୍ରଶାସନ ପକ୍ଷରୁ ସିଲ ହେବା ନେଇ ନୋଟିସ ଜାରି କରାଯାଇଥିଲା। ନେଉଳପୁରସ୍ଥିତ ଧର୍ମଶାଳା ଭବନ ପରିସରରେ ଥିବା […] The post ଭଙ୍ଗା ଯିବନି ବଲେ ବଲେ ଢାବା, ବିଡିଓ କହିଲେ… appeared first on Dharitri Odia News.

ଭଙ୍ଗା ଯିବନି ବଲେ ବଲେ ଢାବା, ବିଡିଓ କହିଲେ…

ଯାଜପୁର,୧୬।୭: ଭଙ୍ଗା ଯିବନି ବିବାଦୀୟ ବଲେ ବଲେ ଢାବା। ଏନେଇ ସୂଚନା ଦେଇଛନ୍ତି ଧର୍ମଶାଳା ବିଡିଓ। ସରକାରୀ ଅର୍ଥରେ ନିର୍ମାଣ ହୋଇଥିବାରୁ ଢାବା ଭଙ୍ଗାଯିବନି ବୋଲି ସେ କହିଛନ୍ତି।

ସୂଚନାଥାଉ କି, ଧର୍ମଶାଳା ବ୍ଲକ ଅନ୍ତର୍ଗତ ନେଉଳପୁରସ୍ଥିତ ବଲେ ବଲେ ଢାବା ପ୍ରଶାସନ ପକ୍ଷରୁ ସିଲ ହୋଇଥିଲା। ଏହାସହ ହୋଟେଲରେ ଥିବା ସମସ୍ତଙ୍କ ଆସବାବପତ୍ର ଖୋଲି ନିଆଯାଇଛି। ପୂର୍ବରୁ ପ୍ରଶାସନ ପକ୍ଷରୁ ସିଲ ହେବା ନେଇ ନୋଟିସ ଜାରି କରାଯାଇଥିଲା।
ନେଉଳପୁରସ୍ଥିତ ଧର୍ମଶାଳା ଭବନ ପରିସରରେ ଥିବା ଏହି ଢାବା ବେଆଇନ ଭାବେ ଚାଲିଥିବା ଦର୍ଶାଇ ଏହାର ତଦନ୍ତ କରିବାକୁ ନବ ନିର୍ବାଚିତ ବିଧାୟକ ହିମାଂଶୁ ଶେଖର ସାହୁ ସମୀକ୍ଷା ବୈଠକରେ ବିଡିଓଙ୍କୁ କହିଥିଲେ। ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ଏହାର ତଦନ୍ତ କରି ଢାବାକୁ ଖାଲି କରିବାକୁ ନୋଟିସ ଜାରି କରିଥିଲେ।

The post ଭଙ୍ଗା ଯିବନି ବଲେ ବଲେ ଢାବା, ବିଡିଓ କହିଲେ… appeared first on Dharitri Odia News.