ଭାଜପା ସରକାର ଆସିଲେ ୫୭ ବର୍ଷର କାମ ୫ ବର୍ଷରେ କରିବୁ: ମନମୋହନ

ଭୁବନେଶ୍ୱର,୫।୫: ୨୦୨୪ ନିର୍ବାଚନ ପାଇଁ ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଯାଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାରକୁ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ସଂକଳ୍ପପତ୍ର ସବୁବର୍ଗଙ୍କୁ ଦୃଷ୍ଟିରେ ରଖି କରାଯାଇଛି । ଏଥର ନିର୍ବାଚନରେ ୨୪ ବର୍ଷର ସରକାରଙ୍କୁ ଓଡ଼ିଶାବାସୀ ବଦଳାଇବାକୁ ଚାହୁଁଛନ୍ତି। ଏପରିକି ନିର୍ବାଚନ ଜନସାଧାରଣ ଲଢୁଛନ୍ତି। ଭାଜପା ଲୋକଙ୍କ ସାଥୀରେ ରହିଛି। […] The post ଭାଜପା ସରକାର ଆସିଲେ ୫୭ ବର୍ଷର କାମ ୫ ବର୍ଷରେ କରିବୁ: ମନମୋହନ appeared first on Dharitri Odia News.

ଭାଜପା ସରକାର ଆସିଲେ ୫୭ ବର୍ଷର କାମ ୫ ବର୍ଷରେ କରିବୁ: ମନମୋହନ

ଭୁବନେଶ୍ୱର,୫।୫: ୨୦୨୪ ନିର୍ବାଚନ ପାଇଁ ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଯାଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାରକୁ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ସଂକଳ୍ପପତ୍ର ସବୁବର୍ଗଙ୍କୁ ଦୃଷ୍ଟିରେ ରଖି କରାଯାଇଛି । ଏଥର ନିର୍ବାଚନରେ ୨୪ ବର୍ଷର ସରକାରଙ୍କୁ ଓଡ଼ିଶାବାସୀ ବଦଳାଇବାକୁ ଚାହୁଁଛନ୍ତି। ଏପରିକି ନିର୍ବାଚନ ଜନସାଧାରଣ ଲଢୁଛନ୍ତି। ଭାଜପା ଲୋକଙ୍କ ସାଥୀରେ ରହିଛି। ଏହା ସରକାର ପରିବର୍ତ୍ତନର ଇସ୍ତାହାର ବୋଲି ରାଜ୍ୟ ଭାଜପା ସଭାପତି ମନମୋହନ ପ୍ରକାଶ କରିଛନ୍ତି। ଏପରିକି ୭୫ ବର୍ଷର କାମକୁ ୫ ବର୍ଷରେ ଓଡ଼ିଶାବାସୀଙ୍କ ପାଇଁ ପୂରା କରିବୁ ବୋଲି ମନମୋହନ ଦୃଢୋକ୍ତି ପ୍ରକାଶ କରିଛନ୍ତି।

୨୦୦୯ରେ ବିଜେଡି ନିଜ ଇସ୍ତାହାରରେ ୩୩% ଜଳସେଚନ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ସେତିକିବେଳେ ୧୯% ଜମି ଜଳସେଚିତ ହୋଇଥିଲା। କିନ୍ତୁ ଏବେ ଏହା ୧୭%କୁ ଖସିଆସିଛି। ରାଜ୍ୟରେ ଭାଜପା ସରକାର ଆସିଲେ ୧୭% ଜଳସେଚନକୁ ଶତ ପ୍ରତିଶତ କରିବୁ। ସେହିପରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ମନମୋହନ ପ୍ରକାଶ କରିଛନ୍ତି।

The post ଭାଜପା ସରକାର ଆସିଲେ ୫୭ ବର୍ଷର କାମ ୫ ବର୍ଷରେ କରିବୁ: ମନମୋହନ appeared first on Dharitri Odia News.