ପାଟିରେ ଛୁଆ ଧରି ବୁଲୁଛି କଳା କଲରାପତରିଆ ବାଘ

ନୟାଗଡ,୩।୧: ନୟାଗଡ଼ ଜିଲାର ଜଙ୍ଗଲରେ ଛୁଆ ସହିତ ଏକ ବିରଳ ମେଲାନିଷ୍ଟିକ୍ କଳା କଲରାପତରିଆ ଦେଖିବାକୁ ମିଳିଛି। ବାଘଟି ପାଟିରେ ଏକ ଛୁଆ ନେଇ ଯାଉଥିବା କ୍ୟାମେରାରେ ଠାବ ହୋଇଛି। ନୟାଗଡ଼ ଜଙ୍ଗଲରେ ଦ୍ୱିତୀୟ ଥର ପାଇଁ ଏକ ମେଲାନିଷ୍ଟିକ୍ କଳା ବାଘ ଏକ ଶିଶୁକୁ ଜନ୍ମ ଦେଇଛି ବୋଲି ଜଣେ ବନ ଅଧିକାରୀ ସୂଚନା ଦେଇଛନ୍ତି। ନୟାଗଡ଼ ଜଙ୍ଗଲ ଏବଂ ମହାନାଦୀ ବନ୍ୟପ୍ରାଣୀ ଜଙ୍ଗଲ ପରିସରରେ ଚାରୋଟି ମେଲାନିଷ୍ଟିକ୍ କଲରାପତରିଆ ରହିଛନ୍ତି। ଗତ ବର୍ଷ ସେମାନେ […] The post ପାଟିରେ ଛୁଆ ଧରି ବୁଲୁଛି କଳା କଲରାପତରିଆ ବାଘ appeared first on Dharitri Odia News.

ପାଟିରେ ଛୁଆ ଧରି ବୁଲୁଛି କଳା କଲରାପତରିଆ ବାଘ

ନୟାଗଡ,୩।୧: ନୟାଗଡ଼ ଜିଲାର ଜଙ୍ଗଲରେ ଛୁଆ ସହିତ ଏକ ବିରଳ ମେଲାନିଷ୍ଟିକ୍ କଳା କଲରାପତରିଆ ଦେଖିବାକୁ ମିଳିଛି। ବାଘଟି ପାଟିରେ ଏକ ଛୁଆ ନେଇ ଯାଉଥିବା କ୍ୟାମେରାରେ ଠାବ ହୋଇଛି। ନୟାଗଡ଼ ଜଙ୍ଗଲରେ ଦ୍ୱିତୀୟ ଥର ପାଇଁ ଏକ ମେଲାନିଷ୍ଟିକ୍ କଳା ବାଘ ଏକ ଶିଶୁକୁ ଜନ୍ମ ଦେଇଛି ବୋଲି ଜଣେ ବନ ଅଧିକାରୀ ସୂଚନା ଦେଇଛନ୍ତି।

ନୟାଗଡ଼ ଜଙ୍ଗଲ ଏବଂ ମହାନାଦୀ ବନ୍ୟପ୍ରାଣୀ ଜଙ୍ଗଲ ପରିସରରେ ଚାରୋଟି ମେଲାନିଷ୍ଟିକ୍ କଲରାପତରିଆ ରହିଛନ୍ତି। ଗତ ବର୍ଷ ସେମାନେ ଦୁଇଟି ଛୁଆ ଜନ୍ମ ଦେଇଥିଲେ। ଚଳିତ ବର୍ଷ ମଧ୍ୟ ସେମାନେ କିଛି ଛୁଆ ଜନ୍ମ ଦେଇଛନ୍ତି। ବାଘ ଟି ପାଟିରେ ଏକ ଛୁଆ ନେଇ ଯିବା ସମୟରେ କ୍ୟାମେରାରେ ଟ୍ରାପି ହୋଇଛି। ତେବେ କେତେ ଛୁଆ ଜନ୍ମ ନେଇଛନ୍ତି ବନ ବିଭାଗର ପାଖରେ କୌଣସି ସୂଚନା ନାହିଁ।

ଆଗକୁ କ୍ୟାମେରା ବାଘ ଟି ଏହାର ଛୁଆ ମାନଙ୍କ ସହିତ ଯିବା ପରେ ଛୁଆମାନଙ୍କ ସଂଖ୍ୟା ପ୍ରକୃତରେ ଜଣା ପଡିପାରେ ବୋଲି ନୟାଗଡ଼ର ବନ ଅଧିକାରୀ କହିଛନ୍ତି।

The post ପାଟିରେ ଛୁଆ ଧରି ବୁଲୁଛି କଳା କଲରାପତରିଆ ବାଘ appeared first on Dharitri Odia News.