ବାଚସ୍ପତି ନିର୍ବାଚନକୁ ନେଇ ଇଣ୍ଡିଆରେ ଫାଟ! ଚିନ୍ତା ବଢାଇଲେ ମମତା ଓ ଶରଦ ପାଓ୍ବାର
ନୂଆଦିଲ୍ଲୀ,୨୫।୬: ସ୍ବାଧୀନତା ପରେ ପ୍ରଥମଥର ପାଇଁ ଲୋକ ସଭାର ବାଚସ୍ପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି। ଭାଜପା ନେତୃତ୍ୱାଧୀନ ଏନଡିଏ ଓମ ବିର୍ଲାଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ୮ ଥରର ଏମପି କେ ସୁରେଶଙ୍କୁ ମଇଦାନକୁ ଓହ୍ଲାଇଛି। ବିରୋଧୀ ମେଣ୍ଟ ଇଣ୍ଡିଆର ଦାବିକୁ ଏନଡିଏ ଗ୍ରହଣ କରି ନ ଥିବାରୁ ସେମାନେ ବାଧ୍ୟ ହୋଇ ପ୍ରାର୍ଥୀ ଦେଇଥିବା କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ କେ ସୁରେଶଙ୍କୁ ପ୍ରାର୍ଥୀ କରିବା ପରେ ବିରୋଧୀ ମେଣ୍ଟ ଇଣ୍ଡିଆର ସଦସ୍ୟ […] The post ବାଚସ୍ପତି ନିର୍ବାଚନକୁ ନେଇ ଇଣ୍ଡିଆରେ ଫାଟ! ଚିନ୍ତା ବଢାଇଲେ ମମତା ଓ ଶରଦ ପାଓ୍ବାର appeared first on Dharitri Odia News.
ନୂଆଦିଲ୍ଲୀ,୨୫।୬: ସ୍ବାଧୀନତା ପରେ ପ୍ରଥମଥର ପାଇଁ ଲୋକ ସଭାର ବାଚସ୍ପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି। ଭାଜପା ନେତୃତ୍ୱାଧୀନ ଏନଡିଏ ଓମ ବିର୍ଲାଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ୮ ଥରର ଏମପି କେ ସୁରେଶଙ୍କୁ ମଇଦାନକୁ ଓହ୍ଲାଇଛି। ବିରୋଧୀ ମେଣ୍ଟ ଇଣ୍ଡିଆର ଦାବିକୁ ଏନଡିଏ ଗ୍ରହଣ କରି ନ ଥିବାରୁ ସେମାନେ ବାଧ୍ୟ ହୋଇ ପ୍ରାର୍ଥୀ ଦେଇଥିବା କହିଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସ କେ ସୁରେଶଙ୍କୁ ପ୍ରାର୍ଥୀ କରିବା ପରେ ବିରୋଧୀ ମେଣ୍ଟ ଇଣ୍ଡିଆର ସଦସ୍ୟ ଟିଏମସି ଅସନ୍ତୋଷ ପ୍ରକାଶ କରିଛି। କେ ସୁରେଶଙ୍କୁ କଂଗ୍ରେସ ପ୍ରାର୍ଥୀ କରିବା ଏକ ପାକ୍ଷିଆ ନିଷ୍ପତ୍ତି ବୋଲି ମମତା ବାନାର୍ଜୀଙ୍କ ଦଳ ଅଭିଯୋଗ କରିଛି।
ସେହିପରି ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ବରିଷ୍ଠ ନେତା ଶରଦ ପାୱାର କହିଛନ୍ତି ଯେ, ମୁଁ ବିରୋଧୀଙ୍କ ଲୋକଙ୍କ ସହ କଥା ହୋଇଛି। ମୁଁ ତାଙ୍କୁ ପରାମର୍ଶ ଦେଇଛି ଯେ ତୁମେ ବାଚସ୍ପତି ନିର୍ବାଚନକୁ ବିନା ଦ୍ୱିଧାରେ ଛାଡିବାକୁ ଦିଅ। କାରଣ ଏହି ପୋଷ୍ଟ ସବୁବେଳେ ଶାସକ ଦଳକୁ ଯାଇଛି।
ଯେତେବେଳେ ବିରୋଧୀ ଦେଇଥିବା ପ୍ରାର୍ଥୀଙ୍କ ବିଷୟରେ ପଚରାଯାଇଥିଲା, ସେ କହିଲେ, ବର୍ତ୍ତମାନ ମୁଁ ସମ୍ପର୍କରେ ଅଧିକ ଜାଣେ ନାହିଁ। ମୁଁ ଦିଲ୍ଲୀ ଯିବି ଏବଂ ଏହା ବିଷୟରେ ଆଲୋଚନା କରିବି।
ତେବେ କଂଗ୍ରେସର କହିବା କଥା ଯେ ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ହୋଇଥିଲା। ମଧ୍ୟାହ୍ନ ଡେଡ ଲାଇନର ୧୦ ମିନିଟ ପୂର୍ବରୁ ସୁରେଶ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତେଣୁ ଏ ସମ୍ପର୍କରେ ଇଣ୍ଡିଆ ମେଣ୍ଟର ସଦସ୍ୟଙ୍କ ସହ ଆଲୋଚନା କରିବାର ସୁଯୋଗ ମିଳିନାହିଁ।
ପ୍ରାର୍ଥିପତ୍ର ଦାଖଲ ପରେ ସୁରେଶ ଟିଏମସି ସଦସ୍ୟମାନଙ୍କୁ ପାଖକୁ ଯାଇ ସମର୍ଥନ କାମନା କରିଛନ୍ତି। ଟିଏମସିର ସେକେଣ୍ଡ ଇନ କମାଣ୍ଡ ଅଭିଷେକ ବାନାର୍ଜୀଙ୍କ ସହ ରାହୁଲ ଗାନ୍ଧୀ ମଧ୍ୟ କଥା ହୋଇଛନ୍ତି। କ’ଣ ପାଇଁ ବିନା ଆଲୋଚନାରେ ସୁରେଶଙ୍କୁ ପ୍ରାର୍ଥୀ କରାଗଲା, ସେକଥା ରାହୁଲ ଗାନ୍ଧି ବିସ୍ତୃତ ଭାବେ ଅଭିଷେକଙ୍କୁ ବୁଝାଇଛନ୍ତି।
ବରିଷ୍ଠ ଟିଏମସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ କହିଛନ୍ତି, ଦଳ ସହ ଆଲୋଚନା ହୋଇନି। ମୁଁ ଟିଭିରୁ ଦେଖିଲି ଓ ଏ ସମ୍ପର୍କରେ ଜାଣିଲି। ରାଜ୍ୟ ସଭା ଏମପି ଡେରେକ ଓବ୍ରାଏନ ମଧ୍ୟ ମୋ ପାଖକୁ ଆସିଥିଲେ ଓ ଏ ବିଷୟରେ ପଚାରିଥିଲେ। ମୁଁ ତାଙ୍କୁ ଆଲୋଚନା ହୋଇ ନ ଥିବା କହିଥିଲି। କଂଗ୍ରେସ ଏହା ପଛର କାରଣ ଆମକୁ କହିବା ଦରକାର।
କ’ଣ ଟିଏମସି ଏମପିମାନେ କେ ସୁରେଶଙ୍କୁ ସମର୍ଥନ କରିବେ କି ବୋଲି ପ୍ରଶ୍ନରେ ସେ କହିଛନ୍ତି, ଆମେ ଗୋଟିଏ ବୈଠକ କରିବୁ। ଏ ସମ୍ପର୍କରେ ଆଲୋଚନା ହେବ। ଆମ ନେତା ଏହା ଉପରେ ନିଷ୍ପତ୍ତି ନେବେ। ଦଳର ନିଷ୍ପତ୍ତି ଅନୁସାରେ ପଦକ୍ଷେପ ନିଆଯିବ।
The post ବାଚସ୍ପତି ନିର୍ବାଚନକୁ ନେଇ ଇଣ୍ଡିଆରେ ଫାଟ! ଚିନ୍ତା ବଢାଇଲେ ମମତା ଓ ଶରଦ ପାଓ୍ବାର appeared first on Dharitri Odia News.