କୁଏତ ଗସ୍ତ ସାରି ଫେରିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୨।୧୨: ଦୁଇ ଦିନିଆ କୁଏତ ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାତିରେ ଦିଲ୍ଲୀରେ ପହଞ୍ଚିଛନ୍ତି। କୁଏତରେ ପ୍ରଧାନମନ୍ତ୍ରୀ ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କୁଏତ ଗସ୍ତର ଶେଷ ଦିନରେ କୁଏତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ, ଅର୍ଡର ଅଫ ମୁବାରକ ଅଲ୍‌ କବୀର’ ସହିତ ସମ୍ମାନିତ କରିଥିଲେ। ଦୁଇ ଦେଶ ମଧ୍ୟରେ ସୁସମ୍ପର୍କ ମଜଭୁତ କରିବା ଦିଗରେ ମୋଦିଙ୍କ ଭୂମିକା ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି। ବୟାନ […] The post କୁଏତ ଗସ୍ତ ସାରି ଫେରିଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.

କୁଏତ ଗସ୍ତ ସାରି ଫେରିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୨।୧୨: ଦୁଇ ଦିନିଆ କୁଏତ ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାତିରେ ଦିଲ୍ଲୀରେ ପହଞ୍ଚିଛନ୍ତି। କୁଏତରେ ପ୍ରଧାନମନ୍ତ୍ରୀ ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

କୁଏତ ଗସ୍ତର ଶେଷ ଦିନରେ କୁଏତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ, ଅର୍ଡର ଅଫ ମୁବାରକ ଅଲ୍‌ କବୀର’ ସହିତ ସମ୍ମାନିତ କରିଥିଲେ। ଦୁଇ ଦେଶ ମଧ୍ୟରେ ସୁସମ୍ପର୍କ ମଜଭୁତ କରିବା ଦିଗରେ ମୋଦିଙ୍କ ଭୂମିକା ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି। ବୟାନ ପ୍ୟାଲେସ୍‌ରେ କୁଏଟ୍‌ର ଅମିର ଶେଖ୍‌ ମେଶାଲ ଅଲ୍‌-ଅହମଦ ଅଲ୍‌-ଜାବେର ଅଲ୍‌ ସବାହଙ୍କଠାରୁ ପ୍ରଧାନମନ୍ତ୍ରୀ ଏହି ସମ୍ମାନ ଗ୍ରହଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏହି ସମ୍ମାନକୁ ଭାରତର ଜନସାଧାରଣ ଏବଂ ଭାରତ ଓ କୁଏଟ୍‌ ମଧ୍ୟରେ ଦୃଢ଼ ବନ୍ଧୁତାକୁ ଉତ୍ସର୍ଗ କରୁଥିବା ଏକ୍ସ’ରେ ଲେଖିଛନ୍ତି। ମୋଦିଙ୍କୁ ଗୋଟିଏ ଦେଶର ଏହା ୨୦ତମ ଅନ୍ତର୍ଜାତୀୟ ସମ୍ମାନ ବୋଲି ସ୍ଥାନୀୟ ସରକାରୀ ଗଣମାଧ୍ୟମ କହିଛି। ବନ୍ଧୁତ୍ୱର ପ୍ରଦର୍ଶନ ସ୍ବରୂପ ରାଷ୍ଟ୍ରମୁଖ୍ୟ, ବିଦେଶୀ ସାର୍ବଭୌମ ଏବଂ ବିଦେଶୀ ରାଜପରିବାରର ସଦସ୍ୟଙ୍କୁ ଏହି ସମ୍ମାନ ଦିଆଯାଇଥାଏ। ପୂର୍ବରୁ ବିଲ୍‌ କ୍ଲିଣ୍ଟନ, ପ୍ରିନ୍ସ ଚାଲର୍‌ସ ଏବଂ ଜର୍ଜ ବୁଶ୍‌ଙ୍କୁ କୁଏଟ୍‌ର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଥିଲା।

The post କୁଏତ ଗସ୍ତ ସାରି ଫେରିଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.