ଯାଜପୁରରେ ଶୁଟିଂ ହେଲା ପୁଷ୍ପା-୨
ଯାଜପୁର,୨୨ା୧୦: ବହୁ ପ୍ରତିକ୍ଷିତ ତେଲୁଗୁ ଫିଲ୍ମ ପୁଷ୍ପା-୨ ଏକ ଦୃଶ୍ୟର ସୁଟିଂ ଓଡ଼ିଶାର ଯାଜପୁର ଜିଲାରେ ହୋଇଛି। ସୋମବାର ଜିଲାର କାଳିଆପାଣି ଥାନା ଓଏମ୍ସି କଲରଙ୍ଗି ଟ୍ରକ୍ ପାକିଂ ୟାର୍ଡରେ ନିକଟରେ ମୈତ୍ରୀ ମୁଭି ମେକର୍ସ ପକ୍ଷରୁ ବହୁଚର୍ଚ୍ଚିତ ପୁଷ୍ପା-୨ ଫିଲ୍ମ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟ ସୁଟିଂ କରାଯାଇଛି। ପ୍ରଯୋଜନା ସଂସ୍ଥାର ପ୍ରବନ୍ଧକ ଜି ଭାରା ପ୍ରସାଦଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଏଠାରେ ସକାଳୁ ସକାଳୁ ପହଞ୍ଚି ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ସୁଟିଂ କରିଥିଲେ । […] The post ଯାଜପୁରରେ ଶୁଟିଂ ହେଲା ପୁଷ୍ପା-୨ appeared first on Dharitri Odia News.
ଯାଜପୁର,୨୨ା୧୦: ବହୁ ପ୍ରତିକ୍ଷିତ ତେଲୁଗୁ ଫିଲ୍ମ ପୁଷ୍ପା-୨ ଏକ ଦୃଶ୍ୟର ସୁଟିଂ ଓଡ଼ିଶାର ଯାଜପୁର ଜିଲାରେ ହୋଇଛି। ସୋମବାର ଜିଲାର କାଳିଆପାଣି ଥାନା ଓଏମ୍ସି କଲରଙ୍ଗି ଟ୍ରକ୍ ପାକିଂ ୟାର୍ଡରେ ନିକଟରେ ମୈତ୍ରୀ ମୁଭି ମେକର୍ସ ପକ୍ଷରୁ ବହୁଚର୍ଚ୍ଚିତ ପୁଷ୍ପା-୨ ଫିଲ୍ମ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟ ସୁଟିଂ କରାଯାଇଛି।
ପ୍ରଯୋଜନା ସଂସ୍ଥାର ପ୍ରବନ୍ଧକ ଜି ଭାରା ପ୍ରସାଦଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଏଠାରେ ସକାଳୁ ସକାଳୁ ପହଞ୍ଚି ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ସୁଟିଂ କରିଥିଲେ । ଏଠାରେ ଥିବା ମାଳମାଳ ଟ୍ରକ୍ ମଧ୍ୟରେ ପ୍ରାକୃତିକ ଦୃଶ୍ୟ ଭିତରେ ଜଣେ ପାର୍ଶ୍ୱ ଖଳନାୟକଙ୍କୁ ନେଇ ଗୋଟିଏ ଦୃଶ୍ୟର ସୁଟିଂ ହୋଇଥିଲା।
ତେବେ ଏହି ସ୍ଥାନ ଓ ଦୃଶ୍ୟର ସେଟ୍ଅପ୍ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ଦ୍ୱାରା ଗ୍ରହଣୀୟ ହେଲେ ପରବର୍ତ୍ତୀ ସମୟରେ ଏଠାରେ ପୁଣି ସୁଟିଂ କରାଯିବ ବୋଲି ପ୍ରଯୋଜନା ସଂସ୍ଥାର ସ୍ଥାନୀୟ ପ୍ରତିନିଧିଙ୍କଠାରୁ ସୂଚନା ମିଳିଛି। ତେବେ ସୁଟିଂ ସେଟରେ ନିୟୋଜିତ ସୁରକ୍ଷା ଟିମ୍ ପକ୍ଷରୁ କୌଣସି ଫଟୋ କିମ୍ବା ଭିଡିଓ ଉତ୍ତୋଳନକୁ ବାରଣ କରାଯାଇଥିଲା।
The post ଯାଜପୁରରେ ଶୁଟିଂ ହେଲା ପୁଷ୍ପା-୨ appeared first on Dharitri Odia News.