କିଟ୍ ପରିସରରେ ରାଷ୍ଟ୍ରୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ଦୌଡ଼କୁଦ ଚାମ୍ପିୟନସିପ ଉଦ୍ଘାଟିତ
ଆଜି କିଟ୍ ପରିସରରେ ରାଷ୍ଟ୍ରୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ଦୌଡ଼କୁଦ ଚାମ୍ପିୟନସିପ (ପୁରୁଷ ଓ ମହିଳା) ୨୦୨୪-୨୫ ଉଦ୍ଘାଟିତ ହୋଇଯାଇଛି । ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ ଓ କିସ୍ ମିଳିତ ଆନୁକୂଲ୍ୟରେ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିଲା । ଏହି ଚାମ୍ପିୟନସିପର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅଲିମ୍ପିଆନ୍ ଶ୍ରାବଣୀ ନନ୍ଦ, ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ସଭାପତି ପ୍ରଫେସର ବିନୟ କୁମାର ପାଠକ, ପର୍ଯ୍ୟବେକ୍ଷକ ରିନା ପୁନିଆ, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର […] The post କିଟ୍ ପରିସରରେ ରାଷ୍ଟ୍ରୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ଦୌଡ଼କୁଦ ଚାମ୍ପିୟନସିପ ଉଦ୍ଘାଟିତ appeared first on KNews Odisha.

ଆଜି କିଟ୍ ପରିସରରେ ରାଷ୍ଟ୍ରୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ଦୌଡ଼କୁଦ ଚାମ୍ପିୟନସିପ (ପୁରୁଷ ଓ ମହିଳା) ୨୦୨୪-୨୫ ଉଦ୍ଘାଟିତ ହୋଇଯାଇଛି । ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ ଓ କିସ୍ ମିଳିତ ଆନୁକୂଲ୍ୟରେ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିଲା ।
ଏହି ଚାମ୍ପିୟନସିପର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅଲିମ୍ପିଆନ୍ ଶ୍ରାବଣୀ ନନ୍ଦ, ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ସଭାପତି ପ୍ରଫେସର ବିନୟ କୁମାର ପାଠକ, ପର୍ଯ୍ୟବେକ୍ଷକ ରିନା ପୁନିଆ, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା, କିଟ୍ କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।
କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପରାମର୍ଶ କ୍ରମେ ସମସ୍ତ ଖେଳାଳି, କୋଚ ଓ ଅଫିସିଆଲ୍ଙ୍କ ପାଇଁ ରହିବା, ଖାଇବା ଆଦି ବ୍ୟବସ୍ଥା କରାଯାଇଛି ।
The post କିଟ୍ ପରିସରରେ ରାଷ୍ଟ୍ରୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ଦୌଡ଼କୁଦ ଚାମ୍ପିୟନସିପ ଉଦ୍ଘାଟିତ appeared first on KNews Odisha.