ବିଜେଡିର ସମୀକ୍ଷା ବୈଠକ: ଯୋଗଦେଲେ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର କର୍ମକର୍ତ୍ତା, ଲୋକ ପ୍ରତିନିଧି

ଦାରିଙ୍ଗବାଡି, ୧୧।୬(ଅରୁଣ ସାହୁ): କନ୍ଧମାଳ ଜିଲା ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀଙ୍କ ପରାଜୟପରେ ମଙ୍ଗଳବାର ଦାରିଙ୍ଗବାଡି ମିଶ୍ର କଲ୍ୟାଣ ମଣ୍ଡପଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତତ୍କାଳ ଉପବାଚସ୍ପତି ତଥା ଚଳିତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାଲୁଗା ପ୍ରଧାନ ଯୋଗଦେଇ ଆତ୍ମସମୀକ୍ଷା କରିଥିଲେ। ନିର୍ବାଚନରେ ହାରିବା ବିଜୟ ହେବା ଏକ ପ୍ରକ୍ରିୟା କିନ୍ତୁ ଏଥିପାଇଁ କୌଣସି ଲୋକ ପ୍ରତିନିଧି ନିରାଶ ନ ହୋଇ ସାଧାରଣ ଲୋକଙ୍କ ସହ ରହି ସେମାନଙ୍କୁ ପୂର୍ବ ଭଳି […] The post ବିଜେଡିର ସମୀକ୍ଷା ବୈଠକ: ଯୋଗଦେଲେ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର କର୍ମକର୍ତ୍ତା, ଲୋକ ପ୍ରତିନିଧି appeared first on Dharitri Odia News.

ବିଜେଡିର ସମୀକ୍ଷା ବୈଠକ: ଯୋଗଦେଲେ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର କର୍ମକର୍ତ୍ତା, ଲୋକ ପ୍ରତିନିଧି

ଦାରିଙ୍ଗବାଡି, ୧୧।୬(ଅରୁଣ ସାହୁ): କନ୍ଧମାଳ ଜିଲା ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀଙ୍କ ପରାଜୟପରେ ମଙ୍ଗଳବାର ଦାରିଙ୍ଗବାଡି ମିଶ୍ର କଲ୍ୟାଣ ମଣ୍ଡପଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତତ୍କାଳ ଉପବାଚସ୍ପତି ତଥା ଚଳିତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାଲୁଗା ପ୍ରଧାନ ଯୋଗଦେଇ ଆତ୍ମସମୀକ୍ଷା କରିଥିଲେ। ନିର୍ବାଚନରେ ହାରିବା ବିଜୟ ହେବା ଏକ ପ୍ରକ୍ରିୟା କିନ୍ତୁ ଏଥିପାଇଁ କୌଣସି ଲୋକ ପ୍ରତିନିଧି ନିରାଶ ନ ହୋଇ ସାଧାରଣ ଲୋକଙ୍କ ସହ ରହି ସେମାନଙ୍କୁ ପୂର୍ବ ଭଳି ସହଯୋଗ କରିବା ଲୋକଙ୍କ ସେବାକୁ ବଜାୟ ରଖିବାକୁ ଆହ୍ବାନ ଦେଇଥିଲେ।
ଏଥିସହ ସେ କହିଥିଲେ, ନିର୍ବାଚନ ଫଳାଫଳ ଆସିବା ପରେ ଦଳର ରାଜ୍ୟ ସଭାପତି ତଥା ତତ୍କାଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରି କହିଛନ୍ତି, ମୁଁ ଓଡିଶା ବାସୀଙ୍କ ସହ ଅଛି ଆମେ ରାଜ୍ୟ ପାଇଁ ଅନେକ କାର୍ଯ୍ୟ କରିଛେ। ତେଣୁ ଲୋକଙ୍କ ସେବା କରିବା ଓ ସେ ସମସ୍ତଙ୍କ ସହ ଅଛନ୍ତି ବୋଲି କହିଥିଲେ। ତେଣୁ ଆମ ରାଜ୍ୟ ନେତା ଆମ ସହ ସର୍ବଦା ରହିଥିବାରୁ ଆମେ ଲୋକଙ୍କ ସେବା ପୂର୍ବଭଳି କରିବା ବୋଲି କହିଥିଲେ। ଅଞ୍ଚଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ବିକାଶ କାର୍ଯ୍ୟ କରାଯାଇଥିଲା ନିର୍ବାଚନ ଆସିଲା ଲୋକଙ୍କ ମତ କିଭଳି ବଦଳିଗଲା ତାହା କହିବା ମୁସ୍କିଲ ବୋଲି କହିଥିଲେ। ତେଣୁ ଆମେ କର୍ମ କରିଛୁ କିନ୍ତୁ କୌଣସି ପାଇଁ ଲୋକଙ୍କ ମତ ବଦଳିଛି ତାକୁ ସ୍ବୀକାର କରୁଛୁ ବୋଲି କହିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲୀପ କଂହର, ଦଳର ଜି. ଉଦୟଗିରି ବ୍ଲକ ସଭାପତି ଲିଙ୍ଗରାଜ କଂହର, ରାଇକିଆ ବ୍ଲକ ସଭାପତି ରାଜମୋହନ ଦିଗାଲ,ଦାରିଙ୍ଗବାଡି ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନ, କାର୍ଯ୍ୟକାରୀ ସଭାପତି ଦିଲୀପ ପ୍ରଧାନ, ଜି. ଉଦୟଗିରି ଏନଏଏସି ଅଞ୍ଚଳର ସଭାପତି ସଞ୍ଜୀବ ପାତ୍ର, ପ୍ରମୁଖ ଯୋଗଦେଇ ବିଜେଡି ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ପରାଜୟ ହୋଇଥିବାର ଆତ୍ମସମୀକ୍ଷା କରିଥିଲେ।

The post ବିଜେଡିର ସମୀକ୍ଷା ବୈଠକ: ଯୋଗଦେଲେ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର କର୍ମକର୍ତ୍ତା, ଲୋକ ପ୍ରତିନିଧି appeared first on Dharitri Odia News.