ରାତିରେ ଲେଡିଜ୍ ହଷ୍ଟେଲରେ ପ୍ରବେଶ ଉଦ୍ୟମ ବେଳେ ଧରାପଡ଼ିଲେ ସ୍ବର୍ଣ୍ଣ ବିଜେତା
ନୂଆଦିଲ୍ଲୀ,୧୬ା୩: ଅଡୁଆରେ କମନ୍ଓ୍ବେଲ୍ଥ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜେତା ଭାରୋତ୍ତୋଳକ ଅଚିନ୍ତ ଶିଉଲୀ। ରାତିଅଧରେ ଲେଡିଜ୍ ହଷ୍ଟେଲ ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ସେଧରାପଡ଼ିଥିଲେ । ପରେ ତାଙ୍କୁ ପ୍ୟାରିସ ଅଲିମ୍ପିକ୍ସ ପ୍ରସ୍ତୁତି ଲାଗି ଲଗାଯାଇଥିବା ଜାତୀୟ କ୍ୟାମ୍ପରୁ ବହିଷ୍କାର କରାଯାଇଛି। ଘଟଣାଟି ଗୁରୁବାର ରାତିର ବୋଲି କୁହାଯାଉଛି। ରାଜ୍ୟଗୋଷ୍ଠୀ କ୍ରୀଡା ସ୍ବର୍ଣ୍ଣ ପଦକ ବିଜେତା ୨୨ ବର୍ଷୀୟ ଶିଉଲୀ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ଏନ୍ଆଇଏସ୍ ପଟିଆଲାରେ ରହି ଅଭ୍ୟାସ କରୁଥିଲେ। ତେବେ ଗୁରୁବାର […] The post ରାତିରେ ଲେଡିଜ୍ ହଷ୍ଟେଲରେ ପ୍ରବେଶ ଉଦ୍ୟମ ବେଳେ ଧରାପଡ଼ିଲେ ସ୍ବର୍ଣ୍ଣ ବିଜେତା appeared first on Dharitri Odia News.
ନୂଆଦିଲ୍ଲୀ,୧୬ା୩: ଅଡୁଆରେ କମନ୍ଓ୍ବେଲ୍ଥ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜେତା ଭାରୋତ୍ତୋଳକ ଅଚିନ୍ତ ଶିଉଲୀ। ରାତିଅଧରେ ଲେଡିଜ୍ ହଷ୍ଟେଲ ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ସେଧରାପଡ଼ିଥିଲେ । ପରେ ତାଙ୍କୁ ପ୍ୟାରିସ ଅଲିମ୍ପିକ୍ସ ପ୍ରସ୍ତୁତି ଲାଗି ଲଗାଯାଇଥିବା ଜାତୀୟ କ୍ୟାମ୍ପରୁ ବହିଷ୍କାର କରାଯାଇଛି। ଘଟଣାଟି ଗୁରୁବାର ରାତିର ବୋଲି କୁହାଯାଉଛି।
ରାଜ୍ୟଗୋଷ୍ଠୀ କ୍ରୀଡା ସ୍ବର୍ଣ୍ଣ ପଦକ ବିଜେତା ୨୨ ବର୍ଷୀୟ ଶିଉଲୀ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ଏନ୍ଆଇଏସ୍ ପଟିଆଲାରେ ରହି ଅଭ୍ୟାସ କରୁଥିଲେ। ତେବେ ଗୁରୁବାର ରାତିରେ ଲେଡିଜ୍ ହଷ୍ଟେଲ ମଧ୍ୟରେ ପ୍ରବେଶ ପାଇଁ ଉଦ୍ୟମ କରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ହାତରେ ଧରା ପଡିଥିଲେ। ସୁରକ୍ଷାକର୍ମୀ ଏହି ଘଟଣାର ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ। ଏହି ପ୍ରମାଣ ଆଧାରରେ ତାଙ୍କୁ ନିଲମ୍ବନ କରାଯାଇଛି। ଏହା ସହ ଅଚିନ୍ତଙ୍କ ଅଲିମ୍ପିକ୍ସ ସ୍ବପ୍ନ ମଧ୍ୟ ଧୂଳିସାତ ହୋଇଯାଇଛି।
୨୦୨୨ରେ ଗେମ୍ସ ରେକର୍ଡ ସହ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ବର୍ଣ୍ଣ ପଦକ ଜିତିଥିଲେ ଶେଉଲୀ। ଏହା ପୂର୍ବରୁ ମଧ୍ୟ ଭାରତୀୟ ଭାରୋତ୍ତୋଳନ ମହାସଂଘ ବିଶୃଙ୍ଖଳିତ ଆଚରଣ ପାଇଁ ଜେରେମି ଲାଲରିନୁଙ୍ଗାଙ୍କୁ ଜାତୀୟ କ୍ୟାମ୍ପରୁ ବିଦା କରିଥିଲା।
The post ରାତିରେ ଲେଡିଜ୍ ହଷ୍ଟେଲରେ ପ୍ରବେଶ ଉଦ୍ୟମ ବେଳେ ଧରାପଡ଼ିଲେ ସ୍ବର୍ଣ୍ଣ ବିଜେତା appeared first on Dharitri Odia News.