ପଞ୍ଚାୟତିରାଜ ଦିବସରେ ଶ୍ରେଷ୍ଠ ପଞ୍ଚାୟତ ହେଲା ପୁରସ୍କୃତ
କୋରାପୁଟ,୫।୩(ଅମିତାଭ ବେହେରା): ମଙ୍ଗଳବାର କୋରାପୁଟସ୍ଥିତ ସଦ୍ଭାବନା ସଭାଗୃହଠାରେ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ ହୋଇଯାଇଛି। କୋରାପୁଟ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡ଼ାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭାର ଉଦ୍ଘାଟନ କରିଥିଲେ। ଅତିରିକ୍ତ ଜିଲାପାଳ ରାଜେନ୍ଦ୍ର ମାଝୀ, ଜିଲା ପରିଷଦ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଗଣେଶ୍ୱର କହଁର, ବୈପାରିଗୁଡ଼ା ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ଗୁପ୍ତା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ। ଏହି […] The post ପଞ୍ଚାୟତିରାଜ ଦିବସରେ ଶ୍ରେଷ୍ଠ ପଞ୍ଚାୟତ ହେଲା ପୁରସ୍କୃତ appeared first on Dharitri Odia News.
କୋରାପୁଟ,୫।୩(ଅମିତାଭ ବେହେରା): ମଙ୍ଗଳବାର କୋରାପୁଟସ୍ଥିତ ସଦ୍ଭାବନା ସଭାଗୃହଠାରେ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ ହୋଇଯାଇଛି। କୋରାପୁଟ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡ଼ାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭାର ଉଦ୍ଘାଟନ କରିଥିଲେ। ଅତିରିକ୍ତ ଜିଲାପାଳ ରାଜେନ୍ଦ୍ର ମାଝୀ, ଜିଲା ପରିଷଦ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଗଣେଶ୍ୱର କହଁର, ବୈପାରିଗୁଡ଼ା ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ଗୁପ୍ତା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ।
ଏହି ଅବସରରେ ଶ୍ରେଷ୍ଠ ପଞ୍ଚାୟତକୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପଟ୍ଟାଙ୍ଗୀ ବ୍ଲକର ମାଳିପୁଟ ପଞ୍ଚାୟତ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଲକ୍ଷ୍ମୀପୁର ବ୍ଳକର କୁସୁମଗୁଡ଼ା ପଞ୍ଚାୟତ ଦ୍ବିତୀୟ ଏବଂ ପଟ୍ଟାଙ୍ଗୀ ବ୍ଲକର କୋଟିଆ ପଞ୍ଚାୟତ ତୃତୀୟ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥିଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ।
ଏହିଅବସରେ ସଦଭାବନା ସଭାଗୃହ ସମ୍ମୁଖରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଉପରେ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲା ପରିଷଦର ସଭ୍ୟାସଭ୍ୟ, ଜିଲାସ୍ତରୀୟ ଅଧିକାରୀ, ଶତାଧିକ ଏସ୍ଏଚଜି ମହିଳା ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଲୋକପାଳ ନଳିନୀ ଟାକ୍ରୀ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ସେହିପରି ବିଜେଡି ପକ୍ଷରୁ ସ୍ଥାନୀୟ ଟାଉନ ହଲଠାରେ ବିଜୁବାବୁଙ୍କ ୧୦୮ତମ ଜୟନ୍ତୀ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ସହରର ଗ୍ୟାରେଜ ଲାଇନଠାରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ବିଜେଡିର ସମସ୍ତ ନେତା ଏବଂ କର୍ମୀ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ସ୍ମୃତିଚାରଣ କରିଥିଲେ।
The post ପଞ୍ଚାୟତିରାଜ ଦିବସରେ ଶ୍ରେଷ୍ଠ ପଞ୍ଚାୟତ ହେଲା ପୁରସ୍କୃତ appeared first on Dharitri Odia News.