ପ୍ରବଳ ବର୍ଷା ପରେ ରାସ୍ତାରେ ବୁଲୁଛି କୁମ୍ଭୀର, ଲୋକେ ଭୟଭୀତ
ମୁମ୍ବାଇ,୧।୭: ମୌସୁମୀ ଆସିବା ପରେ ମହାରାଷ୍ଟ୍ରର ଉପକୂଳ ଅଞ୍ଚଳ ରତ୍ନଗୀରିରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ପରେ ରାସ୍ତାରେ କୁମ୍ଭୀର ଚାଲୁଥିବାର ଦୃଶ୍ୟ ସମସ୍ତଙ୍କୁ ଭୟଭିତ କରି ପକାଇଛି। ସେହି ବାଟ ଦେଇ କାରରେ ଯାଉଥିବା ଜଣେ ବ୍ୟକ୍ତି ଏକ ଭିଡ଼ିଓ କରିଛନ୍ତି ଯେଉଁଥିରେ ଏକ ବିରାଟ କୁମ୍ଭୀର ରାସ୍ତାରେ ବୁଲୁଥିବା ଦେଖାଯାଇଛି। ଏହା ଚିପଲୁନ ଅଞ୍ଚଳର। ତେବେ ଏହି କୁମ୍ଭୀରଟି ନିଟରେ ଥିବା ଶିବା ନଦୀରୁ ଆସିଥିବା କୁହାଯାଉଛି, ଯାହା କୁମ୍ଭୀରଙ୍କ […] The post ପ୍ରବଳ ବର୍ଷା ପରେ ରାସ୍ତାରେ ବୁଲୁଛି କୁମ୍ଭୀର, ଲୋକେ ଭୟଭୀତ appeared first on Dharitri Odia News.
ମୁମ୍ବାଇ,୧।୭: ମୌସୁମୀ ଆସିବା ପରେ ମହାରାଷ୍ଟ୍ରର ଉପକୂଳ ଅଞ୍ଚଳ ରତ୍ନଗୀରିରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ପରେ ରାସ୍ତାରେ କୁମ୍ଭୀର ଚାଲୁଥିବାର ଦୃଶ୍ୟ ସମସ୍ତଙ୍କୁ ଭୟଭିତ କରି ପକାଇଛି।
ସେହି ବାଟ ଦେଇ କାରରେ ଯାଉଥିବା ଜଣେ ବ୍ୟକ୍ତି ଏକ ଭିଡ଼ିଓ କରିଛନ୍ତି ଯେଉଁଥିରେ ଏକ ବିରାଟ କୁମ୍ଭୀର ରାସ୍ତାରେ ବୁଲୁଥିବା ଦେଖାଯାଇଛି। ଏହା ଚିପଲୁନ ଅଞ୍ଚଳର। ତେବେ ଏହି କୁମ୍ଭୀରଟି ନିଟରେ ଥିବା ଶିବା ନଦୀରୁ ଆସିଥିବା କୁହାଯାଉଛି, ଯାହା କୁମ୍ଭୀରଙ୍କ ଘର ଭାବରେ ପରିଚିତ।
ରତ୍ନଗୀରି ମର୍ଗର କ୍ରକୋଡାଇଲ ବା ମଗର କୁମ୍ଭୀର ପାଇଁ ପ୍ରସିଦ୍ଧ। ଦେଶରେ ଦେଖାଯାଉଥିବା ୩ ପ୍ରଜାତିର କୁମ୍ଭୀରମାନଙ୍କ ମଧ୍ୟରୁ ଏହା ଗୋଟିଏ ପ୍ରଜାତି ହୋଇଥିବା ବେଳେ ଘଡିଆଲ ଓ ଲୁଣିପାଣି କୁମ୍ଭୀର ଆଉ ଦୁଇଟି ପ୍ରଜାତି ଭାବେ ଜଣାଶୁଣା।
ସୂଚନାଯୋଗ୍ୟ, ଗତ କିଛିଦିନ ହେବ ରତ୍ନଗୀରି ଜିଲା ସହ ଏହାର ଆଖପାଖରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଜୁଲାଇ ୨ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
The post ପ୍ରବଳ ବର୍ଷା ପରେ ରାସ୍ତାରେ ବୁଲୁଛି କୁମ୍ଭୀର, ଲୋକେ ଭୟଭୀତ appeared first on Dharitri Odia News.