ଅନୁରା ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି
କଲମ୍ବୋ,୨୨ା୯: ଶ୍ରୀଲଙ୍କାକୁ ମିଳିଛି ନୂଆ ରାଷ୍ଟ୍ରପତି। ଅନୁରା କୁମାରା ଦିଶାନାୟକେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହୋଇଛନ୍ତି। ନ୍ୟାଶନାଲ ପିପୁଲ ପାଓ୍ବାର(ଏନ୍ପିପି) ମେଣ୍ଟର ପ୍ରାର୍ଥୀ ଅନୁରା ୫୩% ଭୋଟ୍ ପାଇଥିବା ସୂଚନା ମିଳିଛି। ଫଳାଫଳ ଅନୁଯାୟୀ, ନ୍ୟାଶନାଲ ପିପୁଲ୍ ପାଓ୍ବାର (ଏନ୍ପିପି)ର ନେତା ଅନୁରା କୁମାରା ଦିଶାନାୟକେ ଶ୍ରୀଲଙ୍କାର ନବମ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ରାଷ୍ଟ୍ରପତି ନିର୍ବାଚନ ପାଇଁ ଶନିବାର ସକାଳ ୭ଟାରୁ ୪ଟା ପର୍ଯ୍ୟନ୍ତ ୨୨ଟି ନିର୍ବାଚନ କ୍ଷେତ୍ରରେ ୧୩୪୦୦ରୁ ଅଧିକ ମତଦାନ କେନ୍ଦ୍ରରେ ଅନୁଷ୍ଠିତ […] The post ଅନୁରା ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି appeared first on Dharitri Odia News.
କଲମ୍ବୋ,୨୨ା୯: ଶ୍ରୀଲଙ୍କାକୁ ମିଳିଛି ନୂଆ ରାଷ୍ଟ୍ରପତି। ଅନୁରା କୁମାରା ଦିଶାନାୟକେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହୋଇଛନ୍ତି। ନ୍ୟାଶନାଲ ପିପୁଲ ପାଓ୍ବାର(ଏନ୍ପିପି) ମେଣ୍ଟର ପ୍ରାର୍ଥୀ ଅନୁରା ୫୩% ଭୋଟ୍ ପାଇଥିବା ସୂଚନା ମିଳିଛି।
ଫଳାଫଳ ଅନୁଯାୟୀ, ନ୍ୟାଶନାଲ ପିପୁଲ୍ ପାଓ୍ବାର (ଏନ୍ପିପି)ର ନେତା ଅନୁରା କୁମାରା ଦିଶାନାୟକେ ଶ୍ରୀଲଙ୍କାର ନବମ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ରାଷ୍ଟ୍ରପତି ନିର୍ବାଚନ ପାଇଁ ଶନିବାର ସକାଳ ୭ଟାରୁ ୪ଟା ପର୍ଯ୍ୟନ୍ତ ୨୨ଟି ନିର୍ବାଚନ କ୍ଷେତ୍ରରେ ୧୩୪୦୦ରୁ ଅଧିକ ମତଦାନ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା।
ନିର୍ବାଚନ ଆୟୋଗଙ୍କ ରିପୋର୍ଟ ଅନୁଯାୟୀ, ୧୭ ମିଲିୟନ ଯୋଗ୍ୟ ଭୋଟରଙ୍କ ମଧ୍ୟରୁ ୭୫% ମତଦାନରେ ଭାଗ ନେଇଥିଲେ। ୭ଟି ନିର୍ବାଚନ ମଣ୍ଡଳୀରେ ଡାକ ଭୋଟିଂରୁ ମିଳିଥିବା ଫଳାଫଳ ଅନୁଯାୟୀ, ଦିଶାନାୟକେ ୫୬% ଭୋଟ୍ ପାଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ସାଜିଥ ପ୍ରେମାଦାସ ଏବଂ ବର୍ତ୍ତମାନର ରାଷ୍ଟ୍ରପତି ରାନିଲ ଓ୍ବିକ୍ରେମସିଂହେ ପ୍ରତ୍ୟେକେ ୧୯ ପ୍ରତିଶତ ଭୋଟ୍ ପାଇଛନ୍ତି।
The post ଅନୁରା ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି appeared first on Dharitri Odia News.