ଚର୍ଚ୍ଚାରେ ଏହି ଗ୍ରାମ: ପ୍ରତି ଘରେ ଆଇଏଏସ୍, ଆଇପିଏସ୍
ଲକ୍ଷ୍ନୌ:ସମ୍ପ୍ରତି ସରକାରୀ ଚାକିରି ପାଇବା ଅନେକଙ୍କ ପାଇଁ କାଠିକର ହୋଇପଡ଼ିଛି। ଆଇଏଏସ୍ ଏବଂ ଆଇପିଏସ୍ ହେବାକୁ ବହୁ ଛାତ୍ରୀଛାତ୍ର ସ୍ବପ୍ନ ଦେଖୁଥିଲେ ମଧ୍ୟ ପ୍ରତିଯୋଗିତାର ସ୍ତର ଦିନକୁ ଦିନ ବଢ଼ୁଥିବାରୁ ଅଧିକାଂଶ ଛାତ୍ରୀଛାତ୍ର ନିଜର ସ୍ବପ୍ନ ପୂରଣ କରିବାରେ ବିଫଳ ହେଉଛନ୍ତି। ତେବେ ଉତ୍ତରପ୍ରଦେଶର ଯୌନପୁର ଜିଲା ମାଧୋପଟ୍ଟି ଗ୍ରାମ ଏଥିରେ ବ୍ୟତିକ୍ରମ ସାଜିଛି। ଆଇଏଏସ୍ ଓ ଆଇପିଏସ୍ଙ୍କ ଫ୍ୟାକ୍ଟ୍ରି କୁହାଯାଇଥିବା ଏହି ଗ୍ରାମରେ ପ୍ରାୟ ୧୦୦ ପରିବାର ରହୁଥିବାବେଳେ ସେଥିମଧ୍ୟରୁ ୫୧ ଜଣ ଆଇଏଏସ୍, ଆଇପିଏସ୍, […] The post ଚର୍ଚ୍ଚାରେ ଏହି ଗ୍ରାମ: ପ୍ରତି ଘରେ ଆଇଏଏସ୍, ଆଇପିଏସ୍ appeared first on Dharitri Odia News.
ଲକ୍ଷ୍ନୌ:ସମ୍ପ୍ରତି ସରକାରୀ ଚାକିରି ପାଇବା ଅନେକଙ୍କ ପାଇଁ କାଠିକର ହୋଇପଡ଼ିଛି। ଆଇଏଏସ୍ ଏବଂ ଆଇପିଏସ୍ ହେବାକୁ ବହୁ ଛାତ୍ରୀଛାତ୍ର ସ୍ବପ୍ନ ଦେଖୁଥିଲେ ମଧ୍ୟ ପ୍ରତିଯୋଗିତାର ସ୍ତର ଦିନକୁ ଦିନ ବଢ଼ୁଥିବାରୁ ଅଧିକାଂଶ ଛାତ୍ରୀଛାତ୍ର ନିଜର ସ୍ବପ୍ନ ପୂରଣ କରିବାରେ ବିଫଳ ହେଉଛନ୍ତି। ତେବେ ଉତ୍ତରପ୍ରଦେଶର ଯୌନପୁର ଜିଲା ମାଧୋପଟ୍ଟି ଗ୍ରାମ ଏଥିରେ ବ୍ୟତିକ୍ରମ ସାଜିଛି। ଆଇଏଏସ୍ ଓ ଆଇପିଏସ୍ଙ୍କ ଫ୍ୟାକ୍ଟ୍ରି କୁହାଯାଇଥିବା ଏହି ଗ୍ରାମରେ ପ୍ରାୟ ୧୦୦ ପରିବାର ରହୁଥିବାବେଳେ ସେଥିମଧ୍ୟରୁ ୫୧ ଜଣ ଆଇଏଏସ୍, ଆଇପିଏସ୍, ଆଇଆରଏସ୍ ଅଫିସର ଭାବେ ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଅଛନ୍ତି।
ରାଜଧାନୀ ଲକ୍ଷ୍ନୌରୁ ୩୦୦ କିଲୋମିଟର ଏବଂ ଯୌନପୁର ଜିଲା ମୁଖ୍ୟାଳୟରୁ ପ୍ରାୟ ୧୧ କିମି ଦୂରରେ ମାଧୋପଟ୍ଟି ଗ୍ରାମ ଅବସ୍ଥିତ। ୧୯୫୨ରେ ଡ. ଇନ୍ଦୁପ୍ରକାଶ ଏହି ଗ୍ରାମରେ ପ୍ରଥମ ଥର ପାଇଁ ଆଇଏଏସ୍ ପାଇଥିଲେ।
ସେ ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ସ୍ଥାନ ଅଧିକାର କରି ଗାଁର ନାଁ ଗୌରବମୟ କରିଥିଲେ। ଇନ୍ଦୁପ୍ରକାଶ ଫ୍ରାନ୍ସ ସମେତ ଅନେକ ଦେଶର ରାଷ୍ଟ୍ରଦୂତ ଭାବରେ ରୂପେ କାର୍ଯ୍ୟ କରିଥିଲେ। ୧୯୬୪ରେ ଗ୍ରାମର ଛତ୍ରସାଲ ସିଂ ଆଇଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ସେ ପରବର୍ତ୍ତୀ ସମୟରେ ତାମିଲନାଡୁର ମୁଖ୍ୟ ସଚିବ ମଧ୍ୟ କାର୍ଯ୍ୟ କରିଥିଲେ। ୧୯୯୫ରେ ଏହି ଗ୍ରାମର ବିନୟ ସିଂ ଆଇଏଏସ୍ ପାଇଲେ। ସର୍ବଭାରତୀୟ ସ୍ତରରେ ତାଙ୍କୁ ୧୩ତମ ର଼୍ୟାଙ୍କ୍ ମିଳିଥିଲା। ପରେ ସେ ବିହାରର ମୁଖ୍ୟ ସଚିବ ଭାବେ ମଧ୍ୟ ନିଯୁକ୍ତ ହୋଇଥିଲେ। ତେବେ କିଛି ବର୍ଷ ପରେ ବିନୟଙ୍କ ପରିବାରରୁ ୪ ଭାଇ ଆଇଏଏସ୍ ପାଇ ରେକର୍ଡ ସୃଷ୍ଟି କରିଥିଲେ । ତେବେ ଶିକ୍ଷା କ୍ଷେତ୍ରରେ ମାଧୋପଟ୍ଟି ଗ୍ରାମରେ କେବଳ ପୁରୁଷ ନୁହନ୍ତି ମହିଳାମାନେ ବେଶ୍ ସଫଳତା ଅର୍ଜନ କରିଛନ୍ତି। ଗ୍ରାମର ଏକାଧିକ ମହିଳା ସିଭିଲ ସର୍ଭିସ୍ ପରୀକ୍ଷାରେ ସଫଳତା ପାଇଛନ୍ତି। ଗ୍ରାମର ଜଣେ ବୟସ୍କଙ୍କ କହିବା ଅନୁଯାୟୀ, ଏଠାକାର ଲୋକମାନଙ୍କର ବିଶେଷ ଜମିବାଡି ନ ଥିବାରୁ ସେମାନେ ଚାଷ ଅପେକ୍ଷା ପଢ଼ାପଢ଼ିରେ ଅଧିକ ଧ୍ୟାନ କେନ୍ଦ୍ରିତ କରିଥାନ୍ତି। ଏହି ଗ୍ରାମକୁ ଦେବୀ ସରସ୍ବତୀଙ୍କର କୃପା ରହିଛି, ତେଣୁ ଏଠାକାର ପ୍ରତ୍ୟେକ ପିଲା ବଡ଼ ହୋଇ ଆଇଏଏସ୍, ଆଇପିଏସ୍ ଏବଂ ଡାକ୍ତର ହେବାନେଇ ସ୍ବପ୍ନ ଦେଖିଥାନ୍ତି ବୋଲି ସେ କହିଛନ୍ତି। କେବଳ ଆଇଏଏସ୍, ଆଇପିଏସ୍ ଏବଂ ଆଇଆର୍ଏସ୍ ନୁହେଁ ମାଧୋପଟ୍ଟି ଗ୍ରାମରୁ ଅନେକ ବୈଜ୍ଞାନିକ ମଧ୍ୟ ସୃଷ୍ଟି ହୋଇଛନ୍ତି।
The post ଚର୍ଚ୍ଚାରେ ଏହି ଗ୍ରାମ: ପ୍ରତି ଘରେ ଆଇଏଏସ୍, ଆଇପିଏସ୍ appeared first on Dharitri Odia News.