Kuno National Park: ଚିତାଙ୍କୁ ପାଣି ପିଆଇବା ପଡ଼ିଲା ମହଙ୍ଗା, ବନ କର୍ମଚାରୀ ଚାକିରିରୁ ବିଦା
ନୂଆଦିଲ୍ଲୀ: କୁନୋ ଜାତୀୟ ଉଦ୍ୟାନରେ ଚିତାଙ୍କୁ ପାଣି ପିଆଇବା ପଡ଼ିଲା ମହଙ୍ଗା । ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ବନ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଡ୍ରାଇଭର ସତ୍ୟନାରାୟଣ ଗୁର୍ଜରଙ୍କୁ ତୁରନ୍ତ ଚାକିରିରୁ ହଟାଇ ଦିଆଯାଇଛି । ସୂଚନା ଅନୁଯାୟୀ, ସତ୍ୟନାରାୟଣ କୁନୋ ଜାତୀୟ ଉଦ୍ୟାନରେ ଚିତାଙ୍କ ଅତି ନିକଟକୁ ଯାଇ ପାଣି ପିଆଉଥିଲେ । ବନ୍ୟଜନ୍ତୁଙ୍କ ସହିତ ଏଭଳି ବ୍ୟବହାର ନିୟମ ବିରୋଧୀ । ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ବନ ବିଭାଗ ଉକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି । ଭାଇରାଲ୍ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି, ଜାତୀୟ ଉଦ୍ୟାନ ନିରୀକ୍ଷଣ ଟିମ୍ର ଜଣେ ସଦସ୍ୟ ଚିତାମାନଙ୍କୁ ପାଣି ପିଆଉଥିବାର ଦେଖିବାକୁ ମିଳିଛି । ଏଥିରେ ଚିତା ମିତ୍ର COME... COME... କହି ଚିତାଙ୍କୁ ଡାକିଥିଲେ ଏବଂ ଚିତାମାନେ ପାଖକୁ ଆସି ପାଣି ପିଇଥିଲେ । ଏହି ଭିଡିଓ ଭାଇରାଲ୍ ହେବା ପରେ ବନ ବିଭାଗ ଅଧିକାରୀ ତ୍ବରିତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ନିୟମ ଉଲ୍ଲଙ୍ଘନ ପାଇଁ ଡ୍ରାଇଭର ସତ୍ୟାନାରାୟଣ ଗୁର୍ଜରଙ୍କୁ କାର୍ଯ୍ୟରୁ ହଟାଇ ଦିଆଯାଇଛି ।ବନ ବିଭାଗ ଅଧିକାରୀ କହିଛନ୍ତି, ବନ୍ୟ ଜୀବ ସଂରକ୍ଷଣ ଏବଂ ସୁରକ୍ଷା ନିୟମକୁ ଉଲ୍ଲଙ୍ଘନ କରିଛନ୍ତି ସତ୍ୟନାରାୟଣ । ବନ୍ୟ ଜୀବଜନ୍ତୁ ପ୍ରତି ଆକର୍ଷିତ ହେବା ବା ନିକଟତର ହେବା ନିୟମ ବାହାରେ । ଗ୍ରୀଷ୍ମ ପ୍ରବାହରେ ସତ୍ୟନାରାୟଣ ଏକ ମାନବୀୟ କ
ନୂଆଦିଲ୍ଲୀ: କୁନୋ ଜାତୀୟ ଉଦ୍ୟାନରେ ଚିତାଙ୍କୁ ପାଣି ପିଆଇବା ପଡ଼ିଲା ମହଙ୍ଗା । ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ବନ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଡ୍ରାଇଭର ସତ୍ୟନାରାୟଣ ଗୁର୍ଜରଙ୍କୁ ତୁରନ୍ତ ଚାକିରିରୁ ହଟାଇ ଦିଆଯାଇଛି । ସୂଚନା ଅନୁଯାୟୀ, ସତ୍ୟନାରାୟଣ କୁନୋ ଜାତୀୟ ଉଦ୍ୟାନରେ ଚିତାଙ୍କ ଅତି ନିକଟକୁ ଯାଇ ପାଣି ପିଆଉଥିଲେ । ବନ୍ୟଜନ୍ତୁଙ୍କ ସହିତ ଏଭଳି ବ୍ୟବହାର ନିୟମ ବିରୋଧୀ । ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ବନ ବିଭାଗ ଉକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ।
ଭାଇରାଲ୍ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି, ଜାତୀୟ ଉଦ୍ୟାନ ନିରୀକ୍ଷଣ ଟିମ୍ର ଜଣେ ସଦସ୍ୟ ଚିତାମାନଙ୍କୁ ପାଣି ପିଆଉଥିବାର ଦେଖିବାକୁ ମିଳିଛି । ଏଥିରେ ଚିତା ମିତ୍ର COME... COME... କହି ଚିତାଙ୍କୁ ଡାକିଥିଲେ ଏବଂ ଚିତାମାନେ ପାଖକୁ ଆସି ପାଣି ପିଇଥିଲେ । ଏହି ଭିଡିଓ ଭାଇରାଲ୍ ହେବା ପରେ ବନ ବିଭାଗ ଅଧିକାରୀ ତ୍ବରିତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ନିୟମ ଉଲ୍ଲଙ୍ଘନ ପାଇଁ ଡ୍ରାଇଭର ସତ୍ୟାନାରାୟଣ ଗୁର୍ଜରଙ୍କୁ କାର୍ଯ୍ୟରୁ ହଟାଇ ଦିଆଯାଇଛି ।
ବନ ବିଭାଗ ଅଧିକାରୀ କହିଛନ୍ତି, ବନ୍ୟ ଜୀବ ସଂରକ୍ଷଣ ଏବଂ ସୁରକ୍ଷା ନିୟମକୁ ଉଲ୍ଲଙ୍ଘନ କରିଛନ୍ତି ସତ୍ୟନାରାୟଣ । ବନ୍ୟ ଜୀବଜନ୍ତୁ ପ୍ରତି ଆକର୍ଷିତ ହେବା ବା ନିକଟତର ହେବା ନିୟମ ବାହାରେ । ଗ୍ରୀଷ୍ମ ପ୍ରବାହରେ ସତ୍ୟନାରାୟଣ ଏକ ମାନବୀୟ କାର୍ଯ୍ୟ କରିଥିଲେ ମଧ୍ୟ ଏହା ନିୟମକୁ ଉଲ୍ଲଙ୍ଘନ କରୁଛି । ବନ ବିଭାଗ ଏହା ଉପରେ ଯାଞ୍ଚ କରୁଛି ଏବଂ ଅନ୍ୟ ବନ କର୍ମଚାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାର ସମ୍ଭାବନା କରିଛି ବୋଲି ବନ ଅଧିକାରୀ କହିଛନ୍ତି ।
ସୂଚନା ଅନୁଯାୟୀ, କୁନୋ ନ୍ୟାସନାଲ ପାର୍କରେ ଚିତାଙ୍କୁ ସଂରକ୍ଷଣ କରାଯାଉଛି । ଆଫ୍ରିକା ଜଙ୍ଗଲରୁ ଚିତାଙ୍କୁ ଆଣି ଏଠାରେ ରଖାଯାଇଛି । ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ମହତ୍ବପୂର୍ଣ୍ଣ ସ୍ଥାନ । ଏଠାରେ ବନ୍ୟଜନ୍ତୁଙ୍କ ନିକଟତର ହେବା ଉପରେ ପ୍ରତିବନ୍ଧକ ଲାଗିଛି । ବିଶେଷଜ୍ଞ କହିବା ଅନୁଯାୟୀ, ଚିତା ଅତ୍ୟନ୍ତ ହିଂସ୍ର ପ୍ରଜାତି ବନ୍ୟଜନ୍ତୁ । ତେଣୁ ନିୟମ ଉଲ୍ଲଙ୍ଘନ କରି ତାଙ୍କ ନିକଟତର ହେବା ବଡ଼ ଅପରାଧ ।...