ଭାଜପାରେ ଯୋଗଦେବାରୁ ସଂଘବଦ୍ଧ ଆକ୍ରମଣ କଲେ ବିଜେଡି କର୍ମୀ , ଗୁରୁତର ମେଡିକାଲରେ ଭର୍ତ୍ତି
ହିଞ୍ଜିଳିକାଟୁ, ୮।୧୧(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ପୋଡିଙ୍ଗି ଗାଁ ଛକ ନିକଟରେ ସେପ୍ଟେମ୍ବର ୭ ତାରିଖ ସଂଧ୍ୟାରେ ଭାଜପାରେ ଯୋଗ ଦେବାରୁ ତାଙ୍କ ବିଜେଡିର ୫ ଜଣ ଯୁବକ ସଙ୍ଘବଦ୍ଧ ଭାବେ ହିଞ୍ଜିଳି ଥାନା ପୋଡିଙ୍ଗି ଗ୍ରାମର ଜଗତ ମୋହନ ସାହୁଙ୍କୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଜଗତ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଜଗତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଘଟଣା ନେଇ ଆହତ ଜଗତ […] The post ଭାଜପାରେ ଯୋଗଦେବାରୁ ସଂଘବଦ୍ଧ ଆକ୍ରମଣ କଲେ ବିଜେଡି କର୍ମୀ , ଗୁରୁତର ମେଡିକାଲରେ ଭର୍ତ୍ତି appeared first on Dharitri Odia News.
ହିଞ୍ଜିଳିକାଟୁ, ୮।୧୧(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ପୋଡିଙ୍ଗି ଗାଁ ଛକ ନିକଟରେ ସେପ୍ଟେମ୍ବର ୭ ତାରିଖ ସଂଧ୍ୟାରେ ଭାଜପାରେ ଯୋଗ ଦେବାରୁ ତାଙ୍କ ବିଜେଡିର ୫ ଜଣ ଯୁବକ ସଙ୍ଘବଦ୍ଧ ଭାବେ ହିଞ୍ଜିଳି ଥାନା ପୋଡିଙ୍ଗି ଗ୍ରାମର ଜଗତ ମୋହନ ସାହୁଙ୍କୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଜଗତ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଜଗତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଘଟଣା ନେଇ ଆହତ ଜଗତ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ-୮୩୪/୨୪ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା। ଶୁକ୍ରବାର ଘଟଣାରେ ସଂପୃକ୍ତ ଥିବା ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି। ଗିରଫ ଜଣଙ୍କ ହେଲେ ହିଞ୍ଜିଳି ଥାନା ପୋଡିଙ୍ଗି ଗ୍ରାମର ଭାଗିରଥି ପାଣିଗ୍ରାହୀ (୧୯) । ଗିରଫ ଯୁବକଙ୍କୁ ଶୁକ୍ରବାର କୋର୍ଟ ଚାଲାଣ ହୋଇଥିବା ସୂଚନା ମିଳିଛି।
The post ଭାଜପାରେ ଯୋଗଦେବାରୁ ସଂଘବଦ୍ଧ ଆକ୍ରମଣ କଲେ ବିଜେଡି କର୍ମୀ , ଗୁରୁତର ମେଡିକାଲରେ ଭର୍ତ୍ତି appeared first on Dharitri Odia News.