୧୮ରେ ଶୁକ୍ର, ଶନି ମିଳନ: ଜାଣନ୍ତୁ କ’ଣ ରହିବ ପ୍ରଭାବ

ଭୁବନେଶ୍ୱର, ୧୨ା୧(ବନ୍ଦନା ସେଠୀ):ଚଳିତ ମାସର ଦ୍ବିତୀୟାର୍ଦ୍ଧରୁ ଶେଷ ପର୍ଯ୍ୟନ୍ତ ସବୁଦିନ ସୂର୍ଯ୍ୟାସ୍ତ ପରେ ସନ୍ଧ୍ୟା ଆକାଶରେ ୪ଟି ଗ୍ରହକୁ ଖାଲି ଆଖିରେ ଦେଖିହେବ। ଏଥିସହ ୧୮ ତାରିଖରେ ଶୁକ୍ର ଓ ଶନି ଗ୍ରହର ମିଳନ ହେବ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ର ପୂର୍ବତନ ଉପନିର୍ଦ୍ଦେଶକ ତଥା ଜନବିଜ୍ଞାନୀ ଡ. ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି। ପଶ୍ଚିମ ଦିଗ୍‌ବଳୟର କିଛି ଉପରେ ଉଜ୍ଜ୍ୱଳ ଗ୍ରହ ଶୁକ୍ର, ତା’ର କିଛି ଉପରକୁ ଇଷତ୍‌ ହଳଦୀ ରଙ୍ଗର ଶନି ଗ୍ରହ, ପୂର୍ବ […] The post ୧୮ରେ ଶୁକ୍ର, ଶନି ମିଳନ: ଜାଣନ୍ତୁ କ’ଣ ରହିବ ପ୍ରଭାବ appeared first on Dharitri Odia News.

୧୮ରେ ଶୁକ୍ର, ଶନି ମିଳନ: ଜାଣନ୍ତୁ କ’ଣ ରହିବ ପ୍ରଭାବ

ଭୁବନେଶ୍ୱର, ୧୨ା୧(ବନ୍ଦନା ସେଠୀ):ଚଳିତ ମାସର ଦ୍ବିତୀୟାର୍ଦ୍ଧରୁ ଶେଷ ପର୍ଯ୍ୟନ୍ତ ସବୁଦିନ ସୂର୍ଯ୍ୟାସ୍ତ ପରେ ସନ୍ଧ୍ୟା ଆକାଶରେ ୪ଟି ଗ୍ରହକୁ ଖାଲି ଆଖିରେ ଦେଖିହେବ। ଏଥିସହ ୧୮ ତାରିଖରେ ଶୁକ୍ର ଓ ଶନି ଗ୍ରହର ମିଳନ ହେବ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ର ପୂର୍ବତନ ଉପନିର୍ଦ୍ଦେଶକ ତଥା ଜନବିଜ୍ଞାନୀ ଡ. ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି। ପଶ୍ଚିମ ଦିଗ୍‌ବଳୟର କିଛି ଉପରେ ଉଜ୍ଜ୍ୱଳ ଗ୍ରହ ଶୁକ୍ର, ତା’ର କିଛି ଉପରକୁ ଇଷତ୍‌ ହଳଦୀ ରଙ୍ଗର ଶନି ଗ୍ରହ, ପୂର୍ବ ଦିଗ୍‌ବଳୟରେ ମଙ୍ଗଳ ଗ୍ରହ ଏବଂ ଏହାର କିଛି ଉପରେ ଉଜ୍ଜ୍ୱଳ ବୃହସ୍ପତି ଗ୍ରହ ଦୃଶ୍ୟମାନ ହେବ। ରାତି ବଢିବା ସଙ୍ଗେସଙ୍ଗେ ଏହି ଗ୍ରହଗୁଡିକ ପୂର୍ବରୁ ପଶ୍ଚିମ ଆଡକୁ ଗତି କରି କ୍ରମାନ୍ବୟରେ ଅସ୍ତ ହେବେ। ରାତି ୮ଟା ୩୦ ବେଳକୁ ପ୍ରଥମେ ଶୁକ୍ର ଓ ଶନି ଗ୍ରହ ଅସ୍ତ ହେବେ। ଏବେ ଶନି ଗ୍ରହ ଶୁକ୍ରର ବେଶ୍‌ ଉପରେ ଦେଖାଯାଉଛି। ପରବର୍ତ୍ତୀ ଦିନଗୁଡିକରେ ଗ୍ରହ ଦୁଇଟି ମଧ୍ୟରେ ଦୂରତା କମିକମି ୧୮ ତାରିଖ ସନ୍ଧ୍ୟାରେ ପ୍ରାୟ ୨ ଘଣ୍ଟା ଧରି ଉଭୟ ଗ୍ରହ ଖୁବ୍‌ ନିକଟରେ ଦେଖାଯିବ ଓ ପରେ ଶନି ତଳକୁ ତଳକୁ ଯାଇ ଶୁକ୍ରଠାରୁ ଦୂରେଇ ଯିବ। ଏହି ସୁନ୍ଦର ମହାଜାଗତିକ ଘଟଣା ମେଘମୁକ୍ତ ଥିବା ଆକାଶରେ ଦେଶ ତଥା ଓଡିଶାର ସବୁ ଅଞ୍ଚଳରୁ ଖାଲି ଆଖିରେ ଦେଖିହେବ ଓ ଏହାର କୌଣସି ପ୍ରଭାବ କାହା ଉପରେ ପଡିବାର ନାହିଁ। ସୂର୍ଯ୍ୟ ଚାରିପଟେ ବୁଲୁଥିବା ୮ଟି ଗ୍ରହ ଭିତରୁ ୫ଟି ଗ୍ରହ ଯଥା ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଏବଂ ଶନିକୁ ଖାଲି ଆଖିରେ ଦେଖିହୁଏ। ସୂର୍ଯ୍ୟ ଚାରିପଟେ ଅଲଗା ଅଲଗା ବେଗରେ ବୁଲିବା ଫଳରେ କିଛି ଗ୍ରହ ଆକାଶରେ ଏକ ସମୟରେ ଦେଖାଯା’ନ୍ତି। ଏହାକୁ ଗ୍ରହ ସମାବେଶ ବା ଇଂଲିଶରେ ‘ପ୍ଲାନେଟ୍‌ ପରେଡ’ କୁହାଯାଏ। ଆକାଶରେ ଏକ ସମୟରେ ତିନୋଟି ଗ୍ରହ ଦେଖାଯିବା ଏକ ଅତି ସାଧାରଣ ଘଟଣା। ପ୍ରତିବର୍ଷ ଅନେକ ଥର କିଛିଦିନ ଧରି ଏହା ଦେଖାଯାଏ। ସେହିଭଳି ଚାରୋଟି ଗ୍ରହ ବର୍ଷକୁ ଥରେ ଅଳ୍ପଦିନ ପାଇଁ ଏକା ସମୟରେ ଦେଖାଯାଆନ୍ତି। ମାତ୍ର ଏକାସାଙ୍ଗରେ ୫ଟି ଗ୍ରହ ପ୍ରତି ୧୯ବର୍ଷରେ ଥରେ ଏବଂ ସମସ୍ତ ଆଠଟି ଗ୍ରହ ପ୍ରାୟ ୧୭୦ବର୍ଷରେ ଥରେ ଏକା ସମୟରେ ଦେଖାଯାଆନ୍ତି ବୋଲି ଡ. ପଟ୍ଟନାୟକ ସୂଚନା ଦେଇଛନ୍ତି।

The post ୧୮ରେ ଶୁକ୍ର, ଶନି ମିଳନ: ଜାଣନ୍ତୁ କ’ଣ ରହିବ ପ୍ରଭାବ appeared first on Dharitri Odia News.