ଲଭ୍ ଜିହାଦ ପାଇଁ ଝିଅକୁ ମାରିଦେଲେ
ବେଙ୍ଗାଲୁରୁ,୨୧ା୪: ଏପ୍ରିଲ ୨୬ ଏବଂ ମେ’ ୭ରେ କର୍ନାଟକରେ ଲୋକ ସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଜଣେ କର୍ପୋରେଟରଙ୍କ ଝିଅକୁ ହତ୍ୟା ଘଟଣାକୁ ନେଇ ଶାସକ କଂଗ୍ରେସ ଏବଂ ବିରୋଧୀ ଦଳ ଭାଜପା ମଧ୍ୟରେ ବିବାଦ ତୀବ୍ର ରୂପ ଧାରଣ କରିଛି। ହତ୍ୟା ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ତଦନ୍ତ ଜାରି ରହିଛି। ଏହା ଏକ ‘ଲଭ୍ ଜିହାଦ’ ଘଟଣା ବୋଲି ଭାଜପା ନେତାମାନେ ଅଭିଯୋଗ କରୁଥିବାବେଳେ ମୃତକଙ୍କ ବାପା ନିରଞ୍ଜନ ହିରେମାଥ ମଧ୍ୟ ଏହି ବୀଭତ୍ସ ହତ୍ୟାକାଣ୍ଡ […] The post ଲଭ୍ ଜିହାଦ ପାଇଁ ଝିଅକୁ ମାରିଦେଲେ appeared first on Dharitri Odia News.
ବେଙ୍ଗାଲୁରୁ,୨୧ା୪: ଏପ୍ରିଲ ୨୬ ଏବଂ ମେ’ ୭ରେ କର୍ନାଟକରେ ଲୋକ ସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଜଣେ କର୍ପୋରେଟରଙ୍କ ଝିଅକୁ ହତ୍ୟା ଘଟଣାକୁ ନେଇ ଶାସକ କଂଗ୍ରେସ ଏବଂ ବିରୋଧୀ ଦଳ ଭାଜପା ମଧ୍ୟରେ ବିବାଦ ତୀବ୍ର ରୂପ ଧାରଣ କରିଛି। ହତ୍ୟା ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ତଦନ୍ତ ଜାରି ରହିଛି। ଏହା ଏକ ‘ଲଭ୍ ଜିହାଦ’ ଘଟଣା ବୋଲି ଭାଜପା ନେତାମାନେ ଅଭିଯୋଗ କରୁଥିବାବେଳେ ମୃତକଙ୍କ ବାପା ନିରଞ୍ଜନ ହିରେମାଥ ମଧ୍ୟ ଏହି ବୀଭତ୍ସ ହତ୍ୟାକାଣ୍ଡ ପଛରେ ଲଭ୍ ଜିହାଦ ରହିଥିବା ଅଭିଯୋଗ ଆଣିଛନ୍ତି। ଗୋଟିଏ ଗ୍ୟାଙ୍ଗ୍ ଦୀର୍ଘଦିନ ହେଲା ଷଡ଼ଯନ୍ତ୍ର ଚଳାଇଥିଲେ। ସେମାନେ ଝିଅ ନେହା (୨୩)ଙ୍କୁ ବଶ କରାଇବା କିମ୍ବା ମାରିଦେବାକୁ ଯୋଜନା କରିଥିଲେ। ପୂର୍ବରୁ ସେମାନେ ଅନେକ ଥର ଧମକ ମଧ୍ୟ ଦେଇଥିଲେ। ତେବେ ନେହା ସେସବୁ ଧମକ ପ୍ରତି ଧ୍ୟାନ ଦେଇ ନ ଥିଲେ ବୋଲି ନିରଞ୍ଜନ କହିଛନ୍ତି।
ପ୍ରଥମ ବର୍ଷ ଏମ୍ସିଏ ଛାତ୍ରୀ ନେହାଙ୍କୁ ଗୁରୁବାର କେଏଲ୍ଇ ଟେକ୍ନୋଲୋଜିକାଲ ୟୁନିଭର୍ସିଟି ପରିସରରେ ଜଣେ ପୂର୍ବତନ ଛାତ୍ର ୭ ଥର ଛୁରିଭୁସି ହତ୍ୟା କରିଥିଲେ। ଫୟେଜ ଖୋଣ୍ଡୁନାଏକ୍ ନାମକ ଏହି ଛାତ୍ର ଜଣକ ପୂର୍ବରୁ ନେହାଙ୍କ ସହପାଠୀ ଥିଲେ। ପରେ ସେ ପାଠପଢ଼ା ଛାଡ଼ିଦେଇଥିଲେ। ପୂର୍ବରୁ ସେମାନେ ସମ୍ପର୍କରେ ଥିଲେ ଏବଂ ପରେ ନେହା ତାଙ୍କଠାରୁ ଦୂରେଇ ଯାଇଥିଲେ ବୋଲି ଜେରା ବେଳେ ଫୟେଜ କହିଛନ୍ତି। ହତ୍ୟାକାଣ୍ଡକୁ ନେଇ କଂଗ୍ରେସ ଓ ଭାଜପା ମଧ୍ୟରେ ରାଜନୈତିକ ବାକ୍ଯୁଦ୍ଧ ଲାଗିରହିଛି। ବ୍ୟକ୍ତିଗତ କାରଣକୁ ନେଇ ହତ୍ୟାକାଣ୍ଡ ହୋଇଥିବା କଂଗ୍ରେସ କହୁଥିବାବେଳେ ଭାଜପା ଏହାକୁ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିରେ ଅବନତି ବୋଲି ଅଭିଯୋଗ କରିଛି। ଏହା ପଛରେ ଲଭ୍ ଜିହାଦ ଥିବା ବାପା ନିରଞ୍ଜନ ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଏବଂ ରାଜ୍ୟ ଗୃହମନ୍ତ୍ରୀ ଜି. ପରମେଶ୍ୱର ଲଭ୍ ଜିହାଦ ଅଭିଯୋଗକୁ ଖଣ୍ଡନ କରିଛନ୍ତି। କର୍ନାଟକରେ ଆଇନ ଶୃଙ୍ଖଳା ସ୍ଥିତି ବହୁତ ଭଲ ଥିବା ସିଦ୍ଦାରାମାୟା କହିଛନ୍ତି।
The post ଲଭ୍ ଜିହାଦ ପାଇଁ ଝିଅକୁ ମାରିଦେଲେ appeared first on Dharitri Odia News.