‘ସୁଭଦ୍ରା ଯୋଜନାରେ ସାମିଲ ପାଇଁ ଟଙ୍କା ମାଗିଲେ ଏହି ଟୋଲ୍ ଫ୍ରି ନମ୍ବରରେ କରନ୍ତୁ କଲ୍’
ଛତ୍ରପୁର,୬ା୯: ସୁଭଦ୍ରା ଯୋଜନା ପାଇଁ ଆଧାର କାର୍ଡରେ ମୋବାଇଲ ନମ୍ବର ଲିଙ୍କ୍ ବାଧ୍ୟତାମୂଳକ ନୁହଁ l ଏହା ନ ଥିଲେ ବି ଜଣେ ସୁଭଦ୍ରା ଯୋଜନାରେ ସାମିଲ ପାଇଁ ଆବେଦନ କରିପାରିବେ। ଏହା ସମ୍ପୂର୍ଣ୍ଣ ନିଃଶୁଳ୍କ ଅଟେ, ଯଦି କିଏ ପଇସା ମାଗନ୍ତି ତା’ହେଲେ ଟୋଲ ଫ୍ରି ନମ୍ବର ୧୪୬୭୮କୁ କଲ୍ କରି ଜଣାଇବା ପାଇଁ ନିବେଦନ କରିଛନ୍ତି ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା। ତୁରନ୍ତ ତାହା ଉପରେ ତ୍ୱରିତ ସମାଧାନ ସହ କାର୍ଯ୍ୟାନୁଷ୍ଠାନ ହେବ। ସେ […] The post ‘ସୁଭଦ୍ରା ଯୋଜନାରେ ସାମିଲ ପାଇଁ ଟଙ୍କା ମାଗିଲେ ଏହି ଟୋଲ୍ ଫ୍ରି ନମ୍ବରରେ କରନ୍ତୁ କଲ୍’ appeared first on Dharitri Odia News.
ଛତ୍ରପୁର,୬ା୯: ସୁଭଦ୍ରା ଯୋଜନା ପାଇଁ ଆଧାର କାର୍ଡରେ ମୋବାଇଲ ନମ୍ବର ଲିଙ୍କ୍ ବାଧ୍ୟତାମୂଳକ ନୁହଁ l ଏହା ନ ଥିଲେ ବି ଜଣେ ସୁଭଦ୍ରା ଯୋଜନାରେ ସାମିଲ ପାଇଁ ଆବେଦନ କରିପାରିବେ। ଏହା ସମ୍ପୂର୍ଣ୍ଣ ନିଃଶୁଳ୍କ ଅଟେ, ଯଦି କିଏ ପଇସା ମାଗନ୍ତି ତା’ହେଲେ ଟୋଲ ଫ୍ରି ନମ୍ବର ୧୪୬୭୮କୁ କଲ୍ କରି ଜଣାଇବା ପାଇଁ ନିବେଦନ କରିଛନ୍ତି ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା। ତୁରନ୍ତ ତାହା ଉପରେ ତ୍ୱରିତ ସମାଧାନ ସହ କାର୍ଯ୍ୟାନୁଷ୍ଠାନ ହେବ। ସେ ଆହୁରି କହିଛନ୍ତି ଆବେଦନ ପାଇଁ କୌଣସି ସମୟ ସୀମା ନାହିଁ। ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଆଧାର କାର୍ଡ ବ୍ୟତୀତ ଅନ୍ୟ କୌଣସି ପ୍ରମାଣ ପତ୍ର ଆବଶ୍ୟକ ନାହିଁ ଏବଂ ଏହି ଯୋଜନାରେ ସାମିଲ ହେବା ପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବନି ହିତାଧିକାରୀଙ୍କୁ। ଏହା ସମ୍ପୂର୍ଣ୍ଣ ଦେୟ ମୁକ୍ତ। ସେ ଆହୁରି କହିଛନ୍ତି ବର୍ତ୍ତମାନ ଆଧାର କାର୍ଡରେ ମୋବାଇଲ ନମ୍ବର ସଂଯୋଗ କରିବା ପାଇଁ ସବୁ ଜାଗାରେ ଅଯଥାରେ ଭିଡ଼ ଜମାଇବାର ପରିଲକ୍ଷିତ ହେଉଛି। ଏହା ନିହାତି ଆବଶ୍ୟକ ନୁହଁ। ଆଙ୍ଗୁଠି ଛାପ ଓ ଆଇଆରସିଇ ମାଧ୍ୟମରେ ସୁଭଦ୍ରା ଯୋଜନା ଆବେଦନ ହୋଇପାରିବ। ଗଞ୍ଜାମ ଜିଲାରେ ଏହାକୁ ତଦାରଖ କରିବା ପାଇଁ ପ୍ରତି ପଞ୍ଚାୟତରେ ନୋଡାଲ ଅଫିସରଙ୍କୁ ନିୟୋଜିତ କରାଯାଇଛି। ଜିଲାରେ ଲୋକଙ୍କ ସୁବିଧା ପାଇଁ ୧୧୦ ଟି ଆଧାର ସଂଯୋଗ ଓ ସଂଶୋଧନ କେନ୍ଦ୍ର ଖୋଲାଯାଇଛି। ତାହା ସହିତ ଗ୍ରାମପଞ୍ଚାୟତ ଓ ପ୍ରତ୍ୟେକ ଗ୍ରାମରେ ପାମ୍ପଲେଟ ବଣ୍ଟାଯିବ ସହ ସୂଚନା ପ୍ରଦାନ କରାଯିବ ବୋଲି ଜିଲାପାଳ କହିଛନ୍ତି।
The post ‘ସୁଭଦ୍ରା ଯୋଜନାରେ ସାମିଲ ପାଇଁ ଟଙ୍କା ମାଗିଲେ ଏହି ଟୋଲ୍ ଫ୍ରି ନମ୍ବରରେ କରନ୍ତୁ କଲ୍’ appeared first on Dharitri Odia News.