ଓଡ଼ିଶାରେ ବି ଆଦାନୀ ଝଡ଼ । ପ୍ରକଳ୍ପ ପାଇଁ କିଏ ନେଇଥିଲା ଲାଞ୍ଚ ?

କନକ ବ୍ୟୁରୋ: ଆଦାନୀ ଲାଞ୍ଚ ମାମଲରେ ସାରା ଦେଶରେ ହଇଚଇ । ପ୍ରକଳ୍ପ  ହାତେଇବା ପାଇଁ କୋଟି କୋଟି ଟଙ୍କାର ଲାଞ୍ଚ ଅଭିଯୋଗ ପରେ ଏବେ ଆଦାନୀର ଓଡିଶା କନେକ୍ସନ ସାମ୍ନାକୁ ଆସିଛି। ଆଉ କେଳେଙ୍କାରୀ ପଦାରେ ପଡ଼ିବା ପରେ ରାଜ୍ୟ କଂଗ୍ରେସର ପ୍ରତିବାଦ । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ଜୋରଦାର ପ୍ରତିବାଦ କରି ଆଦାନୀ ଓ ବିଜେପି ଉପରେ ବର୍ଷିଛି କଂଗ୍ରେସ ।   ସୌର ଶକ୍ତି ପ୍ରକଳ୍ପ ଯୋଗାଣରେ ଗୌତମ ଆଦାନୀ କୋଟି କୋଟି ଟଙ୍କା ଲାଞ୍ଚ ଦେଇଥବା କଥା ଆମେରିକାର ରିପୋର୍ଟରେ ଉଲ୍ଲେଖ ରହିଛି। ଜୁଲାଇ ୨୦୨୧ରୁ ୨୦୨୨ ଅଗଷ୍ଚ ଭିତରେ ବିଦ୍ୟୁତ କମ୍ପାନୀଠାରୁ ଲାଞ୍ଚ  ଦିଆଯାଥିବା ଏଥିରେ ଅଭିଯୋଗ ରହିଛି । ତେଣୁ କିଏ ସେହି କରିତକର୍ମା, ଯିଏ କୋଟି କୋଟି ଲାଞ୍ଚ ନେଇ ଆଦାନୀ ହାତକୁ ପ୍ରକଳ୍ପ ଟେକି ଦେଇଥିଲେ ? ସେହି ସମୟରେ ବିଜେଡି ସରକାରରେ ଥିଲା । ସେତେବେଳେର ଶକ୍ତିମନ୍ତ୍ରୀ ଥିଲେ ବର୍ତ୍ତମାନର ବିଜେଡି ବିଧାୟକ  କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା କହିଛନ୍ତି- ବିଜେଡି ସରକାର ସମୟରେ ଆଦାନୀ ଲାଞ୍ଚ କାରବାର କରିଛି । ଏଥିରେ କେଉଁ ଅଫିସର ଓ ମନ୍ତ୍ରୀ ସାମିଲ ଥିଲେ, ତାହାର ସିବିଆଇ ତଦନ୍ତ ହେବା ଦରକାର । ପୂର୍ବତନ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି- ଆଦାନୀ ସହ କୌଣସି  ଚୁକ୍ତି ହୋଇନାହିଁ, ସୋଲାର ଏନର୍ଜି କର୍ପୋରେସନ ଇଣ୍ଡିଆ ଲିମିଟେଡ ସହ ଚୁକ୍ତିମାନା ହୋଇଥିଲା। ବିଜେଡି ଓ କଂଗ୍ରେସ ବୟାନବାଜ

ଓଡ଼ିଶାରେ ବି ଆଦାନୀ ଝଡ଼ । ପ୍ରକଳ୍ପ ପାଇଁ କିଏ ନେଇଥିଲା ଲାଞ୍ଚ ?

କନକ ବ୍ୟୁରୋ: ଆଦାନୀ ଲାଞ୍ଚ ମାମଲରେ ସାରା ଦେଶରେ ହଇଚଇ । ପ୍ରକଳ୍ପ  ହାତେଇବା ପାଇଁ କୋଟି କୋଟି ଟଙ୍କାର ଲାଞ୍ଚ ଅଭିଯୋଗ ପରେ ଏବେ ଆଦାନୀର ଓଡିଶା କନେକ୍ସନ ସାମ୍ନାକୁ ଆସିଛି। ଆଉ କେଳେଙ୍କାରୀ ପଦାରେ ପଡ଼ିବା ପରେ ରାଜ୍ୟ କଂଗ୍ରେସର ପ୍ରତିବାଦ । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ଜୋରଦାର ପ୍ରତିବାଦ କରି ଆଦାନୀ ଓ ବିଜେପି ଉପରେ ବର୍ଷିଛି କଂଗ୍ରେସ ।  
 
ସୌର ଶକ୍ତି ପ୍ରକଳ୍ପ ଯୋଗାଣରେ ଗୌତମ ଆଦାନୀ କୋଟି କୋଟି ଟଙ୍କା ଲାଞ୍ଚ ଦେଇଥବା କଥା ଆମେରିକାର ରିପୋର୍ଟରେ ଉଲ୍ଲେଖ ରହିଛି। ଜୁଲାଇ ୨୦୨୧ରୁ ୨୦୨୨ ଅଗଷ୍ଚ ଭିତରେ ବିଦ୍ୟୁତ କମ୍ପାନୀଠାରୁ ଲାଞ୍ଚ  ଦିଆଯାଥିବା ଏଥିରେ ଅଭିଯୋଗ ରହିଛି । ତେଣୁ କିଏ ସେହି କରିତକର୍ମା, ଯିଏ କୋଟି କୋଟି ଲାଞ୍ଚ ନେଇ ଆଦାନୀ ହାତକୁ ପ୍ରକଳ୍ପ ଟେକି ଦେଇଥିଲେ ? ସେହି ସମୟରେ ବିଜେଡି ସରକାରରେ ଥିଲା । ସେତେବେଳେର ଶକ୍ତିମନ୍ତ୍ରୀ ଥିଲେ ବର୍ତ୍ତମାନର ବିଜେଡି ବିଧାୟକ  କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା କହିଛନ୍ତି- ବିଜେଡି ସରକାର ସମୟରେ ଆଦାନୀ ଲାଞ୍ଚ କାରବାର କରିଛି । ଏଥିରେ କେଉଁ ଅଫିସର ଓ ମନ୍ତ୍ରୀ ସାମିଲ ଥିଲେ, ତାହାର ସିବିଆଇ ତଦନ୍ତ ହେବା ଦରକାର । ପୂର୍ବତନ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି- ଆଦାନୀ ସହ କୌଣସି  ଚୁକ୍ତି ହୋଇନାହିଁ, ସୋଲାର ଏନର୍ଜି କର୍ପୋରେସନ ଇଣ୍ଡିଆ ଲିମିଟେଡ ସହ ଚୁକ୍ତିମାନା ହୋଇଥିଲା।

ବିଜେଡି ଓ କଂଗ୍ରେସ ବୟାନବାଜି ଭିତରେ ଆଇନ ମନ୍ତ୍ରୀ କହିଛନ୍ତି ଯଦି ସେଭଳି କିଛି ଘଟଣା ଘଟିଥିବ, ତେବେ ଯେଉଁ ତଦନ୍ତକାରୀ ସଂସ୍ଥା ତଦନ୍ତ କରିବ ସେ ନିଶ୍ଚିତ ଭାବରେ ସାମ୍ନାକୁ ଆଣିବ।

ଏବେ ପ୍ରଶ୍ନ ଉଠୁଛି ବିଜେଡି ସରକାର ସମୟରେ ଆଦାନୀକୁ ଅନୁକମ୍ପା ଦେଖାଯାଇଥିଲା କି? କେଉଁ ସରକାରୀ ଅଧିକାରୀ ଏଥିରେ ସାମିଲ ଥିଲେ? ଯାହାକୁ ନେଇ ଓଡିଶାରେ ତୁମ୍ୱିତୋଫାନ ଦେଖିବାକୁ ମିଳିଛି । ଆଗକୁ ଏହା ଉଭୟ ବିଜେଡି ଓ ନୂଆକରି ସରକାରକୁ ଆସିଥିବା ବିଜେପି ଗଳାରେ କଣ୍ଟା ହେବାକୁ ଯାଉଛି।