ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ସେନା ଗୁଳିରେ ଟଳିଲେ ୨ ଆତଙ୍କବାଦୀ

ନୂଆଦିଲ୍ଲୀ ୩୦/୦୭: ଅପରେସନ ମହାଦେବ ପରେ ଆକ୍ସନ ମୁଡରେ ଭାରତୀୟ ସେନା । ୨୪ ଘଣ୍ଟା ମଧ୍ୟରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି । ବୁଧବାର ଦିନ ସୁରକ୍ଷାବାହିନୀ ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲାର ନିୟନ୍ତ୍ରଣ ରେଖା (LoC) ନିକଟରେ ଏକ ଅନୁପ୍ରବେଶ ପ୍ରୟାସକୁ ବିଫଳ କରି ଦୁଇ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । ପୁଞ୍ଚର ଦେଘଓ୍ଵାର ସେକ୍ଟରରେ ସର୍ଚ୍ଚ ଅପରେସନ ଚାଲିଛି, ଯେଉଁଠାରେ LoC ନିକଟରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧି ଚିହ୍ନଟ ହୋଇଥିଲା।ଆତଙ୍କବାଦୀମାନେ ପାକିସ୍ତାନ ଅଧିକୃତ କାଶ୍ମୀର (PoK) ରୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଭାରତୀୟ ସୈନ୍ୟମାନେ ସେମାନଙ୍କୁ ଅଟକାଇ ଗୁଳି କରି ନିହତ କରିଥିଲେ। ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି, ଅଞ୍ଚଳଟିକୁ ସୁରକ୍ଷିତ କରିବା ପାଇଁ ଅତିରିକ୍ତ ସୈନ୍ୟ ମୁତୟନ କରାଯାଇଛି।ସୂଚନାଥାଉକି, ଗତ ସୋମବାର ଦିନ ଜମ୍ମୁ ଓ କାଶ୍ମୀରର ଶ୍ରୀନଗରର ମହାଦେବ ପର୍ବତ ନିକଟରେ ଲିଡୱାସ ଅଞ୍ଚଳରେ ଆତଙ୍କବାଦ ବିରୋଧୀ ଅଭିଯାନ ଚଳାଇଥିଲା। ଆଉ ଅପରେସନ ମହାଦେବ ଜରିଆରେ ସୋମବାର ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ସହ ଜଡିତ ଥିବା ଆତଙ୍କବାଦୀଙ୍କୁ ନିପାତ କରିଥିଲେ ସୁରକ୍ଷାବାହିନୀ। ସୁଲେମାନ ଓରଫ ଆସିଫ ପହାଲଗାମ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ଥିଲା, ଯାହାକୁ ନିପାତ କରାଯାଇଥିଲା। ସୁରକ୍ଷା ବାହିନୀର ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହ

ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ସେନା ଗୁଳିରେ ଟଳିଲେ ୨ ଆତଙ୍କବାଦୀ

ନୂଆଦିଲ୍ଲୀ ୩୦/୦୭: ଅପରେସନ ମହାଦେବ ପରେ ଆକ୍ସନ ମୁଡରେ ଭାରତୀୟ ସେନା । ୨୪ ଘଣ୍ଟା ମଧ୍ୟରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି । ବୁଧବାର ଦିନ ସୁରକ୍ଷାବାହିନୀ ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲାର ନିୟନ୍ତ୍ରଣ ରେଖା (LoC) ନିକଟରେ ଏକ ଅନୁପ୍ରବେଶ ପ୍ରୟାସକୁ ବିଫଳ କରି ଦୁଇ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । ପୁଞ୍ଚର ଦେଘଓ୍ଵାର ସେକ୍ଟରରେ ସର୍ଚ୍ଚ ଅପରେସନ ଚାଲିଛି, ଯେଉଁଠାରେ LoC ନିକଟରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧି ଚିହ୍ନଟ ହୋଇଥିଲା।

ଆତଙ୍କବାଦୀମାନେ ପାକିସ୍ତାନ ଅଧିକୃତ କାଶ୍ମୀର (PoK) ରୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଭାରତୀୟ ସୈନ୍ୟମାନେ ସେମାନଙ୍କୁ ଅଟକାଇ ଗୁଳି କରି ନିହତ କରିଥିଲେ। ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି, ଅଞ୍ଚଳଟିକୁ ସୁରକ୍ଷିତ କରିବା ପାଇଁ ଅତିରିକ୍ତ ସୈନ୍ୟ ମୁତୟନ କରାଯାଇଛି।

ସୂଚନାଥାଉକି, ଗତ ସୋମବାର ଦିନ ଜମ୍ମୁ ଓ କାଶ୍ମୀରର ଶ୍ରୀନଗରର ମହାଦେବ ପର୍ବତ ନିକଟରେ ଲିଡୱାସ ଅଞ୍ଚଳରେ ଆତଙ୍କବାଦ ବିରୋଧୀ ଅଭିଯାନ ଚଳାଇଥିଲା। ଆଉ ଅପରେସନ ମହାଦେବ ଜରିଆରେ ସୋମବାର ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ସହ ଜଡିତ ଥିବା ଆତଙ୍କବାଦୀଙ୍କୁ ନିପାତ କରିଥିଲେ ସୁରକ୍ଷାବାହିନୀ। 

ସୁଲେମାନ ଓରଫ ଆସିଫ ପହାଲଗାମ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ଥିଲା, ଯାହାକୁ ନିପାତ କରାଯାଇଥିଲା। ସୁରକ୍ଷା ବାହିନୀର ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଥିଲା। ଅନ୍ୟ ଦୁଇ ଜଣ ନିପାତ ହୋଇଥିବା ଆତଙ୍କବାଦୀ ହେଲେ ଜିବ୍ରାନ ଯିଏ ଗତ ବର୍ଷ ସୋନମାର୍ଗ ଟନେଲ ଆକ୍ରମଣରେ ଜଡ଼ିତ ଥିଲା ଏବଂ ହମଜା ଆଫଘାନୀ।


ସେନା, ଜାମ୍ମୁ କାଶ୍ମୀର ପୋଲିସ ଏବଂ ସିଆରପିଏଫ ଦ୍ୱାରା ‘ଅପରେସନ ମହାଦେବ’ ନାମକ ଏହି ମିଳିତ ଅଭ୍ୟାସ ଆରମ୍ଭ କରାଯାଇଥିଲା। ଆତଙ୍କବାଦୀଙ୍କ ଆଡ୍ଡାରୁ ୧୭ଟି ଗ୍ରେନେଡ୍, ଗୋଟିଏ ଏମ୍୪ କାର୍ବାଇନ୍ ଏବଂ ଦୁଇଟି ଏକେ-୪୭ ରାଇଫଲ୍ ଏବଂ ରାସନ୍ ସାମଗ୍ରୀ ମଧ୍ୟ ଜବତ କରାଯାଇଥିଲା।