ସରକାରଙ୍କ କୋଟି କୋଟି ଟଙ୍କାର କାମ କରିଦେଲା ମୂଷା: ଅଧିକାରୀ ଆଶ୍ଚର୍ଯ୍ୟ

ସାଧାରଣତଃ ମୂଷା ଘରେ ଥିଲେ ଲୋକଙ୍କ ମନରେ ଭୟ ଥାଏ। କାରଣ ମୂଷା ଜିନିଷପତ୍ର କାଟି ନଷ୍ଟ କରିଦିଏ। ଅନେକ ଲୋକ ଘରର କୋଣରେ ପିଞ୍ଜରା ରଖନ୍ତି ଏବଂ ମୂଷା ଘଉଡ଼ାଇବା ପାଇଁ ବିଷ ମିଶ୍ରିତ ରୁଟି ରଖନ୍ତି, କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଏପରି ଏକ ଦେଶ ଅଛି ଯେଉଁଠାରେ ମୂଷା ରାତାରାତି ଇଣ୍ଟରନେଟ ସେନସେସନ ପାଲଟି ଯାଇଛିି। କାରଣ ଯେଉଁ କାମକୁ ସମାପନ କରିବା ପାଇଁ ସରକାରଙ୍କୁ ୭ ବର୍ଷ ଲାଗିଥିଲା, ମୂଷାମାନେ […] The post ସରକାରଙ୍କ କୋଟି କୋଟି ଟଙ୍କାର କାମ କରିଦେଲା ମୂଷା: ଅଧିକାରୀ ଆଶ୍ଚର୍ଯ୍ୟ appeared first on Dharitri Odia News.

ସରକାରଙ୍କ କୋଟି କୋଟି ଟଙ୍କାର କାମ କରିଦେଲା ମୂଷା: ଅଧିକାରୀ ଆଶ୍ଚର୍ଯ୍ୟ

ସାଧାରଣତଃ ମୂଷା ଘରେ ଥିଲେ ଲୋକଙ୍କ ମନରେ ଭୟ ଥାଏ। କାରଣ ମୂଷା ଜିନିଷପତ୍ର କାଟି ନଷ୍ଟ କରିଦିଏ। ଅନେକ ଲୋକ ଘରର କୋଣରେ ପିଞ୍ଜରା ରଖନ୍ତି ଏବଂ ମୂଷା ଘଉଡ଼ାଇବା ପାଇଁ ବିଷ ମିଶ୍ରିତ ରୁଟି ରଖନ୍ତି, କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଏପରି ଏକ ଦେଶ ଅଛି ଯେଉଁଠାରେ ମୂଷା ରାତାରାତି ଇଣ୍ଟରନେଟ ସେନସେସନ ପାଲଟି ଯାଇଛିି। କାରଣ ଯେଉଁ କାମକୁ ସମାପନ କରିବା ପାଇଁ ସରକାରଙ୍କୁ ୭ ବର୍ଷ ଲାଗିଥିଲା, ମୂଷାମାନେ ତାହାକୁ ମାତ୍ର କିଛି ଦିନ ମଧ୍ୟରେ ଶେଷ କରିଦେଇଥିଲେ।
ଚେକିଆ(Czechia)ରେ ମୂଷାମାନେ ଏକ ଚମତ୍କାର କରି ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ସରକାରୀ ଅଧିକାରୀମାନେ ବର୍ଷ ବର୍ଷ ଧରି କରିପାରୁ ନ ଥିବା କାମକୁ ମୂଷା ସହଜରେ କରିଦେଇଛି। ଏବେ ପରିସ୍ଥିତି ଏପରି ହୋଇଛି ଯେ ସେଠାକାର ଅଧିକାରୀମାନେ ମୂଷା ପ୍ରଶଂସା କରିବାକୁ ଆଦୌ ପଛାଉ ନାହାନ୍ତି। ଶେଜ ରିପବ୍ଲିକ ନାମକ ଏକ ଦେଶରେ, ସରକାର ବ୍ରଡି ନେଚର ପାର୍କରେ ଏକ ବନ୍ଧ ନିର୍ମାଣ କରିବାକୁ ଚେଷ୍ଟା କରୁଥିଲେ। ଏହି ପ୍ରସଙ୍ଗ ୨୦୧୮ ମସିହାରୁ ଆରମ୍ଭ ହୋଇଥିଲା।
କିନ୍ତୁ, ଅନୁମତି ନ ମିଳିବାରୁ, ଏହି ଫାଇଲ ଟେବୁଲରୁ ଟେବୁଲ ଘୁରି ବୁଲୁଥିଲା। କାରଣ ଏହାର ନିର୍ମାଣରେ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ ହେବାରଥିଲା। ତଥାପି, ସରକାର ଆଶା କରି ନ ଥିଲେ ଯେ ବିଭରର୍ସ ନାମକ ୟୁରୋପୀୟ ମୂଷା ଦଳ ମାଗଣାରେ ସେମାନଙ୍କର କାମ କରିବ।
ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ମୂଷାମାନଙ୍କର ଏକ ଦଳ ମାତ୍ର ଦୁଇ ଦିନ ମଧ୍ୟରେ ସଠିକ ସ୍ଥାନରେ ଖୋଳି ଦେଇ ଅଧିକାରୀମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଇଞ୍ଜିନିୟରମାନେ ଆଶ୍ଚର୍ଯ୍ୟ ହୋଇ କହିଚନ୍ତି, ଖୋଳାପଥ ସଠିକ ସ୍ଥାନରେ କରାଯାଇଛି, ଯାହା ନଦୀବନ୍ଧ ଡିଜାଇନକୁ ଆହୁରି ଭଲ କରିବ ଏବଂ ଏଥିପାଇଁ ଆମକୁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ।

The post ସରକାରଙ୍କ କୋଟି କୋଟି ଟଙ୍କାର କାମ କରିଦେଲା ମୂଷା: ଅଧିକାରୀ ଆଶ୍ଚର୍ଯ୍ୟ appeared first on Dharitri Odia News.