ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ
ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ସୁଯୋଗ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଉଛି ା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସମ୍ବଲପୁରବାସୀ ନିଶ୍ଚିତ ଭାବରେ ସମ୍ମାନ ଜଣାଇବେ ବୋଲି ସମ୍ବଲପୁର ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ ଶୁକ୍ରବାର ପ୍ରଚାର କରି ଲୋକ ସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ କହିଛନ୍ତି ା ସେ ଆହୁରି କହିଥିଲେ, […] The post ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ appeared first on Dharitri Odia News.
ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ସୁଯୋଗ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଉଛି ା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସମ୍ବଲପୁରବାସୀ ନିଶ୍ଚିତ ଭାବରେ ସମ୍ମାନ ଜଣାଇବେ ବୋଲି ସମ୍ବଲପୁର ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ ଶୁକ୍ରବାର ପ୍ରଚାର କରି ଲୋକ ସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ କହିଛନ୍ତି ା
ସେ ଆହୁରି କହିଥିଲେ, ସମ୍ବଲପୁରର ଶିକ୍ଷା ଓ ସ୍ବାସ୍ଥ୍ୟକୁ ଫୋକସରେ ରଖି ରାଜ୍ୟ ସରକାର କାମ କରୁଛନ୍ତି। ଯେଉଁଭଳି ଭାବରେ ରୂପାନ୍ତରଣ କାମ ଚାଲିଛି ତାହା ସମସ୍ତଙ୍କ ଆଖି ସାମ୍ନାରେ ଅଛି। ପ୍ରଣବ ସକାଳେ ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗାଁକୁ ଯାଇ ପ୍ରଚାର କରିବା ସହିତ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି ଆଲୋଚନା କରିଥିଲେ। ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ପ୍ରଥମେ ସେ ଧନକଉଡା ଜୋନ-୧ ଅନ୍ତର୍ଗତ ତାଲବ ଗାଁରେ ଥିବା ସମଲେଇ ମନ୍ଦିର ଯାଇ ମା’ ସମଲେଶ୍ୱରୀଙ୍କୁ ଦର୍ଶନ କରିଥିଲେ। ସମଲେଶ୍ୱରୀଙ୍କ ନାମ ନେଇ ଲୋକସର୍ମ୍ପକ ଅଭିଯାନ ଆରମ୍ଭ କରିଥିଲେ। ସେଠାରୁ ସେ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ଖିଣ୍ଡା ଗ୍ରାମକୁ ଯାଇଥିଲେ। ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରି ତାଙ୍କ ପରିବାର ବର୍ଗଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ପରେ ସେ ରେଙ୍ଗାଲି ଦୁର୍ଗା ମନ୍ଦିରକୁ ଯାଇ ମା’ଙ୍କ ଆଶୀର୍ବାଦ ନେଇ ରେଙ୍ଗାଲି ନାଗରିକ କମିଟି ଓ ମାରୱାଡି ସମାଜ ସଦସ୍ୟଙ୍କ ସହିତ ଏକ ବୈଠକରେ ଯୋଗଦେଇଥିଲେ। ଏହି ଅବସରରେ ଆୟୋଜିତ ମିଶ୍ରଣ ପର୍ବରେ ଭାଜପାର ବହୁ କର୍ମୀ ବିଜେଡିରେ ଯୋଗଦାନ କରିଥିଲେ। ଠେମରାଠାରେ ଆୟୋଜିତ ଏକ ସଭାରେ ଯୋଗଦେଇଥିଲେ। ପରେ ମହିମା ଧର୍ମାବଲମ୍ବୀଙ୍କ ସହିତ ଆଲୋଚନା କରିଥିଲେ ା ଶେଷରେ ଧନକଉଡା ଜୋନ-୨ ଚିପିଲିମାଠାରେ ନିର୍ବାଚନୀ ସଭାରେ ଯୋଗଦେଇ ମା’ ଘଣ୍ଟେଶ୍ୱରୀଙ୍କ ଦର୍ଶନ କରି ପ୍ରଚାର କାର୍ଯ୍ୟକ୍ରମ ଶେଷ କରିଥିଲେ ା ତାଙ୍କ ସହ ରେଙ୍ଗାଲି ବିଜେଡି ବିଧାୟକ ପ୍ରାର୍ଥୀ ସୁଦର୍ଶନ ହରିପାଲ, ଯୁବ ନେତା ବିଶାଳ ଦାସ, ଜିଲା ପର୍ଯ୍ୟବେକ୍ଷକ ସୌଭାଗ୍ୟ ନାଏକ, ବିଜେଡି ରେଙ୍ଗାଲି ବ୍ଲକ ସଭାପତି ଅଶୋକ ଗୁରୁ, ରେଙ୍ଗାଲି ବ୍ଲକ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ, ମହେନ୍ଦ୍ର ଓରାମ, ଧନକଉଡ଼ା ବ୍ଲକ ବିଜେଡି ସଭାପତି ଯତୀନ୍ଦ୍ର ସାହୁ, ବାବୁଲୁ ରାଉତ, ଧନକଉଡା ଜୋନ ୧ ଜିଲା ପରିଷଦ ସଭ୍ୟ ସୁନିଲ ମିଶ୍ର, ରେଙ୍ଗାଲି ଜୋନ୍ ୧ ଜିଲା ପରିଷଦ ସଭ୍ୟା
ଚୋଳଶ୍ରୀ ମହାନନ୍ଦ, ଜୋନ ୨ ସଭ୍ୟ ଦେନାରାୟଣ ତିୱାରୀ ସାମିଲ ଥିଲେ ା
The post ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ appeared first on Dharitri Odia News.