ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ ଖଲ୍ଲିକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ, ୧୧ନଂ ଏନ୍‌ଏସି କାଉନ୍‌ସିଲର ନାରାୟଣ ବାରିକଙ୍କ ସାନ ଭାଇ କାହ୍ନୁ ବାରିକଙ୍କୁ ଗୁରୁବାର ଫୋନ୍‌ କରି ଜନୈକ ଦୁବୃର୍ତ୍ତ ଗାଳିଗୁଲଜ କରିଥିଲେ। ପରେ ଶୁକ୍ରବାର ରାତିରେ ହଠାତ ବାଇକରେ ଦୁଇ ତିନି ଜଣ ଦୁର୍ବୃତ୍ତ ପହଞ୍ଚି କିଛି […] The post ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ appeared first on Dharitri Odia News.

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ ଖଲ୍ଲିକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ, ୧୧ନଂ ଏନ୍‌ଏସି କାଉନ୍‌ସିଲର ନାରାୟଣ ବାରିକଙ୍କ ସାନ ଭାଇ କାହ୍ନୁ ବାରିକଙ୍କୁ ଗୁରୁବାର ଫୋନ୍‌ କରି ଜନୈକ ଦୁବୃର୍ତ୍ତ ଗାଳିଗୁଲଜ କରିଥିଲେ। ପରେ ଶୁକ୍ରବାର ରାତିରେ ହଠାତ ବାଇକରେ ଦୁଇ ତିନି ଜଣ ଦୁର୍ବୃତ୍ତ ପହଞ୍ଚି କିଛି ବୁଝିବା ଆଗରୁ ହକି ଷ୍ଟିକରେ କାହ୍ନୁଙ୍କୁ ମାଡ଼ ମାରିଥିଲେ। ସେ ଦୌଡି ଘର ଭିତରକୁ ପଳାଉଥିବା ବେଳେ ବ୍ଲାଙ୍କ୍‌ ଫାୟାରିଂ ହୋଇଥିବା ଅଭିଯୋଗକାରୀ ପ୍ରକାଶ କରିଛନ୍ତିି।

The post ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ appeared first on Dharitri Odia News.