ମାର୍ଚ୍ଚରେ ନିରାମିଷ ଥାଳି ମହଙ୍ଗା, ଆମିଷ ଥାଳି ଶସ୍ତା; ଆଗାମୀ ଦିନରେ କଣ ରହିବ ମୂଲ୍ୟ ?
ନୂଆଦିଲ୍ଲୀ: ଭାରତରେ ଖାଇବା ଥାଳି ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି । ରେଟିଂ ଏଜେନ୍ସି କ୍ରିସିଲ (Crisil) ଏକ ରିପୋର୍ଟ ଜାରି କରି କହିଛି ଯେ ଘରେ ପ୍ରସ୍ତୁତ ହେଉଥିବା ସମସ୍ତ ନିରାମିଷ ଥାଳି ମାର୍ଚ୍ଚରେ ୭ ପ୍ରତିଶତ ବଢି ୨୭.୩ ଟଙ୍କା ହୋଇଛି । ଗତବର୍ଷ ସମାନ ଅବଧିରେ ଅର୍ଥାତ୍ ୨୦୨୩ ମାର୍ଚ୍ଚରେ ଏହି ଥାଳିର ମୂଲ୍ୟ ୨୫.୫ ଟଙ୍କା ଥିଲା । ତେବେ ଖାଇବା ଥାଳିର ବଢୁଥିବା ମୂଲ୍ୟର ପ୍ରଭାବ ମାଂସାହାରୀଙ୍କ ଅପେକ୍ଷା ନିରାମିଷ ଖାଉଥିବା ଲୋକଙ୍କ ଉପରେ ଅଧିକ ପଢୁଛି । ୨୦୨୩ ମାର୍ଚ୍ଚରେ ଆମିଷ ଥାଳିର ମୂଲ୍ୟ ୫୯.୨ ଟଙ୍କା ଥିଲା, ଯାହା ଚଳିତ ବର୍ଷ ମାର୍ଚ୍ଚରେ କମି ୫୪.୯ ଟଙ୍କା ହୋଇଛି ।ତେବେ ଏହି ଥାଳିରେ କେଉଁ କେଉଁ ବ୍ୟଞ୍ଜନକୁ ସାମିଲ କରାଯାଇଥାଏ ? କ୍ରିସିଲ ରିପୋର୍ଟ ପ୍ରସ୍ତୁତ କରିବା ସମୟରେ ନିରାମିଷ ଥାଳିରେ ରୁଟି, ପିଆଜ, ଟମାଟୋ, ଚାଉଳ, ଆଳୁ, ଡାଲି, ଦହି ଏବଂ ସାଲାଡ ସାମିଲ କରିଛି । ଏହାର ଅର୍ଥ ଏହା ଯେ ଏହି ସବୁକୁ ମିଶାଇ ଯେଉଁ ନିରାମିଷ ଥାଳି ହେଉଛି, ତାରା ମୂଲ୍ୟ ଗତ ମାର୍ଚ୍ଚରେ ୨୭.୩ ଟଙ୍କା ଥିଲା ।ପଢନ୍ତୁ: ମହଙ୍ଗା ହେବ ସ୍ୱପ୍ନର ଘର: ବଢ଼ିବ ସିମେଣ୍ଟ ମୂଲ୍ୟ, ବ୍ୟାଗ୍ ପ୍ରତି କେତେ ବଢ଼ିବ ଦାମ ?ଆମିଷ ଥାଳିରେ ମଧ୍ୟ ଏହି ସବୁ ଆଇଟମ୍ ସାମିଲ କରାଯାଇଥିଲା । ତେବେ ଆମିଷ ଥାଳିରେ ଅତିରିକ୍ତ ଆଇଟମ୍ ରୂପେ ଚିକେନ୍ (ବ୍ରୟଲର)କୁ ସାମିଲ କରାଯାଇଥିଲା । ଯେଉଁଥି ପାଇଁ ଏହାର ମୂଲ୍ୟ ମଧ୍ୟ ବଢି ୫୪.୯ ଟଙ୍କା ହୋଇଛି
ନୂଆଦିଲ୍ଲୀ: ଭାରତରେ ଖାଇବା ଥାଳି ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି । ରେଟିଂ ଏଜେନ୍ସି କ୍ରିସିଲ (Crisil) ଏକ ରିପୋର୍ଟ ଜାରି କରି କହିଛି ଯେ ଘରେ ପ୍ରସ୍ତୁତ ହେଉଥିବା ସମସ୍ତ ନିରାମିଷ ଥାଳି ମାର୍ଚ୍ଚରେ ୭ ପ୍ରତିଶତ ବଢି ୨୭.୩ ଟଙ୍କା ହୋଇଛି । ଗତବର୍ଷ ସମାନ ଅବଧିରେ ଅର୍ଥାତ୍ ୨୦୨୩ ମାର୍ଚ୍ଚରେ ଏହି ଥାଳିର ମୂଲ୍ୟ ୨୫.୫ ଟଙ୍କା ଥିଲା । ତେବେ ଖାଇବା ଥାଳିର ବଢୁଥିବା ମୂଲ୍ୟର ପ୍ରଭାବ ମାଂସାହାରୀଙ୍କ ଅପେକ୍ଷା ନିରାମିଷ ଖାଉଥିବା ଲୋକଙ୍କ ଉପରେ ଅଧିକ ପଢୁଛି । ୨୦୨୩ ମାର୍ଚ୍ଚରେ ଆମିଷ ଥାଳିର ମୂଲ୍ୟ ୫୯.୨ ଟଙ୍କା ଥିଲା, ଯାହା ଚଳିତ ବର୍ଷ ମାର୍ଚ୍ଚରେ କମି ୫୪.୯ ଟଙ୍କା ହୋଇଛି ।
ତେବେ ଏହି ଥାଳିରେ କେଉଁ କେଉଁ ବ୍ୟଞ୍ଜନକୁ ସାମିଲ କରାଯାଇଥାଏ ? କ୍ରିସିଲ ରିପୋର୍ଟ ପ୍ରସ୍ତୁତ କରିବା ସମୟରେ ନିରାମିଷ ଥାଳିରେ ରୁଟି, ପିଆଜ, ଟମାଟୋ, ଚାଉଳ, ଆଳୁ, ଡାଲି, ଦହି ଏବଂ ସାଲାଡ ସାମିଲ କରିଛି । ଏହାର ଅର୍ଥ ଏହା ଯେ ଏହି ସବୁକୁ ମିଶାଇ ଯେଉଁ ନିରାମିଷ ଥାଳି ହେଉଛି, ତାରା ମୂଲ୍ୟ ଗତ ମାର୍ଚ୍ଚରେ ୨୭.୩ ଟଙ୍କା ଥିଲା ।
ପଢନ୍ତୁ: ମହଙ୍ଗା ହେବ ସ୍ୱପ୍ନର ଘର: ବଢ଼ିବ ସିମେଣ୍ଟ ମୂଲ୍ୟ, ବ୍ୟାଗ୍ ପ୍ରତି କେତେ ବଢ଼ିବ ଦାମ ?
ଆମିଷ ଥାଳିରେ ମଧ୍ୟ ଏହି ସବୁ ଆଇଟମ୍ ସାମିଲ କରାଯାଇଥିଲା । ତେବେ ଆମିଷ ଥାଳିରେ ଅତିରିକ୍ତ ଆଇଟମ୍ ରୂପେ ଚିକେନ୍ (ବ୍ରୟଲର)କୁ ସାମିଲ କରାଯାଇଥିଲା । ଯେଉଁଥି ପାଇଁ ଏହାର ମୂଲ୍ୟ ମଧ୍ୟ ବଢି ୫୪.୯ ଟଙ୍କା ହୋଇଛି ।
ଘରେ ତିଆରି କରାଯାଉଥିବା ଥାଳିର ହାରାହାରି ଖର୍ଚ୍ଚର ମୂଲ୍ୟାଙ୍କନ ଭାରତ ସବୁ ଭାଗ ଉତ୍ତର, ଦକ୍ଷିଣ, ପଶ୍ଚିମ ଏବଂ ପୂର୍ବ ଭାରତର ତଥ୍ୟ ଆଧାରରେ କରାଯାଇଛି । କ୍ରିସିଲର ରୁଟି ଚାଉଳ ରେଟ୍ ରିପୋର୍ଟ ଅନୁସାରେ ପିଆଜ, ଟମାଟୋ ଏବଂ ଆଳୁର ମୂଲ୍ୟ ବାର୍ଷିକ ଆଧାରରେ ଯଥାକ୍ରମେ- ୪୦ ପ୍ରତିଶତ, ୩୬ ପ୍ରତିଶତ, ୨୨ ପ୍ରତିଶତ ବଢିବା କାରଣରୁ ମହଙ୍ଗା ହୋଇଛି ।
ଫେବ୍ରୁଆରୀ ତୁଳନାରେ ବ୍ରୟଲରର ମୂଲ୍ୟ ୫ ପ୍ରତିଶତ ବଢିବା କାରଣରୁ ମାର୍ଚ୍ଚରେ ଆମିଷ ଥାଳି ମୂଲ୍ୟ ୨ ପ୍ରତିଶତ ବଢିଛି । ତେବେ ବଜାରକୁ ନୂଆ ଫସଲ ଆସିବା ପରେ ଗହମ ମୂଲ୍ୟରେ ହ୍ରାସ ଘଟିବ ଏବଂ ଟମାଟୋର ମୂଲ୍ୟ ମଧ୍ୟ କମିବ । ତେବେ ପିଆଜ ମୂଲ୍ୟରେ ନିକଟରେ ହ୍ରାସ ଦେଖିବାକୁ ମିଳିବ ନାହିଁ । କାରଣ ରବି ଫସଲରେ ୨୦ ପ୍ରତିଶତ କମ ହେବାର ସମ୍ଭବାନା ରହିଛି । ଆଗାମୀ ଦିନରେ ସମସ୍ତ ଥାଳିର ମୂଲ୍ୟ ବଢିବାର ଆଶଂକା କରାଯାଉଛି ।